Dharmendra Pradhan / ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ଛାତ୍ର ନେତାମାନଙ୍କୁ ଶୁଭେଚ୍ଛା ଜଣାଇଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
·53 mins ago·1 min read

Key Points
ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ସମ୍ପନ୍ନ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ଯୁବ ବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା
ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକରେ ସମ୍ପନ୍ନ ହୋଇଥିବା ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ସମସ୍ତ ଯୁବ ବନ୍ଧୁମାନଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି ସମ୍ବଲପୁର ସାଂସଦ ଶ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ଶ୍ରୀ ପ୍ରଧାନ ତାଙ୍କ ବାର୍ତ୍ତାରେ ପ୍ରକାଶ କରିଛନ୍ତି ଯେ, ଜୀବନରେ ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଏହି ଗଣତାନ୍ତ୍ରିକ ପ୍ରକ୍ରିୟାରେ ଜଣେ ଜିତେ ଆଉ ଜଣେ ଶିଖେ। ବିଜୟୀ ହୋଇଥିବା ଛାତ୍ର ନେତାମାନେ ଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ପରିବେଶକୁ ଠିକ୍ ଭାବରେ ବଜାୟ ରଖିବା ସହ ନିଜର ବ୍ୟକ୍ତିତ୍ୱକୁ ମଧ୍ୟ ଜଣେ ସଫଳ ଓ ଆଦର୍ଶ ଛାତ୍ରଛାତ୍ରୀ ଭାବରେ ଗଢ଼ିତୋଳିବେ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି ।

ଜିତିବା ଆଉ ଶିଖିବା ଓଡ଼ିଶାର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ର ସଂସଦ ନିର୍ବାଚନରେ ବିଜୟୀ ହୋଇଥିବା ଯୁବ ବନ୍ଧୁମାନଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ । ଜୀବନରେ ସଫଳତା ଓ ବିଫଳତା ଗୋଟିଏ ମୁଦ୍ରାର ଦୁଇଟି ପାର୍ଶ୍ୱ । ଜଣେ ଜିତେ ଆଉ ଜଣେ ଶିଖେ । ବିଜୟୀ ହୋଇଥିବା ଛାତ୍ର ନେତାମାନେ ଶିକ୍ଷାନୁଷ୍ଠାନଗୁଡ଼ିକର ଶୈକ୍ଷିକ ପରିବେଶକୁ ଠିକ୍ ଭାବରେ ବଜାୟ ରଖିବା ସହ ନିଜର ବ୍ୟକ୍ତିତ୍ୱକୁ ମଧ୍ୟ ଜଣେ ସଫଳ ଓ ଆଦର୍ଶ ଛାତ୍ରଛାତ୍ରୀ ଭାବରେ ଗଢ଼ିତୋଳିବେ ବୋଲି ମୋର ଦୃଢ଼ ବିଶ୍ୱାସ । #StudentElection #Odisha
— Dharmendra Pradhan (@dpradhanbjp) October 15, 2026
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories