Student Union Election / ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା, ୧୫ ତାରିଖରେ ହେବ ଭୋଟ୍
·59 mins ago·2 min read

Key Points
ଛାତ୍ର ସଂସଦ ନିର୍ବାଚନ ପାଇଁ ତାରିଖ ଘୋଷଣା
ଦୀର୍ଘ ୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ
ଛାତ୍ର ସଂସଦ ନିର୍ବାଚନ ଲାଗି ୭ ତାରିଖରେ ବିଜ୍ଞପ୍ତି ପ୍ରକାଶ
୯ ତାରିଖ ଦିନ ନାମାଙ୍କନ, ୧୫ ତାରିଖରେ ଭୋଟ୍ ଗ୍ରହଣ
୧୬ ତାରିଖ ସକାଳେ ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ଗ୍ରହଣ

ଭୁବନେଶ୍ଵର: ଦୀର୍ଘ ୮ ବର୍ଷ ପରେ ହେବ ଛାତ୍ର ସଂସଦ ନିର୍ବାଚନ । ବାଜିଲା ବିଗୁଲ୍ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ଭେଟିବା ପରେ ଛାତ୍ର ସଂସଦ ନିର୍ବାଚନ ଲାଗି ତାରିଖ ଘୋଷଣା ହୋଇଛି ।
ପୂଜା ଛୁଟି ପୂର୍ବରୁ ଅନୁଷ୍ଠିତ ହେବ ଛାତ୍ର ସଂସଦ ନିର୍ବାଚନ । ୭ ତାରିଖ ଦିନ କଲେଜଗୁଡ଼ିକ ଛାତ୍ର ସଂସଦ ନିର୍ବାଚନ ଲାଗି ବିଜ୍ଞପ୍ତି ପ୍ରକାଶ କରିବେ । ୯ ତାରିଖ ଦିନ ନାମାଙ୍କନ ପରେ ୧୫ ତାରିଖରେ ଭୋଟ୍ ଗ୍ରହଣ କରାଯିବ ବୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ।
ଏଥିସହ ପଢ଼ନ୍ତୁ: ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ କୌଣସି ନୂଆ ମଦ ଦୋକାନ ଖୋଲାଯିବ ନାହିଁ
୧୬ ତାରିଖ ସକାଳେ ଛାତ୍ର ସଂସଦର ନବ ନିର୍ବାଚିତ କର୍ମକର୍ତ୍ତା ଶପଥ ଗ୍ରହଣ କରିବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ମନ୍ତ୍ରୀ କହିଛନ୍ତି, "ଆଜିର ଛାତ୍ର ନେତୃତ୍ଵ, ଆସନ୍ତକାଲିର ନେତୃତ୍ଵ ନେବେ । ସେମାନଙ୍କୁ ସାମ୍ବିଧାନିକ ମୂଲ୍ୟବୋଧକୁ ବୁଝାଇ ଆସନ୍ତାକାଲିର ନେତୃତ୍ଵ ନେବେ ବୋଲି ବିଶ୍ଵାସ କରୁଛୁ ।"
୨୦୧୮ରୁ ବନ୍ଦ ଥିଲା ଛାତ୍ର ସଂସଦ ନିର୍ବାଚନ
୨୦୧୮ ମସିହାରୁ ତତ୍କାଳୀନ ବିଜେଡି ସରକାର ସମୟରୁ କଲେଜ ଗୁଡ଼ିକରେ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ଏବେ ବିଜେପି ସରକାରକୁ ଆସିବା ପରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଛାତ୍ର ସଂସଦ ନିର୍ବାଚନ କରିବା ଲାଗି ତାରିଖ ଘୋଷଣା କରିଛି ।
୧୦ ଦିନରେ କାହିଁକି ସରିବ ନିର୍ବାଚନ ?
ଛାତ୍ର ସଂସଦ ନିର୍ବାଚନ ମାତ୍ର ୧୦ ଦିନ ମଧ୍ୟରେ ସାରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏହା ପଛର କାରଣ ଖୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀଙ୍କ ଅନୁସାରେ, "ଯେତେବେଳେ ନିର୍ବାଚନ ତାରିଖ ଦୀର୍ଘ ସମୟ ପୂର୍ବରୁ ଘୋଷଣା ହୁଏ, ସେତେବେଳେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ । ୧୦ ଦିନ ଭିତରେ କଲେଜ ନିର୍ବାଚନ ସାରିବାକୁ ନିଷ୍ପତ୍ତି ନେଇଛୁ । ଏହାଦ୍ଵାରା ସୁରୁଖୁରୁରେ କଲେଜ ନିର୍ବାଚନ କରି ହେବ । ଏନେଇ ସମସ୍ତଙ୍କ ସହଯୋଗ ଲୋଡ଼ୁଛୁ ।"
ଏଥିସହ ପଢ଼ନ୍ତୁ: AEEଙ୍କ ଘରେ ପୁଳାପୁଳା ସୁନା ଅଳଙ୍କାରକୁ ନଗଦ ଟଙ୍କା; ୧୦ଟି ଠିକଣାରେ ଭିଜିଲାନ୍ସ ରେଡ୍
ଛାତ୍ର ସଂସଦ ନିର୍ବାଚନରେ କେହି ଆଇନ୍ ଉଲ୍ଲଂଘନ କେଲ ଆଇନ୍ ଅନୁସାରେ କାର୍ଯ୍ଯାନୁଷ୍ଠାନ ନିଆଯିବ । ପିଲାମାନଙ୍କର ପାଠପଢ଼ାକୁ ପ୍ରଭାବିତ ନ କରି ନିର୍ବାଚନ ହେବ । ସମସ୍ତ କଥାକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।

୭ ତାରିଖରେ କଲେଜରେ ନୋଟିଫିକେସନ ପ୍ରକାଶ ୯ ତାରିଖରେ ନିର୍ବାଚନକୁ ନାମାଙ୍କନ ଦାଖଲ ୧୦ ଦିନ ଭିତରେ ନିର୍ବାଚନ ସାରିବାକୁ ନିଷ୍ପତ୍ତି ୧୬ ତାରିଖରେ ଶପଥ ଗ୍ରହଣ ସମାରୋହ ଅନୁଷ୍ଠିତ ହେବ ସବୁ କଲେଜରେ ନିର୍ବାଚନ ନେଇ ନିଷ୍ପତ୍ତି: ଉଚ୍ଚ ଶିକ୍ଷାମନ୍ତ୍ରୀ #StudentElection #StudentsUnionElection #Odisha #HigherEducation #CollegeElection #StudentPolitics
— Argus News (@ArgusNews_in) October 5, 2026
୨୦୧୮ରୁ ବନ୍ଦ ଥିଲା ଛାତ୍ର ସଂସଦ ନିର୍ବାଚନ
୨୦୧୮ ମସିହାରୁ ତତ୍କାଳୀନ ବିଜେଡି ସରକାର ସମୟରୁ କଲେଜ ଗୁଡ଼ିକରେ ବନ୍ଦ ରହିଛି ଛାତ୍ର ସଂସଦ ନିର୍ବାଚନ । ଏବେ ବିଜେପି ସରକାରକୁ ଆସିବା ପରେ ଦେଇଥିବା ପ୍ରତିଶ୍ରୁତି ଅନୁସାରେ ଛାତ୍ର ସଂସଦ ନିର୍ବାଚନ କରିବା ଲାଗି ତାରିଖ ଘୋଷଣା କରିଛି ।
୧୦ ଦିନରେ କାହିଁକି ସରିବ ନିର୍ବାଚନ ?
ଛାତ୍ର ସଂସଦ ନିର୍ବାଚନ ମାତ୍ର ୧୦ ଦିନ ମଧ୍ୟରେ ସାରିବାକୁ ଉଚ୍ଚଶିକ୍ଷା ବିଭାଗ ନିଷ୍ପତ୍ତି ନେଇଛି । ଏହା ପଛର କାରଣ ଖୋଲି କହିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ । ମନ୍ତ୍ରୀଙ୍କ ଅନୁସାରେ, "ଯେତେବେଳେ ନିର୍ବାଚନ ତାରିଖ ଦୀର୍ଘ ସମୟ ପୂର୍ବରୁ ଘୋଷଣା ହୁଏ, ସେତେବେଳେ ଆଇନ୍ ଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୁଏ । ୧୦ ଦିନ ଭିତରେ କଲେଜ ନିର୍ବାଚନ ସାରିବାକୁ ନିଷ୍ପତ୍ତି ନେଇଛୁ । ଏହାଦ୍ଵାରା ସୁରୁଖୁରୁରେ କଲେଜ ନିର୍ବାଚନ କରି ହେବ । ଏନେଇ ସମସ୍ତଙ୍କ ସହଯୋଗ ଲୋଡ଼ୁଛୁ ।"
ଏଥିସହ ପଢ଼ନ୍ତୁ: AEEଙ୍କ ଘରେ ପୁଳାପୁଳା ସୁନା ଅଳଙ୍କାରକୁ ନଗଦ ଟଙ୍କା; ୧୦ଟି ଠିକଣାରେ ଭିଜିଲାନ୍ସ ରେଡ୍
ଛାତ୍ର ସଂସଦ ନିର୍ବାଚନରେ କେହି ଆଇନ୍ ଉଲ୍ଲଂଘନ କେଲ ଆଇନ୍ ଅନୁସାରେ କାର୍ଯ୍ଯାନୁଷ୍ଠାନ ନିଆଯିବ । ପିଲାମାନଙ୍କର ପାଠପଢ଼ାକୁ ପ୍ରଭାବିତ ନ କରି ନିର୍ବାଚନ ହେବ । ସମସ୍ତ କଥାକୁ ଆଖି ଆଗରେ ରଖି ନିଷ୍ପତ୍ତି ନିଆଯାଇଥିବା ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories