Odisha Traffic Fine / ଅମାନିଆଙ୍କ ଉପରେ ପଡ଼ୁଛି ଛାଟ, ୧୦ ଦିନରେ ଆଦାୟ ହେଲାଣି ୨.୫ କୋଟିରୁ ଅଧିକ ଫାଇନ୍
·2 hours ago·2 min read

Key Points
ଅମାନିଆ ସାବଧାନ !
ତଣ୍ଡ ଗଣିଲେଣି ୫୬ ହଜାର ଲୋକ
୧୦ ତାରିଖ ଯାଏଁ ଚାଲିବ ଜୋରଦାର ଚେକିଂ
ତଣ୍ଡ ଗଣିଲେଣି ୫୬ ହଜାର ଲୋକ
୧୦ ତାରିଖ ଯାଏଁ ଚାଲିବ ଜୋରଦାର ଚେକିଂ
ରାଜ୍ୟର ସଡ଼କ ପଥରେ ଏବେ ଅମାନିଆଙ୍କ ଉପରେ କଡ଼ା ନଜର । ସଡ଼କ ସୁରକ୍ଷା ନିୟମକୁ ନେଇ ସାରା ଓଡ଼ିଶାରେ ଏବେ ଚାଲିଛି 'ସ୍ପେସାଲ୍ ଡ୍ରାଇଭ୍ ଚେକିଂ' । ହେଲମେଟ୍ ପିନ୍ଧିବା ଠାରୁ ଆରମ୍ଭ କରି ମଦ୍ୟପାନ କରି ଗାଡ଼ି ଚଳାଇବା ପର୍ଯ୍ୟନ୍ତ, ସବୁଠି RTO ଓ ପୋଲିସର କଡ଼ା ପ୍ରହରା । ମାତ୍ର ୧୦ ଦିନ ଭିତରେ ରାଜ୍ୟରେ ପ୍ରାୟ ୨ କୋଟି ୫୮ ଲକ୍ଷ ଟଙ୍କାର ଜରିମାନା ଆଦାୟ ହେଲାଣି । ଆଜିଠାରୁ ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ ଅଧିକ ଜୋରଦାର କରାଯାଇଛି । ପରିବହନ ମନ୍ତ୍ରୀ ମଧ୍ୟ ନିୟମ ମାନିବାକୁ ଲୋକଙ୍କୁ ନିବେଦନ କରିଛନ୍ତି ।
ଭୁବନେଶ୍ବରରୁ ବ୍ରହ୍ମପୁର, ତାଳଚେରରୁ ନବରଙ୍ଗପୁର, ପୁରୀରୁ ବାଲେଶ୍ବର, କଟକରୁ କେନ୍ଦ୍ରାପଡ଼ା, ବରଗଡ଼ରୁ ରାଉରକେଲା । ସାରା ରାଜ୍ୟରେ ଚାଲିଛି ସ୍ପେସାଲ ଡ୍ରାଇଭ୍ ଚେକିଂ । ସହରରେ ଅମାନିଆ ଗାଡ଼ି ଚାଳକଙ୍କୁ ସଚେତନ କରିବା ସହ ନିୟମ ମାନୁ ନ ଥିବା ଲୋକଙ୍କ ଉପରେ କଡ଼ା ଆକ୍ସନ ସହ ଚାଲାଣ କାଟୁଛନ୍ତି RTO ଓ ପୋଲିସ । ମଦ ପିଇ ଗାଡ଼ି ଚଳାଇବା, ହେଲମେଟ ନ ପିନ୍ଧିବା, ମୋବାଇଲରେ କଥା ହୋଇ ଗାଡି ଚଳାଇବା ଆଦିର ଯାଞ୍ଚ ହେଉଛି ।
ପରିସଂଖ୍ୟାନ ଅନୁସାରେ ସ୍ପେଶାଲ୍ ଡ୍ରାଇଭର ୧୦ ଦିନରେ ୨ କୋଟି ୫୮ ଲକ୍ଷ ତଣ୍ଡ ଆଦାୟ ହେଲାଣି । ଏହି ୧୦ ଦିନରେ ନିୟମ ଭାଙ୍ଗି ଜରିମାନା ଗଣିଛନ୍ତି ୫୬ ହଜାର ୨୭୩ ଜଣ ଗାଡ଼ି ଚାଳକ । ବିନା ଲାଇସେନ୍ସ ପାଇଁ ଧରାପଡ଼ିଛନ୍ତି ୧୫ ହଜାର ୬୬୯ ଜଣ । ବିନା ହେଲମେଟ ପାଇଁ ୧୫ ହଜାର ୭୧ ଜଣ, ମଦ ପିଇ ୧୩୦୨, ଦ୍ରୁତ ଗତିରେ ଗାଡ଼ି ଚଳାଇ ଧରାପଡ଼ିଛନ୍ତି ୮ ହଜାର ୭୫୮ ଜଣ । ୧୦ ଦିନରେ ୨ କୋଟି ୫୮ ଲକ୍ଷ ୩୫ ହଜାର ୧୬୭ ଟଙ୍କା ଜରିମାନା ଆଦାୟ ହୋଇଛି ।
ରାଉରକେଲାରେ ସର୍ବାଧିକ ୩,୨୩୨ ଜଣ ଅମାନିଆ ତଣ୍ଡ ଗଣିଥିବାବେଳେ ଭୁବନେଶ୍ବର ଆର୍ଟିଓ-୧ ଅଧୀନରେ ୨୫୮୧ ଜଣ ଓ କଟକରେ ୨୫୦୭ ଜଣ ନିୟମ ଭାଙ୍ଗି ଜରିମାନା ଦେଇଛନ୍ତି ।
୧୦ ତାରିଖ ଯାଏଁ ସ୍ପେଶାଲ୍ ଡ୍ରାଇଭ୍ ଚାଲିବାକୁ ଥିବାବେଳେ ଗୁରୁବାରଠାରୁ ସାରା ରାଜ୍ୟରେ ଆରମ୍ଭ ହୋଇଛି ଗାଡ଼ିର ପ୍ରଦୂଷଣ ସାର୍ଟିଫିକେଟ୍ ଯାଞ୍ଚ । PUCC ନଥିଲେ ଜରିମାନା ଗଣୁଛନ୍ତି ଗାଡ଼ି ମାଲିକ । PUCC କେନ୍ଦ୍ର ମାନଙ୍କରେ ପୁଣି ଲାଗିଛି ଲମ୍ବା ଧାଡ଼ି ।
ସେପଟେ ନିୟମ ମାନି ପିୟୁସିସି କରାଇ ନେବାକୁ ଜନତାଙ୍କୁ ଅନୁରୋଧ କରିଛନ୍ତି ପରିବହନ ମନ୍ତ୍ରୀ । କହିଛନ୍ତି ମାର୍ଚ୍ଚ ୩୧ସୁଦ୍ଧା ୭୦ ଲକ୍ଷରୁ ଅଧିକ ଗାଡ଼ି ପିୟୁସିସି କରିଛନ୍ତି । ଏପ୍ରିଲ ପହିଲାରୁ ପିୟୁସିସି କଡ଼ାକଡ଼ି ଯାଞ୍ଚ ହୋଇ ଜରିମାନା ଆଦାୟ ହେଉଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories