Odisha Assembly / ଅତିରିକ୍ତ ବଜେଟରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ
·51 mins ago·3 min read

Key Points
୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଛନ୍ତି ମୁଖ୍ୟମନ୍ତ୍ରୀ । ଚଳିତ ଅତିରିକ୍ତ ବଜେଟରେ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ସର୍ବାଧିକ ୮,୩୮୯ କୋଟି ୭୬ ଲକ୍ଷ ଟଙ୍କା ଦେବାକୁ ବ୍ୟବସ୍ଥା ରହିଛି ।
ଭୁବନେଶ୍ଵର: ପ୍ରଥମ ଦିନରୁ ହିଁ ହଟ୍ଟଗୋଳ ଯୋଗୁଁ ବାଧାପ୍ରାପ୍ତ ହୋଇଛି ବିଧାନସଭାର ଶୀତ ଅଧିବେଶନ । ଗୃହରେ ଶୋକ ପ୍ରସ୍ତାବ ଆଗତ ହେବା ପରେ ଗଞ୍ଜାମ ବନ୍ୟା ପରିଚାଳନା ଏବଂ କୋଟିଆ ସୀମା ବିବାଦକୁ ନେଇ ବିଜେଡି ଓ କଂଗ୍ରେସ ସଦସ୍ୟଙ୍କ ପ୍ରବଳ ହୋହାଲ୍ଲା ଯୋଗୁଁ ଗୃହ କାର୍ଯ୍ୟ ଅଚଳ ହୋଇପଡ଼ିଥିଲା ।
ଅନ୍ୟପଟେ, ବିରୋଧୀ ଦଳ କେବଳ ରାଜନୈତିକ ଫାଇଦା ନେବା ପାଇଁ ଜାଣିଶୁଣି ଗୃହକୁ ଚଳାଇ ଦେଉନାହାନ୍ତି ଏବଂ ଆଲୋଚନାରୁ ଦୂରେଇ ରହୁଛନ୍ତି ବୋଲି ଶାସକ ବିଜେପି ବିଧାୟକମାନେ ପାଲଟା ଅଭିଯୋଗ କରିଛନ୍ତି । ତେବେ ଏହି ହଙ୍ଗାମା ଭିତରେ ଅପରାହ୍ଣରେ ମୁଖ୍ୟମନ୍ତ୍ରୀ ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଗୃହରେ ଆଗତ କରିଛନ୍ତି ।
ବିଜେଡିର ଦାବି ବନ୍ୟା ପ୍ରସଙ୍ଗ ସବୁଠୁ ଗୁରୁତ୍ୱପୂର୍ଣ୍ଣ, କଂଗ୍ରେସ କହିଲା ଆଗ କୋଟିଆ ସୀମା ବିବାଦ ଉପରେ ଆଲୋଚନା ହେବା ଦରକାର । ଦୁଇ ବିରୋଧୀ ଦଳର ଏହି ଜିଦ୍ ଯୋଗୁଁ ପ୍ରଥମ ଦିନରୁ ହିଁ ଅଚଳ ହୋଇପଡ଼ିଛି ବିଧାନସଭା । ଆଜି ଗୃହ କାର୍ଯ୍ୟ ଆରମ୍ଭରୁ ଦିବଙ୍ଗତ ପୂର୍ବତନ ମନ୍ତ୍ରୀ ରାସବିହାରୀ ବେହେରା ଏବଂ ପୂର୍ବତନ ବିଧାୟକ କାହ୍ନୁଚରଣ ନାୟକଙ୍କ ବିୟୋଗରେ ଶୋକ ପ୍ରସ୍ତାବ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ।
ତେବେ ଶୋକ ପ୍ରସ୍ତାବ ଶେଷ ହେବା ମାତ୍ରେ ଗୃହରେ ଆରମ୍ଭ ହୋଇଥିଲା ହାଇଡ୍ରାମା । ଗଞ୍ଜାମ ବନ୍ୟା ପରିଚାଳନାରେ ବିଫଳତା ଅଭିଯୋଗ ଆଣି ହାତରେ ପ୍ଲାକାର୍ଡ ଓ ବ୍ୟାନର ଧରି ଗୃହର ମଧ୍ୟଭାଗକୁ ମାଡ଼ି ଆସିଥିଲେ ବିଜେଡି ବିଧାୟକ । ଦଳ ପକ୍ଷରୁ ଦିଆଯାଇଥିବା ସ୍ପେଶାଲ୍ ମୋସନ୍କୁ ବାଚସ୍ପତି ଗ୍ରହଣ କରି ସବୁ କାର୍ଯ୍ୟ ବାଦ ଦେଇ ଆଗ ବନ୍ୟା ଉପରେ ଆଲୋଚନା କରିବାକୁ ଦାବି କରିଥିଲେ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅନ୍ୟପଟେ, କୋଟିଆ ସୀମା ବିବାଦକୁ ଅସ୍ତ୍ର କରି ଗୃହରେ ଗର୍ଜିଥିଲେ କଂଗ୍ରେସ ସଦସ୍ୟ । ପ୍ରତିବାଦର ସୀମା ଟପି ରିପୋର୍ଟର ଟେବୁଲ ଉପରେ ଚଢ଼ି ହଟ୍ଟଗୋଳ କରିଥିଲେ କଂଗ୍ରେସ ବିଧାୟକ । ବାଚସ୍ପତି ସୁରମା ପାଢ଼ୀ ବାରମ୍ବାର ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ ମଧ୍ୟ ଗୃହ ସ୍ୱାଭାବିକ ହୋଇପାରିନଥିଲା । ଶେଷରେ ହଟ୍ଟଗୋଳ ମଧ୍ୟରେ ଗୃହକୁ ଅପରାହ୍ଣ ୪ଟା ଯାଏଁ ମୁଲତବୀ ଘୋଷଣା କରିଥିଲେ ବାଚସ୍ପତି ।
ଏଥିସହ ପଢ଼ନ୍ତୁ: ବାତ୍ୟା ପାଇଁ ହାଇଆଲର୍ଟରେ ଗଞ୍ଜାମ ଓ ପୁରୀ ପ୍ରଶାସନ
ସେପଟେ ବିରୋଧୀଙ୍କ ଏହି ଆଭିମୁଖ୍ୟକୁ ନେଇ ଶାଣିତ ଆକ୍ରମଣ କରିଛି ଶାସକ ବିଜେପି । ବିଜେପି ବିଧାୟକଙ୍କ ଅଭିଯୋଗ ଅନୁଯାୟୀ, କେବଳ ପଲିଟିକାଲ୍ ମାଇଲେଜ୍ ନେବା ପାଇଁ ବିଜେଡି ଯୋଜନାବଦ୍ଧ ଭାବେ ଗୃହକୁ ଅଚଳ କରୁଛି ।
ବନ୍ୟା ମୁକାବିଲା ନେଇ ଗୃହରେ ଆଲୋଚନା ହେଲେ ପୂର୍ବ ସରକାରଙ୍କ ଅମଳର ଅବ୍ୟବସ୍ଥା ଓ ଦଳର ଅସଲ ଚେହେରା ପଦାରେ ପଡ଼ିଯିବା ଭୟରେ ବିଜେଡି ଆଲୋଚନାରୁ ପଳାୟନ କରୁଛି । କେବଳ ସେତିକି ନୁହେଁ, ଦଳର 'ଆକ୍କା'ଙ୍କ ଇଙ୍ଗିତରେ ବିଜେଡି ବିଧାୟକମାନେ ଗୃହକୁ ଚଳାଇ ଦେଉନାହାନ୍ତି ବୋଲି ଶାସକ ଦଳ ପକ୍ଷରୁ ସିଧାସଳଖ ନିଶାନା କରାଯାଇଛି ।
ଅତିରିକ୍ତ ବଜେଟ୍ ଆଗତ
ଅପରାହ୍ଣ ୪ଟାରେ ଗୃହ କାର୍ଯ୍ୟ ପୁଣି ଆରମ୍ଭ ହେବା ପରେ ୨୪ ହଜାର ୧୫୦ କୋଟି ଟଙ୍କାର ଅତିରିକ୍ତ ବଜେଟ ଆଗତ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ଚଳିତ ଅତିରିକ୍ତ ବଜେଟରେ ଖାଦ୍ୟ ସୁରକ୍ଷା ଓ ବିପର୍ଯ୍ୟୟ ପରିଚାଳନାକୁ ସର୍ବାଧିକ ଗୁରୁତ୍ୱ ଦିଆଯାଇଛି ।
କେଉଁ ବିଭାଗକୁ କେତେ ?

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗକୁ ସର୍ବାଧିକ ୮,୩୮୯ କୋଟି ୭୬ ଲକ୍ଷ ଟଙ୍କା ଦେବାକୁ ବ୍ୟବସ୍ଥା ରହିଛି । ଯେଉଁଥିରେ 'ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା' ପାଇଁ ୮,୩୧୨ କୋଟିର ବ୍ୟବସ୍ଥା ରହିଛି । ସେହିପରି ବିପର୍ଯ୍ୟୟ ପ୍ରଶମନ ପାଣ୍ଠିକୁ ୫,୧୦୦ କୋଟି ଟଙ୍କା । ଶିକ୍ଷା କ୍ଷେତ୍ରକୁ ୧,୭୧୫ କୋଟି ଟଙ୍କା । କୃଷି ଓ ଆନୁଷଙ୍ଗିକ କ୍ଷେତ୍ରକୁ ୧,୬୦୬ କୋଟି ଟଙ୍କା । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗକୁ ୧,୨୪୬ କୋଟି ଟଙ୍କା ବ୍ୟୟ ବରାଦ ହୋଇଛି ।
ଶୀତ ଅଧିବେଶନର ପ୍ରଥମ ଦିନରୁ ହିଁ ଶାସକ ଓ ବିରୋଧୀ ମୁହାଁମୁହିଁ ହୋଇଥିବା ବେଳେ ଆଗାମୀ ଦିନରେ ଗୃହର ତାତି ଆହୁରି ବଢ଼ିବାର ସଙ୍କେତ ମିଳିଛି । ବିଶେଷ କରି ଦରଦାମ ବୃଦ୍ଧି, ଚାଷୀଙ୍କ ସମସ୍ୟା ଏବଂ ଆଇନଶୃଙ୍ଖଳା ପରିସ୍ଥିତିକୁ ନେଇ ଗୃହରେ ତାତି ଦେଖିବାକୁ ମିଳିପାରେ ।