Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଆସନ୍ତା ୧୭ରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ

Odisha

ଆସନ୍ତା ୧୭ରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଆସନ୍ତା ୧୭ରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ

ଅର୍ଗସ ବ୍ୟୁରୋ:  ଆସନ୍ତା 17 ତାରିଖରେ ଅନୁଷ୍ଠିତ ହେବ ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବ। ସେଥିପାଇଁ ସମସ୍ତ ପ୍ରସ୍ତୁତି ପର୍ବ ଏବେ ଅନ୍ତିମ ପର୍ଯ୍ୟାୟରେ। ତେଵେ ଆଜି ଶ୍ରୀନହରରେ ଗଜପତି ମହାରାଜାଙ୍କ ଅଧକ୍ଷତାରେ ଏନେଇ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ  ଅଧକ୍ଷତାରେ ବୈଠକ ଚାଲିଥିବା ବେଳେ ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ପରିଚାଳନା କମିଟିର ସଦସ୍ୟ,ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନିକ ଅଧିକାରୀ ମାନେ ଉପସ୍ଥିତ ରହିଥିଲେ। ପୂର୍ବ ନିଷ୍ପତ୍ତି ମୁତାବକ ପରିକ୍ରମା ପ୍ରକଳ୍ପ ପାଇଁ ୧୨ ତାରିଖରୁ ଯଜ୍ଞ ପ୍ରକ୍ରିୟା ଆରମ୍ଭ ହେବ।

୩ ଦିନ ଧରି ଭବ୍ୟ ସାଂସ୍କୃତିକ ଓ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ହେବ।୧୭ ତାରିଖରେ ଦେଶର ପ୍ରମୁଖ ୬୦ଟି ମନ୍ଦିରର କର୍ମକର୍ତ୍ତା ଯୋଗ ଦେବେ ।ଅତିଥିଙ୍କ ରହଣି ଓ ସେବା ଯୋଗାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା  ହେବ।ଅତିରିକ୍ତ ଜିଲ୍ଲାପାଳ(ସାଧାରଣ ) ଦାୟିତ୍ୱରେ ରହିବେ।ସେବାୟତ ଟିମ୍ ସହ ଯାଇଥିବା ବରିଷ୍ଠ ଓଏଏସ୍ ଅଭ୍ୟର୍ଥନା ଦାୟିତ୍ୱରେ ରହିବେ । ତେବେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ରାଜ୍ୟ ତଥା ରାଜ୍ୟ ବାହାରେ ଥିବା ବିଭିନ୍ନ ଦେବାଦେବୀ ମନ୍ଦିରକୁ ନିମନ୍ତ୍ରଣ ପତ୍ର ଦିଆ ଚାଲିଛି।

ଆସନ୍ତା ୧୨ ତାରିଖ ସନ୍ଧ୍ୟାରେ ଶ୍ରୀନହରରେ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଦ୍ୱାରା ଗୁଆ ଟେକା ଯାଇ ଯଜ୍ଞ ନିମନ୍ତେ ପ୍ରକ୍ରିୟା ଆରମ୍ଭ ହେବ। ଶ୍ରୀମନ୍ଦିର ରାଜପୁରୋହିତଙ୍କ ପରାମର୍ଶ କ୍ରମେ ଗଜପତି ଦିବ୍ୟସିଂହ ଦେବଙ୍କ ରାଶି ଓ ନକ୍ଷତ୍ରକୁ ନେଇ ଯଜ୍ଞ ଆରମ୍ଭ ହେବ।  ଆସନ୍ତା ଜାନୁଆରୀ ୧୫ ତାରିଖ ସକାଳ ୭ଟାରେ ଶ୍ରୀମନ୍ଦିର ଐସାନ୍ୟ କୋଣରେ ଅଙ୍କୁରାରୋପଣ କରାଯିବ। ୧୭ ତାରିଖ ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେବେ। ସେପଟେ ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ଉତ୍ସବରେ ପ୍ରଧାନମନ୍ତ୍ରୀ ଓ ମହାମହୀମ ରାଷ୍ଟ୍ରପତିଙ୍କୁ ନିମନ୍ତ୍ରଣ କରାଯିବା ଆବଶ୍ୟକ ବୋଲି କହିଛନ୍ତି ବରିଷ୍ଠ ସେବାୟତ ହଜୁରୀ କୃଷ୍ନଚନ୍ଦ୍ର ଖୁଣ୍ଟିଆ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus Whatsapp Channel Mobile Top
Sponsored
Odisha to host grand event in Puri for inauguration of Jagannath temple corridor | Argus News