|
logo
Live

Argus News - ଦଣ୍ଡ ଯାତ୍ରାରେ ବଡ଼ ଅଘଟଣ; ଟେଣ୍ଟ ବାନ୍ଧିବା ବେଳେ ଲାଗିଗଲା ୧୧ କେଭି ବିଦ୍ୟୁତ୍

Odisha

11KV Shock Kills 3 / ଦଣ୍ଡ ଯାତ୍ରାରେ ବଡ଼ ଅଘଟଣ; ଟେଣ୍ଟ ବାନ୍ଧିବା ବେଳେ ଲାଗିଗଲା ୧୧ କେଭି ବିଦ୍ୟୁତ୍

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଦଣ୍ଡ ଯାତ୍ରାରେ ବଡ଼ ଅଘଟଣ; ଟେଣ୍ଟ ବାନ୍ଧିବା ବେଳେ ଲାଗିଗଲା ୧୧ କେଭି ବିଦ୍ୟୁତ୍
Danda Yatra Tragedy

Key Points

ନିଷ୍ଠା, ଉପବାସ ଓ ଭକ୍ତିରେ ଦଣ୍ଡୁଆ ଠାକୁରଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଏହା ଭିତରେ ଢେଙ୍କାନାଳରେ ଘଟିଛି ବଡ଼ ଅଘଟଣ । ଦଣ୍ଡ ଯାତ୍ରା ଲାଗି ଟେଣ୍ଟ ବାନ୍ଧିବା ବେଳେ ୩ ଜଣ ଦଣ୍ଡୁଆ ପ୍ରାଣ ହରାଇଛନ୍ତି ।
ଅନୁଗୋଳ: ଦଣ୍ଡ ଯାତ୍ରାରେ ଅଘଟଣ । ବିଦ୍ୟୁତ୍ ନେଲା ଦଣ୍ଡୁଆଙ୍କ ଜୀବନ । ଗାଁ ଗାଁ, ସାହି ସାହି, ପଞ୍ଚାୟତ ପଞ୍ଚାୟତରେ ଦଣ୍ଡ ଯାତ୍ରା ଚାଲିଛି । ନିଷ୍ଠା, ଉପବାସ ଓ ଭକ୍ତିରେ ଦଣ୍ଡୁଆ ଠାକୁରଙ୍କ ପୂଜାର୍ଚ୍ଚନା କରୁଛନ୍ତି । ଏହା ଭିତରେ ଢେଙ୍କାନାଳରେ ଘଟିଛି ବଡ଼ ଅଘଟଣ ।

ଦଣ୍ଡ ଯାତ୍ରା ଲାଗି ଟେଣ୍ଟ ବାନ୍ଧିବା ବେଳେ ୩ ଜଣ ଦଣ୍ଡୁଆ ପ୍ରାଣ ହରାଇଛନ୍ତି । ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ବାଲିମି ଥାନା ଅନ୍ତର୍ଗତ ପାଟଲା ଗାଁରେ ୧୧ କେଭି ତାର ଲାଗି ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି ।

ଏଥିସହ ପଢ଼ନ୍ତୁ: ଦେବଘରରୁ ଫେରିବା ବେଳେ ଭୟଙ୍କର ଦୁର୍ଘଟଣା; ବସ୍-ପିକଅପ୍ ଧକ୍କାରେ ୧୦ ମୃତ, ୨୫ ଗୁରୁତର

ରବିବାର ଦଣ୍ଡନାଚ ପାଇଁ ଟେଣ୍ଟ ବନ୍ଧା ଚାଲିଥିଲା । ସେହି ସମୟରେ ଏକ ଷ୍ଟିଲ ବାର୍ ୧୧ କେଭି ବିଦ୍ୟୁତ୍ ସଂସ୍ପର୍ଶରେ ଆସି କରେଣ୍ଟ ଲାଗି ଯାଇଥିଲା । ଫଳରେ ୫ ଜଣ ଦଣ୍ଡୁଆ ଗୁରୁତର ଆହତ ହୋଇଥିଲେ । ସେମାନଙ୍କୁ ତୁରନ୍ତ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରଯାଇଥିଲା ।


ତେବେ ସେମାନଙ୍କ ଭିତରୁ ୩ ଜଣଙ୍କୁ ଡାକ୍ତର ମୃତ ଘୋଷଣା କରିଛନ୍ତି । ମୃତକ ହେଲେ ବିଡୋ ଗାଁର ମିଲନ ମହାଳିକ (୩୪), ଲକ୍ଷ୍ମୀଧର ସାହୁ (୨୪) ଓ ପାଟଲା ଗାଁର ସୁଧାକର ସାହୁ (୪୦) । ପାଟଲା ଗାଁର ପ୍ରଫୁଲ୍ଲ ତରାଇ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ଅନ୍ୟ ଜଣେ ସୁସ୍ଥ ଅଛନ୍ତି ।

ଏଥିସହ ପଢ଼ନ୍ତୁ: ବୃନ୍ଦାବନରେ ବୁଡ଼ିଲା ବୋଟ୍; ୧୦ ଶ୍ରଦ୍ଧାଳୁ ମୃତ, ବୋଟ୍ ଚାଳକଙ୍କୁ ଫେରିଯିବାକୁ କହୁଥିଲେ ଯାତ୍ରୀ

ଦଣ୍ଡ ଯାତ୍ରାରେ ଏଭଳି ଅଘଟଣ ସମସ୍ତଙ୍କୁ ମର୍ମାହତ କରିଛି । ଠାକୁରଙ୍କ କାର୍ଯ୍ୟରେ କେଉଁଠି ଭୁଲ୍ କିମ୍ବା ଅବହେଳା ହୋଇଗଲା କି ? ତାକୁ ନେଇ ମଧ୍ୟ ଚର୍ଚ୍ଚା ହେଉଥିବା ବେଳେ ଗାଁରେ ଶୋକର ଛାୟା ଖେଳି ଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
11KV Shock Kills 3: ଦଣ୍ଡ ଯାତ୍ରାରେ ବଡ଼ ଅଘଟଣ; ଟେଣ୍ଟ ବାନ୍ଧିବା ବେଳେ ଲାଗିଗଲା ୧୧ କେଭି ବିଦ୍ୟୁତ୍ | Argus News