Dharmendra Pradhan / ବେଆଇନ ଟ୍ରକ୍ ପାର୍କିଂ ଉପରେ କଠୋର କାର୍ଯ୍ୟାନୁଷ୍ଠାନ ଦାବି, ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଂସଦ ଧର୍ମେନ୍ଦ୍ର ପ୍ରଧାନ
·38 mins ago·2 min read

Key Points
NH ଓ SHରେ ବେଆଇନ ପରିବହନ ଗାଡ଼ି ପାର୍କିଂ ପ୍ରସଙ୍ଗ
ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ
`ବେଆଇନ ପାର୍କିଂ ରୋକିବାକୁ କଠୋର କାର୍ଯ୍ୟାନୁଷ୍ଠାନ ନିଆଯାଉ'

ରାଜ୍ୟର ବିଭିନ୍ନ ଖଣି ଓ ଶିଳ୍ପାଞ୍ଚଳରେ ଜାତୀୟ ଏବଂ ରାଜ୍ୟ ରାଜପଥ ଉପରେ ବେଆଇନ ଭାବେ ଟ୍ରକ୍ ଓ ଅନ୍ୟାନ୍ୟ ଭାରୀଯାନ ପାର୍କିଂ ଯୋଗୁଁ ବଢ଼ୁଥିବା ସଡ଼କ ଦୁର୍ଘଟଣାକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ। ଏହି ସମସ୍ୟାର ସ୍ଥାୟୀ ସମାଧାନ ସହ ବେଆଇନ ପାର୍କିଂ ରୋକିବାକୁ ଦୃଢ଼ ପଦକ୍ଷେପ ନେବା ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଛନ୍ତି ।
ଚିଠିରେ ଧର୍ମେନ୍ଦ୍ର ପ୍ରଧାନ ଉଲ୍ଲେଖ କରିଛନ୍ତି ଯେ ରାଜ୍ୟର ବିଭିନ୍ନ ଖଣି ଓ ଶିଳ୍ପ କରିଡରରେ ଟ୍ରକ୍ଗୁଡ଼ିକ କିଲୋମିଟର କିଲୋମିଟର ଧରି ରାସ୍ତା ଉପରେ ଧାଡ଼ି ହୋଇ ଠିଆ ହେଉଛନ୍ତି । ଏହି ବେଆଇନ ଓ ବିପଦଜନକ ପାର୍କିଂ ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହେବା ସହ ଦୁର୍ଘଟଣାର ଆଶଙ୍କା ବଢ଼ୁଛି । ଖଣି କମ୍ପାନୀଗୁଡ଼ିକର ଲଜିଷ୍ଟିକ୍ସ ବ୍ୟବସ୍ଥାରେ ଅବ୍ୟବସ୍ଥା ଏବଂ ପର୍ଯ୍ୟାପ୍ତ ପାର୍କିଂ ସ୍ଥାନର ଅଭାବ ଏହି ସମସ୍ୟାର ପ୍ରମୁଖ କାରଣ ବୋଲି ସେ ଦର୍ଶାଇଛନ୍ତି ।
ବେଆଇନ ପାର୍କିଂ ରୋକିବାକୁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶର ଉଲ୍ଲେଖ
ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ଚିଠିରେ ସୁପ୍ରିମକୋର୍ଟଙ୍କ ଏକ ଆଦେଶର ଉଲ୍ଲେଖ କରିଛନ୍ତି । ତାଙ୍କ ଅନୁଯାୟୀ, ରାଜପଥରେ ସୁରକ୍ଷିତ ଯାତାୟାତ ସମ୍ବିଧାନର ଧାରା ୨୧ ଅନ୍ତର୍ଗତ ଜୀବନର ଅଧିକାରର ଏକ ଅଂଶ । ଏଥିସହ ବେଆଇନ ପାର୍କିଂ ରୋକିବା ଓ ସଡ଼କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ କଠୋର ପଦକ୍ଷେପ ନେବାର ଆବଶ୍ୟକତା ରହିଛି ।
ସେ ୨୪ ଘଣ୍ଟିଆ ପାଟ୍ରୋଲିଂ, ସ୍ୱୟଂଚାଳିତ ଇ-ଚାଲାଣ ବ୍ୟବସ୍ଥା ଏବଂ ଜିଲ୍ଲା ସଡ଼କ ସୁରକ୍ଷା ଟାସ୍କଫୋର୍ସକୁ ସକ୍ରିୟ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି। ବେଆଇନ ପାର୍କିଂ ହଟାଇବା ଓ ଏଥିପାଇଁ ଦାୟୀ ଅଧିକାରୀଙ୍କ ଉତ୍ତରଦାୟିତ୍ୱ ସୁନିଶ୍ଚିତ କରିବା ମଧ୍ୟ ଜରୁରୀ ବୋଲି ସେ କହିଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ନିୟମ ଭାଙ୍ଗିଲେ ଜରିମାନା, ଗାଡ଼ି ଜବତ ଓ କମ୍ପାନୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି
ଚିଠିରେ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ ଓଡ଼ିଶା ରାଜ୍ୟ ରାଜପଥ କର୍ତ୍ତୃପକ୍ଷ ଆଇନ, ୨୦୨୫ର ବିଭିନ୍ନ ବ୍ୟବସ୍ଥାର ଉଲ୍ଲେଖ କରିଛନ୍ତି । ତାଙ୍କ ମତରେ, ଆଇନ ଉଲ୍ଲଂଘନ କରୁଥିବା ଡ୍ରାଇଭର, ପରିବହନ ସଂସ୍ଥା ଏବଂ ଶିଳ୍ପ କମ୍ପାନୀଗୁଡ଼ିକ ବିରୋଧରେ ଦୃଢ଼ ପ୍ରଶାସନିକ ଓ ଆଇନଗତ ପଦକ୍ଷେପ ନିଆଯିବା ଆବଶ୍ୟକ ।
ସେକ୍ସନ ୨୮ ଅନୁଯାୟୀ ଜରିମାନା ଆଦାୟ, ସେକ୍ସନ ୭୨ ଓ ୭୩ ଅନୁଯାୟୀ ନିୟମ ଉଲ୍ଲଂଘନକାରୀ ଗାଡ଼ି ଜବତ ଓ ପାର୍କିଂ ଶୁଳ୍କ ଆଦାୟ ଏବଂ ସେକ୍ସନ ୬୯ ଅନୁଯାୟୀ ଅସୁରକ୍ଷିତ ଗାଡ଼ି ଚାଳନା ଓ ଓଭରଲୋଡିଂ ପାଇଁ ଦଣ୍ଡ ବ୍ୟବସ୍ଥା ଲାଗୁ କରିବାକୁ ସେ ଗୁରୁତ୍ୱ ଦେଇଛନ୍ତି ।
ଏଥିସହ ଆଇନର ସେକ୍ସନ ୭୬ ଅନୁଯାୟୀ, କମ୍ପାନୀର ଅବହେଳା କିମ୍ବା ପରିବହନ ବ୍ୟବସ୍ଥାର ତ୍ରୁଟି ଯୋଗୁଁ ନିୟମ ଉଲ୍ଲଂଘନ ହେଲେ ସମ୍ପୃକ୍ତ କମ୍ପାନୀର ଦାୟିତ୍ୱବାନ ଅଧିକାରୀ ଓ ନିର୍ଦ୍ଦେଶକଙ୍କ ବିରୋଧରେ ମଧ୍ୟ ଆଇନଗତ ପଦକ୍ଷେପ ନେବାକୁ ସେ ଦାବି କରିଛନ୍ତି ।

Related Topics
Explore more stories