Tragic incident in Dhenkanal / ୩ ଦଣ୍ଡୁଆଙ୍କ ମୃତ୍ୟୁ ଘଟଣା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କ ଶୋକ ପ୍ରକାଶ
·2 hours ago·2 min read

Key Points
ଢେଙ୍କାନାଳ ୩ ଦଣ୍ଡୁଆଙ୍କ ମୃତ୍ୟୁ ଘଟଣା
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଜଣାଇଲେ ଶୋକ
କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଶୋକ
ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ଜଣାଇଲେ ଶୋକ
ଭୁବନେଶ୍ବର,୧୩/୦୪: ଢେଙ୍କାନାଳ ଜିଲ୍ଲା ପାଟଲା ଗାଁରେ ଦଣ୍ଡନାଚ ପ୍ରସ୍ତୁତି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ଦଣ୍ଡୁଆଙ୍କ ପ୍ରାଣହାନୀ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଢେଙ୍କାନାଳ ଜିଲ୍ଲା ବାଲିମି ଅଞ୍ଚଳରେ ଦଣ୍ଡନାଚ ପାଇଁ ପ୍ରସ୍ତୁତି ସମୟରେ ଅଘଟଣ ଘଟି ମୃତ୍ୟୁବରଣ କରିଥିବା ଖବର ଶୁଣି ମୁଁ ଦୁଃଖିତ ଓ ମର୍ମାହତ । ଅମର ଆତ୍ମାର ସଦଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାର ବର୍ଗଙ୍କୁ ସମବେଦନା ଜଣାଉଛି । ଏହି ଦୁଃଖଦ ସମୟରେ ମହାପ୍ରଭୁ ପରିବାର ବର୍ଗଙ୍କୁ ଅସୀମ ଧୈର୍ଯ୍ୟ ଓ ସାହସ ପ୍ରଦାନ କରନ୍ତୁ । ଆହତଙ୍କ ଆଶୁ ଆରୋଗ୍ୟ କାମନା କରୁଛି କହିଛନ୍ତି କହିଛନ୍ତି କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।
ଢେଙ୍କାନାଳ ଜିଲ୍ଲା ପାଟଲା ଗାଁରେ ଦଣ୍ଡନାଚ ପ୍ରସ୍ତୁତି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ପାଟୁଆଙ୍କ ପ୍ରାଣହାନୀ ଘଟଣାରେ ଗଭୀର ଶୋକ ପ୍ରକାଶ କରିଛନ୍ତି ବିରୋଧିଦଳ ନେତା ନବୀନ ପଟ୍ଟନାୟକ। ଢେଙ୍କାନାଳ ଜିଲ୍ଲା ପାଟଲା ଗାଁରେ ଦଣ୍ଡନାଚ ପ୍ରସ୍ତୁତି ସମୟରେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଜଣ ପାଟୁଆଙ୍କ ପ୍ରାଣହାନୀ ହୋଇଥିବା ବିଷୟରେ ଜାଣି ମୁଁ ଦୁଃଖିତ। ସମସ୍ତଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ପରିବାରବର୍ଗଙ୍କ ପ୍ରତି ମୋର ଗଭୀର ସମବେଦନା ଜଣାଉଛି କହିଛନ୍ତି ନବୀନ ପଟ୍ଟନାୟକ।
ପଢନ୍ତୁ ଏହି ଖବର: ଦଣ୍ଡ ଯାତ୍ରାରେ ବଡ଼ ଅଘଟଣ, ପ୍ରାଣ ହରାଇଲେ ୩ ଦଣ୍ଡୁଆ
ଗତକାଲି ଦଣ୍ଡନାଚ ପାଇଁ ଚାଲିଥିଲା ପ୍ରସ୍ତୁତି, ବନ୍ଧା ହେଉଥିଲା ଟେଣ୍ଟ,ଏତିକି ବେଳେ ଘଟିଲା ବଡ଼ ଅଘଟଣ । ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ୩ ଦଣ୍ଡୁଆଙ୍କ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁରେ ୧୧ କେଭି ତାର ଲାଗି ୩ ଦଣ୍ଡୁଆଙ୍କ ମୃତ୍ୟୁ ହୋଇଛି । ୫ ଜଣ ଆହତ ହୋଇଛନ୍ତି । ଦୁଇ ଗୁରୁତର ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି ।
ଗତକାଲି ଦଣ୍ଡନାଚ ପାଇଁ ଟେଣ୍ଟ ବାନ୍ଧିବା ବେଳେ ଷ୍ଟିଲ ବାର୍ ୧୧ କେଭି ସଂସ୍ପର୍ଶରେ ଆସିବାରୁ ଏହି ଅଘଟଣ ଘଟିଛି । ମୃତକମାନେ ହେଲେ ବିଡ଼ୋ ଗାଁର ମିଲନ ମହାଳିକ, ଲକ୍ଷ୍ମୀଧର ସାହୁ ଓ ପାଟଲା ଗାଁର ସୁଧାକର ସାହୁ । ପାଟଲା ଗାଁର ପ୍ରଫୁଲ୍ଲ ତରାଇ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଛନ୍ତି। ଦଣ୍ଡ ଯାତ୍ରାରେ ଏଭଳି ଅଘଟଣ ସମସ୍ତଙ୍କୁ ମର୍ମାହତ କରିଛି । ବାଲିମି ଗାଁରେ ଶୋକର ଛାୟା ଖେଳି ଯାଇଛି । କ୍ଷତି ପୂରଣ ଦାବିରେ ହିନ୍ଦୋଳ ସାତମାଇଲ ଚାରି ଛକ ନିକଟରେ ରାସ୍ତାରୋକ କରିଛନ୍ତି ଗ୍ରାମବାସୀ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories