Videos
|
Odisha

Odisha Traffic Fine / ଟ୍ରାଫିକ୍ ନିୟମ ଭାଙ୍ଗି ଗଣିଲେ ମୋଟା ଅଙ୍କର ତଣ୍ଡ, ୬ ମାସରେ ୨୬୪ କୋଟି ଜରିମାନା ଆଦାୟ

Santosh Kumar Sahoo
Browse all articles by Santosh Kumar Sahoo
·16 mins ago·1 min read
ଟ୍ରାଫିକ୍ ନିୟମ ଭାଙ୍ଗି ଗଣିଲେ ମୋଟା ଅଙ୍କର ତଣ୍ଡ, ୬ ମାସରେ ୨୬୪ କୋଟି ଜରିମାନା ଆଦାୟ
Odisha Traffic Fine

Key Points

ଅମାନିଆ ଚାଳକଙ୍କୁ ଶକ୍ତ ଝଟକା
ସରକାର ଆଦାୟ କଲେ ୨୬୪ କୋଟି
୬ ମାସରେ ଆଦାୟ ୨୬୪ କୋଟି
ଭୁବନେଶ୍ୱର: ଟ୍ରାଫିକ୍ ନିୟମ ଭାଙ୍ଗି ଏବେ ମୋଟା ଅଙ୍କର ଜରିମାନା ଗଣୁଛନ୍ତି ଅମାନିଆ ଗାଡ଼ି ଚାଳକ । ନିୟମ ଉଲ୍ଲଂଘନକାରୀଙ୍କଠାରୁ ମାତ୍ର ୬ ମାସ ମଧ୍ୟରେ ୨୬୪ କୋଟି ୬୬ ଲକ୍ଷ ଟଙ୍କାର ଜରିମାନା ଆଦାୟ କରିଛନ୍ତି ରାଜ୍ୟ ସରକାର । ଗତବର୍ଷ ତୁଳନାରେ ଏଥର ଜରିମାନା ଆଦାୟ ପରିମାଣ ପ୍ରାୟ ଦୁଇଗୁଣ ବୃଦ୍ଧି ପାଇଛି ।

ସରକାରୀ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ୧୩୧ କୋଟି ୫୫ ଲକ୍ଷ ଟଙ୍କା ଜରିମାନା ଆଦାୟ ହୋଇଥିବା ବେଳେ ୨୦୨୫-୨୬ରେ ଏହା ୧୩୨ କୋଟି ୪୩ ଲକ୍ଷ ଟଙ୍କା ରହିଛି । ଟ୍ରାଫିକ୍ ନିୟମ କଡ଼ାକଡ଼ି ଲାଗୁ ଏବଂ ଯାଞ୍ଚ ପ୍ରକ୍ରିୟା ଜୋରଦାର ହେବା ଯୋଗୁଁ ଜରିମାନା ଆଦାୟ ବଢ଼ିଥିବା ଜଣାପଡ଼ିଛି ।

କେବଳ ଜରିମାନା ଆଦାୟ ନୁହେଁ, ସଡ଼କ ସୁରକ୍ଷା ଓ ଟ୍ରାଫିକ୍ ବ୍ୟବସ୍ଥାର ଉନ୍ନତି ଦିଗରେ ମଧ୍ୟ ଅର୍ଥ ଖର୍ଚ୍ଚ କରିଛନ୍ତି ସରକାର। ଆଦାୟ ହୋଇଥିବା ଜରିମାନାରୁ ୬୬ କୋଟି ୭୧ ଲକ୍ଷ ଟଙ୍କା ବ୍ଲାକ୍ ସ୍ପଟ୍‌ଗୁଡ଼ିକର ସଂସ୍କାର ଏବଂ ଟ୍ରାଫିକ୍ ଭିତ୍ତିଭୂମିର ବିକାଶ ପାଇଁ ଖର୍ଚ୍ଚ ହୋଇଛି। ସେହିପରି ANPR କ୍ୟାମେରା ଓ ସ୍ପିଡ୍ ସେନ୍ସର କିଣିବା ପାଇଁ ୧୮ କୋଟି ୫୩ ଲକ୍ଷ ଟଙ୍କା ବ୍ୟୟ କରାଯାଇଛି ।

ବିଧାନସଭାରେ ଏନେଇ ଏକ ଲିଖିତ ଉତ୍ତର ରଖିଛନ୍ତି ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା। ଟ୍ରାଫିକ୍ ନିୟମ ଉଲ୍ଲଂଘନ ରୋକିବା ସହ ସଡ଼କ ଦୁର୍ଘଟଣା ହ୍ରାସ ଏବଂ ଯାତାୟାତ ବ୍ୟବସ୍ଥାକୁ ଅଧିକ ସୁରକ୍ଷିତ କରିବା ଦିଗରେ ସରକାରଙ୍କ ଏହି ପଦକ୍ଷେପ କେତେ ସଫଳ ହେଉଛି, ତାହା ଆଗାମୀ ଦିନରେ ଦେଖିବାକୁ ମିଳିବ ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: