Heavy Rain Alert / ଓଡ଼ିଶା ଉପରେ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ ,ଆଜି ୨୧ ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା
·2 weeks ago·2 min read

Key Points
ଓଡ଼ିଶା ଉପରେ ଦୁଇ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ
ପ୍ରଭାବରେ ରାଜ୍ୟରେ ଆସନ୍ତା ୬ ଦିନ ଯାଏଁ ବର୍ଷା ସଂଭାବନା
ଆଜି ପାଇଁ ୨୧ ଜିଲ୍ଲାରେ ବର୍ଷା ସଂଭାବନା
ଆସନ୍ତା ୨୪ ତାରିଖରୁ ବର୍ଷାର ପରିମାଣ ବଢ଼ିବ

ଭୁବନେଶ୍ବର,୨୨/୦୮: ଓଡ଼ିଶା ଉପରେ ଦୁଇ ଦୁଇଟି ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଏହାର ପ୍ରଭାବରେ ରାଜ୍ୟରେ ଆସନ୍ତା ୬ ଦିନ ଯାଏଁ ପ୍ରବଳ ବର୍ଷା ସଂଭାବନା ରହିଛି। ଆଜି ୨୧ ଜିଲ୍ଲାରେ ବର୍ଷା ସଂଭାବନା ରହିଛି। ଆସନ୍ତା ୨୪ ତାରିଖରୁ ବର୍ଷାର ପରିମାଣ ବଢ଼ିବ ବୋଲି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର।
ଓଡ଼ିଶାକୁ ମୁଣ୍ଡ ବିନ୍ଧାଇଲାଣି ଲଘୁଚାପ। ଦେଢ଼ ମାସ ଧରି ତୁହାକୁ ତୁହା ବର୍ଷା ପରେ ଏବେ ଆଗକୁ ଆସିବ ଲଘୁଚାପ। ଏବେ ପୁଣି ଦୁଇ ଦୁଇଟା ଘୂର୍ଣ୍ଣିବଳୟ। ଗୋଟିଏ ରହିଛି ପଶ୍ଚିମ କେନ୍ଦ୍ରୀୟ ଓ ପାଶ୍ୱର୍ବର୍ତ୍ତୀ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଉତ୍ତର ଆନ୍ଧ୍ର ଏବଂ ଦକ୍ଷିଣ ଓଡ଼ିଶା ଉପକୂଳ ଉପରେ । କେନ୍ଦ୍ରୀୟ ମିଆଁମାର ଉପରେ ରହିଛି ଆଉ ଏକ ଘୂର୍ଣ୍ଣିବଳୟ । ସେହିପରି ଉତ୍ତର ବଙ୍ଗୋପସାଗର ଓ ସଂଲଗ୍ନ ବାଂଲାଦେଶ ଉପରେ ବି ରହିଛି ଏକ ଘୂର୍ଣ୍ଣିବଳୟ । ଅପରପକ୍ଷରେ ପୂର୍ବ ମଧ୍ୟପ୍ରଦେଶ ଉପରେ ଲଘୁଚାପ ବି ଅଛି।
ପଢନ୍ତୁ ଏହି ଖବର: ଆସୁଛି ଆଉ ଏକ ଲଘୁଚାପ... ୨୨ ତାରିଖରୁ ରାଜ୍ୟରେ ପୁଣି ବଢ଼ିବ ବର୍ଷା
ପାଣିପାଗ ବିଜ୍ଞାନୀ ବିଶ୍ୱଜିତ ସାହୁଙ୍କ ଆକଳନ ଅନୁସାରେ ଦକ୍ଷିଣ ଓଡ଼ିଶା ଓ ଉତ୍ତର ଆନ୍ଧ୍ର ଉପକୂଳ ନିକଟରେ ଥିବା ଘୂର୍ଣ୍ଣିବଳୟ ସେତେ ପ୍ରଭାବୀ ହେବା ସମ୍ଭାବନା କମ୍ । ହେଲେ ମିଆଁମାର ଉପରେ ଥିବା ଘୂର୍ଣ୍ଣିବଳୟ ଓ ବାଂଲାଦେଶ ନିକଟରେ ଥିବା ଘୂର୍ଣ୍ଣିବଳୟ ମିଶି ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି କରିପାରେ ଆସନ୍ତା ୪୮ ଘଣ୍ଟା ମଧ୍ୟରେ । ସମ୍ଭବତଃ ୨୩ ତାରିଖବେଳକୁ ଏହା ଲଘୁଚାପ ରୂପ ନେଇପାରେ । ଏହା ପ୍ରଭାବରେ ଓଡ଼ିଶାରେ ୨୨ ତାରିଖ ରାତିରୁ ବର୍ଷା ଆରମ୍ଭ ହେବା ସମ୍ଭାବନା ଅଛି । କିନ୍ତୁ, ୨୩ରୁ ୨୫ ଯାଏ ପ୍ରବଳ ବର୍ଷା ହୋଇପାରେ । ବିଶେଷ କରି ଉତ୍ତର ଓଡ଼ିଶା ଏବଂ ଉପକୂଳ ଅଞ୍ଚଳରେ ହିଁ ଏହା ଅଧିକ ବର୍ଷା କରାଇବା ସମ୍ଭାବନା ଅଛି । ପୁଣି ଥରେ ଉତ୍ତର ଓଡ଼ିଶାକୁ ବଡ଼ ବର୍ଷା ଆଶଙ୍କା ବଢ଼ିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭାରତୀୟ ପାଣିପାଗ ବିଭାଗର ଭୁବନେଶ୍ୱର କାର୍ଯ୍ୟାଳୟ ପକ୍ଷରୁ ଜାରି ପୂର୍ବାନୁମାନରେ କୁହାଯାଇଛି, ଆଜି ରାଜ୍ୟର ଅନେକ ସ୍ଥାନରେ ବର୍ଷା ସମ୍ଭାବନା ଅଛି । ବିଶେଷ କରି ପଶ୍ଚିମ ଓ ଉତ୍ତର ଉପକୂଳ ଅଞ୍ଚଳରେ ହାଲୁକାରୁ ମଧ୍ୟମ ବର୍ଷା ହୋଇପାରେ । କେନ୍ଦୁଝର, କଳାହାଣ୍ଡି, ମୟୂରଭଞ୍ଜ, ନବରଙ୍ଗପୁରର ଗୋଟିଏ ଦୁଇଟି ଜାଗାରେ ପ୍ରବଳ ବର୍ଷା ଆଶଙ୍କା ଅଛି । ୨୩ ତାରିଖରେ ମଧ୍ୟ ଅନେକ ସ୍ଥାନରେ ବର୍ଷା ଓ କେତେକ ଜାଗାରେ ପ୍ରବଳ ବର୍ଷା ହୋଇପାରେ । ୨୪ ଓ ୨୫ରେ ଅଧିକ ବର୍ଷା ହୋଇପାରେ । ରାଜ୍ୟର ଅଧିକାଂଶ ସ୍ଥାନରେ ବର୍ଷା ସମ୍ଭାବନା ଅଛି ସେହି ସମୟରେ । ବିଶେଷ କରି ଉତ୍ତର ଓ ପଶ୍ଚିମ ଓଡ଼ିଶା ସହ ପାଖ ଜିଲ୍ଲାଗୁଡ଼ିକରେ ବର୍ଷା ସମ୍ଭାବନା ଅଛି । କେତେକ ସ୍ଥାନରେ ପ୍ରବଳରୁ ପ୍ରବଳତର ବର୍ଷା ନେଇ ସତର୍କ ସୂଚନା ଜାରି ହୋଇଛି । ୨୬ ଯାଏଁ ବର୍ଷା ପ୍ରକୋପ ଅଧିକ ରହିପାରେ ।
Related Topics
Explore more stories