Student Union Elections / କ୍ୟାମ୍ପସରେ ଜମିଲାଣି ନିର୍ବାଚନୀ ମାହୋଲ, ଆଶାୟୀ ପ୍ରାର୍ଥୀ ଆରମ୍ଭ କଲେଣି କ୍ୟାମ୍ପେନ୍
·2 hours ago·2 min read

Key Points
ଛାତ୍ର ସଂସଦ ନିର୍ବାଚନ ପାଇଁ କାଲି ନୋଟିଫିକେସନ୍
ଏହାର ତିନି ଦିନ ପରେ ହେବ ନୋମିନେସନ୍
ସରକାରଙ୍କ ଫୋକସରେ ଶୃଙ୍ଖଳାର ସହ ନିର୍ବାଚନ
ଏହାର ତିନି ଦିନ ପରେ ହେବ ନୋମିନେସନ୍
ସରକାରଙ୍କ ଫୋକସରେ ଶୃଙ୍ଖଳାର ସହ ନିର୍ବାଚନ
କଲେଜ କ୍ୟାମ୍ପସରେ ବଢୁଛି କ୍ରେଜ୍ । କାରଣ ଛାତ୍ର ସଂସଦ ନିର୍ବାଚନ ପାଇଁ ଗ୍ରୀନ୍ ସିଗନାଲ ମିଳିସାରିଛି । କାଲି ନୋଟିଫିକେସନ୍ ବାହାରିବା ପୂର୍ବରୁ ମାତିଲେଣି ଛାତ୍ର ନେତା । ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ଇନଷ୍ଟାଗ୍ରାମ୍ ରିଲ୍ସରୁ ଫୋସ୍ ଟୁ ଫେସ୍ ସବୁ ପ୍ରକାର କସରତ ଚଳାଇଛନ୍ତି । ଆଉ ଏହାରି ଭିତରେ କ୍ୟାମ୍ପସରେ ଶାନ୍ତି ଶୃଙ୍ଖଳା ରକ୍ଷା ଓ ନିର୍ବାଚନକୁ ଭୟମୁକ୍ତ କରିବାକୁ ରାଜ୍ୟ ପୋଲିସ ମୁଖ୍ୟାଳୟରେ ବଡ଼ ବୈଠକ କରିଛନ୍ତି ପୋଲିସ ଡିଜି । ସମନ୍ବୟ ରକ୍ଷା ଓ ଫଳାଫଳ ପ୍ରକାଶ ଦିନ ଅଧିକ ଫୋର୍ସ ମୁତୟନ ପାଇଁ କୁହାଯାଇଛି । ଅନ୍ୟପକ୍ଷରେ ୮ ବର୍ଷ ଅପେକ୍ଷାର ଅନ୍ତ ଘଟାଇଥିବାରୁ ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଛନ୍ତି ଛାତ୍ରଛାତ୍ରୀ ।
ନିର୍ବାଚନ ଘୋଷଣା ହେଉ ହେଉ ତାତିଲାଣି କ୍ୟାମ୍ପସ । ଗତକାଲି ଖଲିକୋଟ ବିଶ୍ୱ ବିଦ୍ୟାଳୟରେ ଗଣ୍ଡଗୋଳ ପରେ ଆଜି ରାଜ୍ୟ ପୋଲିସ ମୁଖ୍ୟାଳୟରେ ବସିଥିଲା ବଡ଼ ବୈଠକ । କଲେଜ ଓ ୟୁନିଭରସିଟିକୁ ଅଣ ଛାତ୍ର ପ୍ରବେଶ ନିଷେଧ ସହ ହଷ୍ଟେଲ, କଲେଜ କ୍ୟାଣ୍ଟିନରେ ଭୋଜି ବେଳେ ପୋଲିସକୁ ତୀକ୍ଷ୍ଣ ନଜର ରଖିବାକୁ ସବୁ ଜିଲ୍ଲା ଏସପିଙ୍କୁ କୁହାଯାଇଛି । ସେହିପରି ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏସପିଙ୍କ ସହ କଲେଜ କର୍ତ୍ତୃପକ୍ଷ ସମନ୍ୱୟ ରକ୍ଷା କରି ନିର୍ବାଚନ ପରିଚାଳନା ପାଇଁ ପରାମର୍ଶ ଦିଆଯାଇଛି । ନିର୍ବାଚନ ଫଳାଫଳ ଘୋଷଣା ବେଳେ ଅଧିକ ଫୋର୍ସ ମୁତୟନ ପାଇଁ କହିଛନ୍ତି ପୋଲିସ ଡିଜି । ସେପଟେ ଏଆଇରେ ଭିଡିଓ କରି ଅଶାଳୀନ ଭାଷା ପ୍ରୟୋଗ କଲେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଏସଓପି ଆଣିଛି କମିଶନରେଟ ପୋଲିସ ।
ଏହାରି ଭିତରେ ୮ ବର୍ଷ ପରେ ନିର୍ବାଚନ ଘୋଷଣାକୁ ନେଇ ଆଜି ଉଚ୍ଚଶିକ୍ଷା ମନ୍ତ୍ରୀଙ୍କୁ ଭେଟିଛନ୍ତି କିଛି ଛାତ୍ରଛାତ୍ରୀ । ଛାତ୍ର ସଂସଦ ନିର୍ବାଚନ ଘୋଷଣା ପାଇଁ ସରକାରଙ୍କୁ ଧନ୍ୟବାଦ ଦେବା ସହ କଲେଜରେ ଗଣ୍ଡଗୋଳ ହେଲେ ନିର୍ବାଚନ ହେବ ନା ନାହିଁ ତାହାର ନିଷ୍ପତ୍ତି କଲେଜ କର୍ତୃପକ୍ଷ ନେବେ ବୋଲି ଉଚ୍ଚଶିକ୍ଷା ମନ୍ତ୍ରୀ ସ୍ପଷ୍ଟ କରିଦେଇଛନ୍ତି ।
ଏହାରି ଭିତରେ ରାଜ୍ୟର ବିଭିନ୍ନ କଲେଜରେ ନିର୍ବାଚନୀ ମାହୋଲ ସରଗରମ ହେଲାଣି । ଉତ୍କଳ ବିଶ୍ୱବିଦ୍ୟାଳୟରେ ଆଶାୟୀ ପାର୍ଥୀ ବିଭିନ୍ନ ବିଭାଗ ବୁଲିବା ଆରମ୍ଭ କଲେଣି । ରମାଦେବୀରେ ମଧ୍ୟ ନିର୍ବାଚନ ପାଇଁ ଛାତ୍ର ସେଲିବ୍ରେସନ କରୁଥିବା ଦେଖିବାକୁ ମିଳିଛି । କେନ୍ଦୁଝର ଡିଡି ବିଶ୍ୱବିଦ୍ୟାଳୟ, ବାଲେଶ୍ୱରର ଏଫଏମ ୟୁନିଭର୍ସିଟି ଓ ବାରିପଦାର ଏମଏସସିବି ବିଶ୍ୱବିଦ୍ୟାଳୟରେ ବି ଛାତ୍ରଛାତ୍ରୀ ନିର୍ବାଚନ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବା ଦେଖିବାକୁ ମିଳିଛି । ଆସନ୍ତା କାଲି ବିଜ୍ଞପ୍ତି ପ୍ରକାଶ ପାଇବା ପରେ କ୍ୟାମ୍ପସରେ ପ୍ରଚାର ଅଧିକ ଜୋରଦାର ହେବ । ୧୫ରେ ଭୋଟିଂ ଓ ୧୬ରେ ହେବ ଶପଥ ପାଠ ଉତ୍ସବ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories