Tourism Conclave / ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ ଜନ ଭାଗିଦାରୀ ଉପରେ ଗୁରୁତ୍ଵ
·3 months ago·2 min read

Key Points
- ଅର୍ଗସ ଟୁରିଜିମ୍ କନକ୍ଲେଭ୍- ଚଲୋ ଦେଖେଁ ଅପନା ଦେଶ ସିଜନ୍- 5
- ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଆହ୍ଵାନ
- ମନ୍ଦିର ପର୍ଯ୍ୟଟନର ଅପାର ସମ୍ଭାବନା ଥିବା କହିଲେ ଏକାମ୍ର ବିଧାୟକ
- କଳା, ସ୍ଥାପତ୍ୟକୁ ସରକାରୀ ସୁଯୋଗ ପାଇଁ ବିଶିଷ୍ଟ ସ୍ଥପତିଙ୍କ ଆହ୍ଵାନ
ଭୁବନେଶ୍ଵର: ଅର୍ଗସ ଟୁରିଜିମ୍ କନକ୍ଲେଭ୍- ଚଲୋ ଦେଖେଁ ଅପନା ଦେଶ ସିଜନ୍ ଫାଇବ୍- ୨୦୨୬ । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ଜନ ଭାଗିଦାରୀ ଜରିଆରେ ହୋଇପାରିବ ପର୍ଯ୍ୟଟନ କ୍ଷେତ୍ରର ବିକାଶ । ପୂର୍ବରୁ ପର୍ଯ୍ୟଟନକୁ ଏକ ଶିଳ୍ପ ଓ ରୋଜଗାରର କ୍ଷେତ୍ରରେ ଭାବେ ଦେଖା ଯାଉନଥିଲା ।
ଏବେ ନୂଆ ସରକାର ଏକାଧିକ ପଦକ୍ଷେପ ନେଉଥିବା ସେ ସୂଚନା ଦେଇଛନ୍ତି । ଏଥିସହ ସମଗ୍ର ଭାରତ ବର୍ଷର ପର୍ଯ୍ୟଟନ ବିକାଶରେ ଓଡ଼ିଶା କିପରି ନେତୃତ୍ବ ନେଇପାରିବ, ଏପରିକି ସ୍ମାର୍ଟ ଓ ଏକ ସମାବେଶୀ ପର୍ଯ୍ୟଟନ ଦିଗରେ ଓଡ଼ିଶାର ଭୂମିକା ସଂପର୍କରେ ତିନିଟି ସେସନରେ ହୋଇଛି ମାନସ ମନ୍ଥନ ।
ଏଥିସହ ପଢ଼ନ୍ତୁ: ଅର୍ଗସ ନ୍ୟୁଜ୍ ର ମେଗା ଟୁରିଜିମ୍ କନକ୍ଲେଭ୍,ଓଡ଼ିଶାର ବ୍ୟଞ୍ଜନର ପ୍ରଚାର ପ୍ରସାର କରିବାକୁ ଆହ୍ବାନ
ଚଲୋ ଦେଖେଁ ଅପନା ଦେଶ । ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏହି ଆଭିମୁଖ୍ୟରୁ ପ୍ରେରଣା ନେଇ ଆରମ୍ଭ ହୋଇଥିବା, ଅର୍ଗସ ନ୍ୟୁଜର ଟୁରିଜିମ୍ କନକ୍ଲେଭ ଏହାର ପଞ୍ଚମ ସଂସ୍କରଣରେ ପହଞ୍ଚିଛି । ଭୁବନେଶ୍ଵରର ସ୍ଵସ୍ତି ପ୍ରିମିୟମ ହୋଟେଲରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।
ରାଜ୍ୟରେ ପର୍ଯ୍ୟଟନ କ୍ଷେତ୍ରର ବିକାଶ ପାଇଁ, ଜନ ଭାଗିଦାରୀ ଉପରେ ସେ ଗୁରୁତ୍ଵ ଦେଇଛନ୍ତି । ଆମର ଖାଦ୍ୟ ପରମ୍ପରାକୁ ନେଇ ଓଡ଼ିଶାର ପର୍ଯ୍ୟଟନ କ୍ଷେତ୍ର ବିକାଶ ଦିଗରେ ଆଗେଇ ପାରିବ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ପର୍ଯ୍ୟଟନକୁ ଏକ ଶିଳ୍ପ ଓ ରୋଜଗାରର କ୍ଷେତ୍ରରେ ଭାବେ ଦେଖା ଯାଉନଥିଲା । ଏବେ ନୂଆ ସରକାର ଏକାଧିକ ପଦକ୍ଷେପ ନେଉଥିବା କହିଛନ୍ତି ।
ଉପମୁଖ୍ୟମନ୍ତ୍ରୀ କହିଛନ୍ତି, "କେବଳ ସରକାର ଚାହିଁଲେ ହେବ ନାହିଁ, ବ୍ୟବସାୟୀମାନେ ଆଗେଇ ଆସିଲେ ସରକାର ସବସିଡି ଓ ପ୍ରୋତ୍ସାହନ ଯୋଗାଇ ଦେବେ । ପର୍ଯ୍ୟଟନ କ୍ଷେତ୍ରରେ ସ୍ଵଚ୍ଛତାକୁ ସୁନିଶ୍ଚିତ କରାଯାଉଛି । ଓଡ଼ିଶାରେ ପିଲାମାନେ ନିଜ ରାଜ୍ୟରେ ହୋଟେଲ ଓ ସେବା କ୍ଷେତ୍ରରେ କାମ କରିବାକୁ ଆଗଭର ହେବା ଉଚିତ ।" ନିଜେ ବୁଲୁଥିବା ସ୍ଥାନର ସ୍ଵତନ୍ତ୍ରତାକୁ ବିଭିନ୍ନ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଅପଲୋଡ କରି ପ୍ରଚାର ପ୍ରସାର କରିବାକୁ ସେ ଆହ୍ଵାନ ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।
କାର୍ଯ୍ୟକ୍ରମର ଅନ୍ୟତମ ଅତିଥି ଏକାମ୍ର ଭୁବନେଶ୍ଵରର ବିଧାୟକ ବାବୁ ସିଂ ମନ୍ଦିର ପର୍ଯ୍ୟଟନରେ ଅପାର ସମ୍ଭାବନା ଥିବା କହିଛନ୍ତି । ଆମ ଖାଦ୍ୟ, ପରମ୍ପରା, ପର୍ବପର୍ବାଣୀ ବିଶ୍ୱ ଦରବାରରେ ପହଞ୍ଚାଇବା ଆମ ଦାୟିତ୍ୱ କହି ସମସ୍ତଙ୍କ ସହଭାଗିତା ଉପରେ ଜୋର ଦେଇଛନ୍ତି । ସେହିପରି ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମବିଭୂଷଣ ସୁଦର୍ଶନ ସାହୁ କଳା ଓ ସ୍ଥାପତ୍ୟ କ୍ଷେତ୍ରରେ ଥିବା ଆହ୍ଵାନ ସମ୍ପର୍କରେ ଆଲୋକ ପାତ କରିଛନ୍ତି ।
ଏଥିସହ ପଢ଼ନ୍ତୁ: ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ, ଅସାଧୁ ବ୍ୟବସାୟୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ
ସମଗ୍ର ଭାରତ ବର୍ଷର ପର୍ଯ୍ୟଟନ ବିକାଶରେ ଓଡ଼ିଶା କିପରି ନେତୃତ୍ଵ ନେଇପାରିବ, ଏଥିପାଇଁ ରହିଥିବା ଆହ୍ଵାନ, ବିକଳ୍ପ ଓ ରୋଡମ୍ୟାପ୍ ଏପରିକି ସ୍ମାର୍ଟ ଓ ଏକ ସମାବେଶୀ ପର୍ଯ୍ୟଟନ ଦିଗରେ ଓଡ଼ିଶା କେମିତି ପ୍ରମୁଖ ଭୂମିକା ନେଇପାରିବ ସେଦି ଗରେ ହୋଟେଲ ଓ ପର୍ଯ୍ୟଟନ ସିଳ୍ପ ସହ ଜଡ଼ିତ ଏକାଧିକ ଅନୁଭବୀ ବିଶେଷଜ୍ଞଙ୍କୁ ନେଇ ତିନିଟି ସେସନରେ ହୋଇଛି ବିଶେଷ ଆଲୋଚନା । କାର୍ଯ୍ୟକ୍ରମ ପ୍ରାରମ୍ଭରେ ସ୍ଵାଗତ ଭାଷଣ ରଖିଥିଲେ ଅର୍ଗସ ନ୍ୟୁଜର ଏକଜିକ୍ୟୁଟିଭ୍ ଏଡିଟର ଦୁର୍ଗାଶିଷ ଏବଂ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ ଅର୍ଗସ ନ୍ୟୁଜର CEO ପ୍ରକାଶ ସାହୁ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories