Videos
|
Odisha

Odisha Train Cancellation / ରେଳ ଯାତ୍ରୀ ସାବଧାନ ! ଭୂସ୍ଖଳନ ଯୋଗୁଁ ଅନେକ ଟ୍ରେନ୍ ବାତିଲ୍, ଜାଣନ୍ତୁ ପୂରା ତାଲିକା

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·2 min read
ରେଳ ଯାତ୍ରୀ ସାବଧାନ ! ଭୂସ୍ଖଳନ ଯୋଗୁଁ ଅନେକ ଟ୍ରେନ୍ ବାତିଲ୍, ଜାଣନ୍ତୁ ପୂରା ତାଲିକା
Odisha Train Cancellation

Key Points

ମାଲିଗୁଡ଼ା–ଛତଡିପୁଟରେ ଭୂସ୍ଖଳନ
ଟ୍ରେନ୍ ସେବା ପ୍ରଭାବିତ
ବାତିଲ୍ ହେଲା ଏହି ସବୁ ଟ୍ରେନ୍
ରେଳ ଯାତ୍ରୀଙ୍କ ପାଇଁ ବଡ଼ ଖବର । ପୂର୍ବତଟ ରେଳପଥର ରାୟଗଡ଼ା ଡିଭିଜନ ଅନ୍ତର୍ଗତ ମାଲିଗୁଡ଼ା–ଛତଡିପୁଟ ଷ୍ଟେସନ ମଧ୍ୟରେ ଭୂସ୍ଖଳନ ଯୋଗୁଁ ଟ୍ରେନ୍ ଚଳାଚଳ ପ୍ରଭାବିତ ହୋଇଛି । ଯାତ୍ରୀଙ୍କ ସୁରକ୍ଷା ଏବଂ ରେଳ ଲାଇନ୍‌ରେ ପୁନରୁଦ୍ଧାର କାର୍ଯ୍ୟକୁ ସୁଗମ କରିବା ପାଇଁ ଅନେକ ଟ୍ରେନ୍ ବାତିଲ୍ କରାଯାଇଛି । କିଛି ଟ୍ରେନ୍‌ର ଯାତ୍ରା ଆଂଶିକ ଭାବେ ବାତିଲ୍ କରାଯାଇ କୋରାପୁଟରୁ ଆରମ୍ଭ କିମ୍ବା କୋରାପୁଟରେ ସମାପ୍ତ କରାଯିବ ।
ବାତିଲ୍ ହେଲା ଏହି ଟ୍ରେନ୍‌ଗୁଡ଼ିକ
୨୬ ସେପ୍ଟେମ୍ବର ୨୦୨୬:
ଟ୍ରେନ୍ ନଂ. ୧୮୧୦୭ ରାଉରକେଲା–ଜଗଦଲପୁର ଏକ୍ସପ୍ରେସ୍
୨୭ ସେପ୍ଟେମ୍ବର ୨୦୨୬:
- ଟ୍ରେନ୍ ନଂ. ୫୮୫୦୨ କିରଣ୍ଡୁଲ–ବିଶାଖାପାଟଣା ପାସେଞ୍ଜର୍
- ଟ୍ରେନ୍ ନଂ. ୫୮୫୦୧ ବିଶାଖାପାଟଣା–କିରଣ୍ଡୁଲ ପାସେଞ୍ଜର୍
- ଟ୍ରେନ୍ ନଂ. ୧୮୫୧୬ କିରଣ୍ଡୁଲ–ବିଶାଖାପାଟଣା ଏକ୍ସପ୍ରେସ୍
- ଟ୍ରେନ୍ ନଂ. ୧୮୫୧୫ ବିଶାଖାପାଟଣା–କିରଣ୍ଡୁଲ ଏକ୍ସପ୍ରେସ୍
- ଟ୍ରେନ୍ ନଂ. ୧୮୧୦୮ ଜଗଦଲପୁର–ରାଉରକେଲା ଏକ୍ସପ୍ରେସ୍
କୋରାପୁଟରୁ ଚାଲିବ କିଛି ଟ୍ରେନ୍
ଭୂସ୍ଖଳନ ଯୋଗୁଁ କିଛି ଟ୍ରେନ୍‌ର ଯାତ୍ରାକୁ ଆଶିଂକ ବାତିଲ ଓ ଆଶିଂକ ଆରମ୍ଭ କରାଯିବ ।
-ଟ୍ରେନ୍ ନଂ ୧୮୦୦୫ ହାୱଡ଼ା–ଜଗଦଲପୁର ଏକ୍ସପ୍ରେସ୍: ୨୫ ସେପ୍ଟେମ୍ବରରେ ହାୱଡ଼ାରୁ ଛାଡ଼ିଥିବା ଏହି ଟ୍ରେନ୍ କୋରାପୁଟରେ ଯାତ୍ରା ସମାପ୍ତ କରିବ । କୋରାପୁଟ–ଜଗଦଲପୁର ମଧ୍ୟରେ ଏହାର ସେବା ବାତିଲ୍ ରହିବ ।
- ଟ୍ରେନ୍ ନଂ ୧୮୦୦୬ ଜଗଦଲପୁର–ହାୱଡ଼ା ଏକ୍ସପ୍ରେସ୍: ୨୭ ସେପ୍ଟେମ୍ବରରେ ଏହି ଟ୍ରେନ୍ ଜଗଦଲପୁର ବଦଳରେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ । ଜଗଦଲପୁର–କୋରାପୁଟ ମଧ୍ୟରେ ସେବା ବାତିଲ୍ ରହିବ ।
- ଟ୍ରେନ୍ ନଂ ୧୮୪୪୭ ଭୁବନେଶ୍ୱର–ଜଗଦଲପୁର ହୀରାଖଣ୍ଡ ଏକ୍ସପ୍ରେସ୍: ୨୬ ସେପ୍ଟେମ୍ବରରେ ଭୁବନେଶ୍ୱରରୁ ଛାଡ଼ିବା ପରେ ଏହା କୋରାପୁଟରେ ଯାତ୍ରା ସମାପ୍ତ କରିବ । କୋରାପୁଟ–ଜଗଦଲପୁର ମଧ୍ୟରେ ସେବା ବାତିଲ୍ ରହିବ ।
-ଟ୍ରେନ୍ ନଂ ୧୮୪୪୮ ଜଗଦଲପୁର–ଭୁବନେଶ୍ୱର ହୀରାଖଣ୍ଡ ଏକ୍ସପ୍ରେସ୍: ୨୭ ସେପ୍ଟେମ୍ବରରେ ଜଗଦଲପୁର ବଦଳରେ କୋରାପୁଟରୁ ଯାତ୍ରା ଆରମ୍ଭ କରିବ । ଜଗଦଲପୁର–କୋରାପୁଟ ମଧ୍ୟରେ ଟ୍ରେନ୍‌ଟି ଚାଲିବ ନାହିଁ ।
ଏହା ବ୍ୟତୀତ ଟ୍ରେନ୍ ନଂ ୨୨୮୩୯/୨୨୮୪୦ ଭୁବନେଶ୍ୱର–ରାଉରକେଲା–ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍ ମଧ୍ୟ ୨୭ ସେପ୍ଟେମ୍ବରରେ ଲିଙ୍କ୍ ଟ୍ରେନ୍ ବିଳମ୍ବ ଯୋଗୁଁ ବାତିଲ୍ ରହିବ ।
ଯାତ୍ରୀଙ୍କୁ ସତର୍କ ରହିବାକୁ ପରାମର୍ଶ
ଭୂସ୍ଖଳନ ଯୋଗୁଁ ଟ୍ରେନ୍‌ ଚଳାଚଳରେ ହୋଇଥିବା ପରିବର୍ତ୍ତନକୁ ନଜରରେ ରଖି ଯାତ୍ରୀମାନଙ୍କୁ ନିଜ ଯାତ୍ରା ଯୋଜନା କରିବାକୁ ରେଳବାଇ ପକ୍ଷରୁ ପରାମର୍ଶ ଦିଆଯାଇଛି । ଯାତ୍ରା ପୂର୍ବରୁ ଟ୍ରେନ୍‌ର ସଦ୍ୟତମ ସ୍ଥିତି ଜାଣିବା ପାଇଁ ନ୍ୟାସନାଲ୍ ଟ୍ରେନ୍ ଏନକ୍ୱାରୀ ସିଷ୍ଟମ୍ (NTES) କିମ୍ବା ରେଳବାଇର ଅଫିସିଆଲ୍ ୱେବସାଇଟ୍ ଯାଞ୍ଚ କରିବାକୁ କୁହାଯାଇଛି ।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: