Black Magic / ପ୍ରେମିକାଙ୍କୁ ପାଇବାକୁ ଗୁଣି, ତନ୍ତ୍ର ପୂଜାରେ ବିଫଳ ହେବାରୁ ଅପହରଣ ଯୋଜନା

Key Points
ଗୁଣିଆ ଡାକି ପ୍ରେମିକା ଫଟୋ ରଖି ପ୍ରେମିକ ପୂଜା କରୁଥିବା ଅଭିଯୋଗ । ତନ୍ତ୍ର ପୂଜାରେ ବିଫଳ ହେବା ପରେ ଅପହରଣ ଯୋଜନା । ଦୁଇଜଣ ଗୁଣ୍ଡା ପ୍ରେମିକା ଘରେ ପଶିଥିଲେ ।
ପ୍ରେମିକାଙ୍କୁ ପାଇବାକୁ ତନ୍ତ୍ର ପୂଜା । ଗୁଣିଆ ଡାକି ପ୍ରେମିକା ଫଟୋ ରଖି ପୂଜା କରୁଥିଲା ପ୍ରେମିକ । ତନ୍ତ୍ର ପୂଜାରେ ବିଫଳ ହେବାରୁ ଅପହରଣ ଯୋଜନା । ଦୁଇ ଜଣ ଗୁଣ୍ଡା ଲଗାଇ ପ୍ରେମିକା ଘରେ ପଶିଥିଲା ପ୍ରେମିକ । ପ୍ରଥମେ ଅଧରାତିରେ କରେଣ୍ଟ କାଟି ଗାଁକୁ ଅନ୍ଧାର କରିଥିଲା । ଆଉ ଏହା ପରେ ଦୁଇ ଗୁଣ୍ଡା ସହ ପ୍ରେମିକ ଘରେ ପଶିଥିଲା ।
କିନ୍ତୁ ପ୍ରେମିକର ସବୁ ଯୋଜନା ଫସର ଫାଟିଗଲା । ପ୍ରେମିକା ଘର ଲୋକ ଚିଲେଇ ବାରୁ ଗାଁ ଲୋକେ କାବୁ କଲେ । ପ୍ରେମିକ ସହ ଜଣେ ଗୁଣ୍ଡାଙ୍କୁ ରାତିଅଧରେ କାବୁ କରିନେଲେ । ଆଉ ଜଣେ ଗୁଣ୍ଡା ଅନ୍ଧାର ରାତିରେ ଫେରାର ହୋଇଯାଇଥଲା । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭୁବନେଶ୍ବରର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ତରବୋଇ ଗାଁରେ । ତେବେ ଗାଁ ଲୋକ ଦୁଇ ଜଣଙ୍କୁ କାବୁ କରି ପୋଲିସର ଜିମା ଦେଇଛନ୍ତି । ପୋଲିସ ଦୁଇ ଯୁବକକୁ ଅଟକ ରଖି ପଚରାଉଚାର କରିବା ସହ ଏକ କାର ଜବତ କରିଛି।
📱 Get Argus News App
✨Related Topics
Explore more stories