WhatsApp Classes Start / ସମର୍ ଭ୍ୟାକେସନ୍ରେ ଚାଲିବ ପାଠପଢ଼ା; ହ୍ଵାଟ୍ସଆପ୍ରେ ପଢ଼ିବେ ଶିଶୁ ବାଟିକାରୁ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ
·2 months ago·2 min read

Key Points
ସମର୍ ଲର୍ଣ୍ଣିଂ ପ୍ରୋଗ୍ରାମରେ ପାଠ ପଢ଼ିବେ ଶିଶୁ ବାଟିକାରୁ ନେଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ । ଖରା ଦିନିଆ ଛୁଟିରେ ପିଲାଙ୍କୁ ପାଠ ସହିତ ଯୋଡ଼ି ରଖିବାକୁ ଏଭଳି ପଦକ୍ଷେପ ନେଇଛି ସମଗ୍ର ଶିକ୍ଷା । ସମସ୍ତ ସକାରୀ ସ୍କୁଲ୍ରେ ସମର୍ ଲର୍ଣ୍ଣିଂ ପ୍ରୋଗ୍ରାମ ଚାଲିବ ।
ଭୁବନେଶ୍ଵର: ଖରା ଛୁଟିରେ ହେବ ପାଠପଢ଼ା । ସମର୍ ଲର୍ଣ୍ଣିଂ ପ୍ରୋଗ୍ରାମରେ ପାଠ ପଢ଼ିବେ ଶିଶୁ ବାଟିକାରୁ ନେଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ । ଏନେଇ ସମଗ୍ର ଶିକ୍ଷା ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରାଯାଇଛି । ସମଗ୍ର ରାଜ୍ୟରେ ଏହା ଚଳିତ ଖରା ଛୁଟିରେ କାର୍ଯ୍ୟକାରୀ କରାଯିବ ।
ଖରା ଦିନିଆ ଛୁଟିରେ ପିଲାଙ୍କୁ ପାଠ ସହିତ ଯୋଡ଼ି ରଖିବାକୁ ଏଭଳି ପଦକ୍ଷେପ ନେଇଛି ସମଗ୍ର ଶିକ୍ଷା । ସମସ୍ତ ସରକାରୀ ସ୍କୁଲ୍ରେ ସମର୍ ଲର୍ଣ୍ଣିଂ ପ୍ରୋଗ୍ରାମ ଚାଲିବ । ଏହା ଅଧିନରେ ଛାତ୍ରଛାତ୍ରୀଙ୍କୁ ଅଭ୍ୟାସ ପାଇଁ ଅଡିଓ ଭିଡିଓ ପାଠ୍ୟକ୍ରମ ଯୋଗାଇ ଦିଆଯିବ ।
ଏଥିସହ ପଢ଼ନ୍ତୁ: ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି; ୨୪ ପର୍ଯ୍ୟନ୍ତ ସମସ୍ତ ସ୍କୁଲ୍ ଛୁଟି ଘୋଷଣା
ହ୍ଵାଟ୍ସଆପ୍ ଗ୍ରୁପ୍ରେ ପାଠପଢ଼ା
ଏଥିପାଇଁ ଶ୍ରେଣୀ ଅନୁସାରେ, ବିଷୟ ନେଇ ଆସାଇନମେଣ୍ଟ ପ୍ରସ୍ତୁତ କରାଯାଇଛି । ଯାହାକୁ ଶିଶୁ ବାଟିକାରୁ ନେଇ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଅଭ୍ୟାସ କାର୍ଯ୍ୟ ପାଇଁ ଦିଆଯିବ । ଏଥିପାଇଁ ବିଦ୍ୟାଳ କର୍ତ୍ତୃପକ୍ଷ ଅଭିଭାବକଙ୍କୁ ନେଇ ହ୍ଵାଟ୍ସଆପ୍ ଗ୍ରୁପ୍ ଖୋଲିବେ ।
ଏପ୍ରିଲ୍ ୨୫ ତାରିଖ ସୁଦ୍ଧା ଗ୍ରେଡ୍ ଅନୁସାରେ, ଅଭିଭାବକଙ୍କୁ ନେଇ ସମସ୍ତ ସରକାରୀ ସ୍କୁଲ୍ ହ୍ଵାଟ୍ସଆପ୍ ଗ୍ରୁପ୍ ଖୋଲିବେ । ପୂର୍ବରୁ ଥିବା ଗ୍ରୁପ୍କୁ ପୁନଃନାମିତ କରାଯିବ । ଏନେଇ ସମଗ୍ର ଶିକ୍ଷା ପକ୍ଷରୁ ଗାଇଡଲାଇନ୍ ଜାରି କରାଯାଇଛି ।
ସମର୍ ଲର୍ଣ୍ଣିଂ ପ୍ରୋଗ୍ରାମ
ପ୍ରତିବର୍ଷ ଭଳି ଛାତ୍ରଛାତ୍ରୀଙ୍କ ଲାଗି ଖରା ଛୁଟି ଅଭ୍ୟାସ ପାଠ୍ୟକ୍ରମ ଦିଆଯିବ । ଅଭ୍ୟାସ ସହ ପିଲାଙ୍କୁ ଅଡିଓ ଭିଡିଓ ପାଠ୍ୟକ୍ରମ ଦିଆଯିବ । ଫଳରେ ଖରାଛୁଟିରେ ପିଲା ଘରେ ରହି ପାଠ ପଢ଼ି ପାରିବେ । ଏହାଦ୍ଵାରା ପିଲା ପାଠ ସହ ଯୋଡ଼ି ହୋଇ ରହିବେ । ଘରେ ପିଲାଙ୍କୁ ଗାଇଡ୍ କରିବେ ଅଭିଭାବକ ।
ସମର୍ ଲର୍ଣ୍ଣିଂ ପ୍ରୋଗ୍ରାମ ଅଧିନରେ ଶିଶୁ ବାଟିକାରୁ ନେଇ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଗ୍ରେଡ୍ ଭିତ୍ତିକ ବିଷୟ ପଢ଼ାଯିବ । ଏଥିପାଇଁ ବିଷୟକୁ ବିଭିନ୍ନ ଶ୍ରେଣୀରେ ରଖା ଯାଇଛି । ଶିଶୁ ବାଟିକା ଲାଗି ସପ୍ତାହକୁ ଥରେ, ଗ୍ରେଡ୍ ୧ରୁ ୩ ପର୍ଯ୍ୟନ୍ତ ସପ୍ତାହକୁ ୨ ର ଏବଂ ଗ୍ରେଡ୍ ୪ର ୮ ପାଇଁ ପ୍ତାହକୁ ତିନିଥର ବିଷୟ ବସ୍ତୁ ହ୍ଵାଟ୍ସଆପ୍ରେ ଯୋଗା ଦିଆଯିବବ ।
ଏଥିସହ ପଢ଼ନ୍ତୁ: ୩ ଦିନ ସ୍କୁଲ୍ ସହ ଅଙ୍ଗନୱାଡ଼ି ଓ କଲେଜ ଛୁଟି ଘୋଷଣା; ଅନଲାଇନ୍ରେ ହେବ କ୍ଲାସ୍
କେଉଁ ଗ୍ରେଡ୍ରେ କେଉଁ ବହି
ଗ୍ରେଡ୍ ୧ରୁ ୩: ଓଡ଼ିଆ, ଗଣିତ ଏବଂ ପରିବେଶ ବିଜ୍ଞାନ
ଗ୍ରେଡ୍ ୪ ଓ ୫: ଓଡ଼ିଆ, ଗଣିତ, ପରିବେଶ ବିଜ୍ଞାନ ଓ ଇଂରାଜୀ
ଗ୍ରେଡ୍ ୬ରୁ ୮: ଓଡ଼ିଆ, ଗଣିତ, ପରିବେଶ ବିଜ୍ଞାନ, ସାମାଜିକ ବିଜ୍ଞାନ, ବିଜ୍ଞାନ ଓ ଇଂରାଜୀ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories