Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଓଡିଆ ପିଲା ସବୁବେଳେ ଆଗରେ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Odisha

ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଓଡିଆ ପିଲା ସବୁବେଳେ ଆଗରେ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

Jitendra Dash
Browse all articles by Jitendra Dash
·2 years ago·2 min read
ଶିକ୍ଷା ଓ ଦକ୍ଷତା କ୍ଷେତ୍ରରେ ଓଡିଆ ପିଲା ସବୁବେଳେ ଆଗରେ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ନୂଆଦିଲ୍ଲୀ/ଭୁବନେଶ୍ୱର : ଗତ କାଲି ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପରିପ୍ରେକ୍ଷୀରେ ‘ଫାୟାର ସାଇଡ୍ ଚାଟ୍ କନକ୍ଲେଭ’ରେ ନିଜ ମତ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଷ୍ଟାର୍ଟଅପକୁ ପ୍ରୋତ୍ସାହିତ କରିବା ସହ ଓଡ଼ିଶାକୁ ଶିଳ୍ପ ଜଗତର ପେଣ୍ଠସ୍ଥଳୀ ଭାବରେ ପ୍ରତିଷ୍ଠା କରିବା ଲକ୍ଷ୍ୟ ରଖିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହାର ଅବ୍ୟବହିତ ପୂର୍ବରୁ ଭୁବନେଶ୍ୱର ଠାରେ ଆୟୋଜିତ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଫାୟାର ସାଇଡ୍ ଚାଟ୍ କନକ୍ଲେଭରେ କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସାମିଲ ହୋଇଛନ୍ତି ।  

ଏହି କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପ ଉପରେ ବିସ୍ତୁତ ସୂଚନା ଦେବା ସହ ଓଡ଼ିଶା ଏବଂ ପୂର୍ବ ଭାରତକୁ ମିଳିବାକୁ ଥିବା ଲାଭ ଉପରେ ବର୍ଣ୍ଣନା କରିଥିଲେ । ଓଡ଼ିଶାର ଯୁବପିଢିଙ୍କୁ ଇନୋଭେସନ ସହ ଯୋଡିବା ଓ ୧୦୦ କ୍ୟୁବ୍ ଷ୍ଟାର୍ଟଅପରେ ଆଇଆଇଟି ଭୁବନେଶ୍ୱରର ଭୂମିକା ଉପରେ ମତ କରିଥିଲେ ଶ୍ରୀ ପ୍ରଧାନ । ସେ କହିଥିଲେ ଯେ ୨୦୩୬ ମସିହାରେ ଓଡ଼ିଶା ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଭାବେ ସ୍ୱତନ୍ତ୍ର ପ୍ରଦେଶ ଗଠନର ୧୦୦ ବର୍ଷ ପୂରଣ କରିବ । 

ସାମ୍ପ୍ରତିକ ସମୟରେ ଓଡ଼ିଶାରେ ଆଇଆଇଟି ଭୁବନେଶ୍ୱର ସମେତ ଅନେକ ଭାରତ ସରକାର ଓ ଓଡ଼ିଶା ସରକାରଙ୍କ ଅନେକ ଉଚ୍ଚତମ ଶିକ୍ଷାନୁଷ୍ଠାନ ସ୍ଥାପନା ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ଼୍ୱରେ ଷ୍ଟାର୍ଟଅପକୁ ପ୍ରାଥମିକତା ଦିଆଯାଉଥିବା ବେଳେ ଏଠାରେ ଦକ୍ଷ ମାନବ ସମ୍ବଳ ସହ ଖଣିଜ ସମ୍ବଳ ସହ ସବୁ ସୁବିଧା ଅଛି । ଏକବିଂଶ ଶତାବ୍ଦୀରେ ନୂଆପିଢି ସହ ଜ୍ଞାନ ସେତୁ ତିଆରି କରିବାକୁ ପଡିବ । ଏହି ସମୟ ସୁଦ୍ଧା ଏହି ପାର୍କରେ ହାରାହାରି ୧୦୦ କୋଟି ଟଙ୍କା ଲେଖାଁଏ ମୂଲ୍ୟର ୧୦୦ଟି ଷ୍ଟାର୍ଟଅପ୍ ସୃଷ୍ଟି କରିବାର ଲକ୍ଷ୍ୟ ରହିଛି । ୨୦୩୬ ସୁଦ୍ଧା ଏହି ଲକ୍ଷ୍ୟକୁ ପୂରଣ କରିବା ପାଇଁ ଷ୍ଟାର୍ଟ ଅପ ଗୁଡିକୁ ନିବେଶକଙ୍କ ସହ ସମନ୍ୱୟ ସ୍ଥାପନ କରିବା ପାଇଁ ଆବଶ୍ୟକୀୟ ସମ୍ବଳ, ସହଯୋଗ ଏବଂ ଆର୍ଥିକ ସହାୟତା ପ୍ରଦାନ କରାଯିବ । 

୧୦୦ କ୍ୟୁବ୍ ଷ୍ଟାର୍ଟଅପ ଏବଂ ଓଡ଼ିଶାର ଯୁବପିଢିଙ୍କୁ ଇନୋଭେସନ ସହ ଯୋଡିବା ଉପରେ କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ପ୍ରତି ମୋର ଅହେତୁକ ଦୁର୍ବଳତା ରହିଛି । ଓଡ଼ିଶାର ପିଲାମାନଙ୍କ ମଧ୍ୟରେ ଉଦ୍ଭାବନ କରିବା ପାଇଁ ଆଗ୍ରହ ରହିଛି । ବୁର୍ଲା ଇଞ୍ଜିନିୟରିଂରେ ପାଠ ପଢୁଥିବା ଗରିବ ଘରର ପିଲାମାନେ ହୀରାକୁଦର ଜଳରାଶି ମାପିବା ପାଇଁ ଡ୍ରୋନ ମାପକ ଯନ୍ତ୍ର ପରି ରକେଟ୍ ଓ ସାଟେଲାଇଟ୍ ତିଆରି କରିପାରିବାର କ୍ଷମତା ରଖୁଛନ୍ତି । ଓଡ଼ିଆ ପିଲାଙ୍କୁ ଇନେଭେସନ ସହ ଯୋଡିହେଲେ ହିଁ ଓଡ଼ିଶା ଆଗକୁ ବଢିବ ଏବଂ ଭୁବନେଶ୍ୱର ଏହାର ପେଣ୍ଠସ୍ଥଳୀ ରହିବ । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

 

ଆଗାମୀ ଦିନରେ ଦୁନିଆର ସମସ୍ୟାର ସମାଧାନର ସୂତ୍ର ପୂର୍ବ ଭାରତରୁ ହିଁ ଆସିବ । ପୂର୍ବ ଭାରତ ବିନା ଓଡ଼ିଶା ବିକଶିତ ହେବ ନାହିଁ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି । ମୋର ଓଡ଼ିଆ ପିଲାଙ୍କ ଉପରେ ଭରସା ଅଛି । ଦେଶର ପ୍ରତିଭାବାନ ଯୁବଶକ୍ତି ଏହି ଅଞ୍ଚଳର । ଜ୍ଞାନର ଭଣ୍ଡାର ଏହି ଅଞ୍ଚଳରେ ଅଛି, ଯାହା ମନରେ ଭୋକ ଅଛି ବା ରୋଜଗାର ଦେବାର ଇଚ୍ଛା ଶକ୍ତି ଅଛି ସେମାନେ ନିଶ୍ଚିତ ଅନ୍ୱେଷଣ କରିବ । ୧୦୦ କ୍ୟୁବ୍ ଷ୍ଟାର୍ଟଅପ ପଦକ୍ଷେପ ନେଇ ଆଇଆଇଟି ଭୁବନେଶ୍ୱର ସହଯୋଗୀତା ଉପରେ ଶ୍ରୀ ପ୍ରଧାନ କହିଥିଲେ ଯେ  ଗୋଟିଏ ସମୟରେ ଏଆଇ ବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଲୋକମାନେ ଅଜ୍ଞ ଥିଲେ । କିନ୍ତୁ ଆଗାମୀ ଦିନରେ ଓଡ଼ିଆ ପିଲାଙ୍କୁ ସୁଯୋଗ ଦେଲେ ଦୁନିଆର ସବୁ କାମ କରିଦେବେ ବୋଲି କହିଥିଲେ କେନ୍ଦ୍ରମନ୍ତ୍ରୀ । 

Argus Whatsapp Channel Mobile Top
Sponsored
Odisha to have 100 startups of Rs 100 crore | Argus News