Videos
|
Odisha

Odisha Student Union Election / ଛାତ୍ର ସଂସଦ ନିର୍ବାଚନରେ ହାଇଭୋଲଟେଜ୍ ଡ୍ରାମା…ଅନେକ କଲେଜରେ ଉତ୍ତେଜନା

Ritu Das
Browse all articles by Ritu Das
·2 hours ago·2 min read
ଛାତ୍ର ସଂସଦ ନିର୍ବାଚନରେ ହାଇଭୋଲଟେଜ୍ ଡ୍ରାମା…ଅନେକ କଲେଜରେ ଉତ୍ତେଜନା
India

Key Points

ରାଜ୍ୟର ୩୪୩ କଲେଜ ଓ ୧୨ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ
ସକାଳ
୮ଟାରୁ ଅପରାହ୍ନ ୨ଟା ଯାଏଁ ହେଲା ମତଦାନ
ନେତା ବାଛିବା ପାଇଁ ଛାତ୍ରଛାତ୍ରୀଙ୍କ ମଧ୍ୟରେ କେତେ ଉତ୍କଣ୍ଠା ରହିଛି ତାହା ଦେଖିବାକୁ ମିଳିଥିଲା ରାଜ୍ୟର ବିଭିନ୍ନ କଲେଜ ଓ ବିଶ୍ବ ବିଦ୍ୟାଳୟରେ । ରାଜ୍ୟର ୩୪୩ କଲେଜ ଓ ୧୨ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ହୋଇଥିଲା ଭୋଟିଂ । ବିଜୟୀ ପ୍ରାର୍ଥୀମାନେ ଆସନ୍ତାକାଲି ଅର୍ଥାତ୍ ୧୬ ତାରିଖରେ ଶପଥ ଗ୍ରହଣ କରିବେ।

ଏହି ମୁହୁର୍ତ୍ତକୁ ଅପେକ୍ଷା କରିଥିଲେ କଲେଜ ଓ ବିଶ୍ବବିଦ୍ୟାଳୟର ଭୋଟର । ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିଜ ନେତା ବାଛିବା ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳୁଛି। ଆଜି ସକାଳ ୮ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ହେଲା ମତଦାନ। ୧୨ ବିଶ୍ୱବିଦ୍ୟାଳୟରେ ୩୮ ସଭାପତି ଓ କଲେଜର ୮୨୮ ସଭାପତିଙ୍କୁ ଭୋଟ ଦେଇଥିଲେ ଛାତ୍ରଛାତ୍ରୀ। ରାଜ୍ୟର ୩୪୩ କଲେଜ ଓ ୧୨ ବିଶ୍ୱବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ହୋଇଥିଲା ଭୋଟିଂ । ବିଜୟୀ ପ୍ରାର୍ଥୀମାନେ ଆସନ୍ତାକାଲି ଅର୍ଥାତ୍ ୧୬ ତାରିଖରେ ଶପଥ ଗ୍ରହଣ କରିବେ।

ତେବେ କେତେକ ସ୍ଥାନରେ ଉତ୍ତେଜନା ମଧ୍ୟ ଦେଖିବାକୁ ମିଳିଥିଲା । ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟରେ ବିବାଦ ଦେଖିବାକୁ ମିଳିଥିଲା । ଇପ୍‌ସିତା ସାହୁଙ୍କୁ ଅଟକ ରଖିଛି ପୋଲିସ । ଇପ୍ସିତାଙ୍କ ନାମରେ ପୁଣି ଥାନାରେ ଅଭିଯୋଗ କରିଥିଲା ABVP । ଜୀବନରୁ ମାରିଦେବାକୁ ଇପ୍ସିତା ଧମକ ଦେଇଥିବା ନେଇ ଅଭିଯୋଗ କରିଥିଲା ଏବିଭିପି । ଆଇଜି ହଷ୍ଟେଲରେ ଇପ୍ସିତା ସାହୁ ଅସଭ୍ୟ ଭାଷାରେ ଗାଳିଗୁଲଜ ସହ ଧକ୍କା ମାରିଥିବା ଅଭିଯୋଗ ହୋଇଥିଲା । ଛାତ୍ରୀଙ୍କୁ ମାଡ଼ ମାରିବା ଓ ଟଙ୍କା ବାଣ୍ଟିବା ଅଭିଯୋଗ ଥିଲା ଈପ୍‌ସିତାଙ୍କ ନାଁରେ ।

ଜଗତସିଂହପୁର ଜିଲ୍ଲା ବାଲିକୁଦା ମହାବିଦ୍ୟାଳୟରେ ଉତ୍ତେଜନା! ଭୋଟିଂ ବେଳେ ଅଧ୍ୟାପିକାଙ୍କ ଭୂମିକାକୁ ନେଇ ଛାତ୍ର ଅସନ୍ତୋଷ ଦେଖିବାକୁ ମିଳିଥିଲା। ସୁବର୍ଣ୍ଣପୁର ଜିଲ୍ଲା ବିନିକା ସିଦ୍ଧାର୍ଥ ଡିଗ୍ରୀ ମହାବିଦ୍ୟାଳୟରେ ଗତକାଳି ମହାବିଦ୍ୟାଳୟ ଅଧ୍ୟକ୍ଷଙ୍କୁ ପୋଷ୍ଟର ମାଧ୍ୟମରେ ଦିଆଯାଇଥିଲା ହତ୍ୟା ଧମକ। ସେପଟେ ନିର୍ବାଚନରେ ଟଙ୍କା ବଣ୍ଟା ଅଭିଯୋଗକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ବାକ୍‌ବିତଣ୍ଡା। ମୟୂରଭଞ୍ଜର ଏମ୍‌ଏସ୍‌ସିବି ବିଶ୍ୱବିଦ୍ୟାଳୟ ଗେଟ୍‌ ନିକଟରେ ଘଟିଛି ଏହି ଘଟଣା । ଅଭିଯୋଗ ଅନୁସାରେ, ବିଶ୍ୱବିଦ୍ୟାଳୟ ଗେଟ୍‌ ନିକଟରେ ବିଜେଡି ସମର୍ଥିତ ଛାତ୍ର ଟଙ୍କା ବାଣ୍ଟୁଥିବା ବେଳେ ଏହାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା । ସେହିପରି କେନ୍ଦ୍ରାପଡ଼ା ଅଟୋନୋମସ୍ କଲେଜରେ ଉତ୍ତେଜନା । କଲେଜ କ୍ୟାମ୍ପସ୍‌ ଭିତରକୁ ଏକ କଳା ରଙ୍ଗର କାର୍‌ ପ୍ରବେଶକୁ ନେଇ ବିରୋଧ କରିଛି ବିଜୁ ଛାତ୍ର ଜନତା ଦଳ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ମୋଟ ସଭାପତି ପ୍ରାର୍ଥୀ ୮୬୬ ହୋଇଥିବା ବେଳେ କଲେଜରେ ୮୨୮ ଏବଂ ବିଶ୍ବବିଦ୍ୟାଳୟ ୩୮ ଜଣ ପ୍ରାର୍ଥୀ ଥିଲେ । ସେହିପରି ମୋଟ ଉପ ସଭାପତି ୭୧୬ । ଏହା ମଧ୍ୟରେ କଲେଜରେ ୬୭୯, ବିଶ୍ବବିଦ୍ୟାଳୟରେ ୩୭ ଜଣ ପ୍ରାର୍ଥୀ ଥିଲେ । ମୋଟ ସାଧାରଣ ସମ୍ପାଦକ ୬୧୬ ହୋଇଥିବା ବେଳେ କଲେଜରେ ୫୯୩, ବିଶ୍ବବିଦ୍ୟାଳୟରେ ୨୩ ଜଣ ପ୍ରାର୍ଥୀ ଥିଲେ।

ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଓ ଶୃଙ୍ଖଳିତ ଭାବେ ଶେଷ କରିବା ପାଇଁ ସମସ୍ତ କ୍ୟାମ୍ପସରେ ପ୍ରଶାସନ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଅତ୍ୟନ୍ତ କଡ଼ାକଡ଼ି କରାଯାଇଥିଲା । ବିଶେଷ କରି ଉତ୍କଳ ବିଶ୍ୱବିଦ୍ୟାଳୟ ପରିସରରେ ପୋଲିସ ଛାଉଣି ହୋଇଥିବା ଦେଖିବାକୁ ମିଳିଥିଲା। ଖୋଦ୍ ପୋଲିସ କମିଶନର ଏବଂ ଡିସିପିଙ୍କ ସହ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ । ସମସ୍ତ ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ଶାନ୍ତିପୂର୍ଣ୍ଣ ମତଦାନ ପାଇଁ ହୋଇଥିଲା ବ୍ୟବସ୍ଥା ।