Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Vehicle Checking / ନିୟମ ମାନୁ ନଥିଲେ ଗଣିବେ ତଣ୍ଡ, ଛକ ଛକରେ ଜଗିବେ RTO

Sushanta Sahoo
Browse all articles by Sushanta Sahoo
·8 months ago·2 min read
ନିୟମ ମାନୁ ନଥିଲେ ଗଣିବେ ତଣ୍ଡ, ଛକ ଛକରେ ଜଗିବେ RTO

Key Points

ମାଲ ପରିବହନ ଗାଡ଼ିରେ ଯାତ୍ରୀ ପରିବହନ, ମଦ୍ୟପାନ କରି ଗାଡ଼ି ଚାଳନା ଏବଂ ଫିଟନେସ୍ ସାର୍ଟିଫିକେଟ୍ ଓ ପରମିଟ୍ ନଥାଇ ଗଡ଼ୁଥିବା ଗାଡ଼ି ଗୁଡ଼ିକର ଯାଞ୍ଚ କରାଯିବ । ୩ ଦିନ ବ୍ୟାପି ସ୍ପେଶାଲ୍ ଡ୍ରାଇଭ୍‌ରେ ଗାଡ଼ି ଚେକିଂ ଜୋରଦାର କରିବକୁ ନିର୍ଦ୍ଦେଶ ଦିଆଯାଇଛି ।
କଟକ: ଘରୁ ଗାଡ଼ି ନେଇ ଗୋଡ଼ କାଢ଼ିବା ଆଗରୁ ଚେକ୍ କରି ନିଅନ୍ତୁ । ଦେଖି ନିଅନ୍ତୁ ଆପଣଙ୍କ ପାଖରେ ସବୁ କାଗଜପତ୍ର ଅଛି ତ ? ଯଦି ନାହିଁ ତାହେଲେ ଆପଣଙ୍କୁ ମୋଟା ଅଙ୍କର ଜରିମାନା ଭରିବାକୁ ପଡ଼ିବ । ରାଜ୍ୟର ସମସ୍ତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ଅଞ୍ଚଳରେ ଜୋରଦାର ହେବ ଗାଡ଼ି ଯାଞ୍ଚ ।

ଏନେଇ ପରିବହନ କମିଶନରଙ୍କ ପକ୍ଷରୁ ସମସ୍ତ ଆଞ୍ଚଳିକ ପରିବହନ ଅଧିକାରୀ ଓ ଅତିରିକ୍ତ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଚିଠି କରାଯାଇଛି । ଅକ୍ଟୋବର ୨୫ରୁ ୨୭ ପର୍ଯ୍ୟନ୍ତ ତିନିଦିନ ବ୍ୟାପି ସ୍ପେଶାଲ୍ ଡ୍ରାଇଭ୍‌ରେ ଜୋରଦାର ଯାଞ୍ଚ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ପରିବହନ କମିଶନର ।

ମାଲ ପରିବହନ ଗାଡ଼ିରେ ଯାତ୍ରୀ ପରିବହନ, ମଦ୍ୟପାନ କରି ଗାଡ଼ି ଚାଳନା ଏବଂ ଫିଟନେସ୍ ସାର୍ଟିଫିକେଟ୍ ଓ ପରମିଟ୍ ନଥାଇ ଗଡ଼ୁଥିବା ଗାଡ଼ି ଗୁଡ଼ିକର ଯାଞ୍ଚ କରାଯିବ । ୩ ଦିନ ବ୍ୟାପି ସ୍ପେଶାଲ୍ ଡ୍ରାଇଭ୍‌ରେ ଗାଡ଼ି ଚେକିଂ ଜୋରଦାର କରିବକୁ ନିର୍ଦ୍ଦେଶ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ସମ୍ଭାବ୍ୟ ବାତ୍ୟା ‘ମୋନ୍ଥା’: କିଏ ଦେଇଛି ନାଁ, ଏହାର ଅର୍ଥ କ’ଣ ?

ନିକଟରେ ରାଜ୍ୟ ସରକାର ଗାଡ଼ି ଗୁଡ଼ିକ ଉପରେ ଜାରି ହୋଇଥିବା ଚାଲାଣକୁ କୋହଳ କରିଛନ୍ତି । ଜୁଲାଇ ୩୧ କିମ୍ବା ତା ପୂର୍ବରୁ ଇ-ଚାଲାଣ କଟିଥିଲେ ଫାଇନ୍ କୋହଳ ହୋଇଛି । ଏନେଇ ବାଣିଜ୍ୟ ଓ ପରିବହନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଫାଇନ୍ ୫୦ ପ୍ରତିଶତ କୋହଳ କରିଛନ୍ତି ସରକାର ।

୫୦ ହଜାର ବଦଳରେ ଦେବାକୁ ହେବ ୨୫ ହଜାର ଟଙ୍କା । ୧୦ ହଜାର ବଦଳରେ ୫ ହଜାର, ୫ ହଜାର ବଦଳରେ ୨୫୦୦ ଫାଇନ୍ ଦେବାକୁ ପଡ଼ିବ । ବୈଧ ଲାଇସେନ୍ସ ବିନା ଗାଡ଼ି ଚଲାଇ ୫,୦୦୦ ଟଙ୍କାର ଚାଲାଣ କଟିଥିଲେ ୨,୫୦୦ ଟଙ୍କା ଦେବାକୁ ପଡ଼ିବ ।

କୌଣସି ପରିସ୍ଥିତିରେ ଚାଲାଣ କଟିଥିବା ଲୋକଙ୍କୁ ଜରିମାନାର ୫୦ ପ୍ରତିଶତ ପୈଠ କରିବାକୁ ହେବ । ଚଳିତ ବର୍ଷ ଜୁଲାଇ ୩୧ ତାରିଖ ପୂର୍ବରୁ ଯଦି କୌଣସି ବ୍ୟକ୍ତିଙ୍କର ଚାଲାଣ କଟିଛି, ଏଥିପାଇଁ ‌ମୋଟ ପରିମାଣର ୫୦ ପ୍ରତିଶତ ଜରିମାନା ଦେବାକୁ ପଡ଼ିବ ।

ଏଥିସହ ପଢ଼ନ୍ତୁ: ଏଯାଏଁ ଧରାପଡ଼ି ନାହାନ୍ତି ଦୁଇ କିଲର୍ ! ସେମାନଙ୍କୁ କିଏ ଦେଇଛି ଆଶ୍ରୟ ?

ଡ୍ରାଇଭର ଅଥବା ପାସେଞ୍ଜର ବିନା ସିଟ୍‌ ବେଲ୍ଟରେ ଯାତ୍ରା ସମୟରେ ଚାଲାଣ କଟିଥିଲେ ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା, ବାଇକ୍‌ରେ ଆବଶ୍ୟକତା ଠାରୁ ଅଧିକ ଯାଉଥିବା ଅଭିଯୋଗରେ କଟିଥିବା ଚାଲାଣର ୧,୦୦୦ ଟଙ୍କା ବଦଳରେ ୫୦୦ ଟଙ୍କା ଦେବେ ।

ସେହିପରି ବିନା ହେଲମେଟ୍‌ରେ ଗାଡ଼ି ଚଳାଉଥିବା ନେଇ ୧,୦୦୦ ଟଙ୍କା ଚାଲାଣ କଟିଥିଲେ ୫୦୦ ଟଙ୍କା ଦେବାକୁ ପଡ଼ିବ । ପରିବହନ ବିଭାଗର ବିଜ୍ଞପ୍ତିରେ କୁହାଯାଇଛି ଯେ, ଜରୁରୀକାଳୀନ କାମରେ ଥିବା ଗାଡ଼ିକୁ ଯିବାକୁ ଦିଆ ନଯିବା କାରଣରୁ ୧୦,୦୦୦ ଟଙ୍କା ଜରିମାନା ହୋଇଥିଲେ ୫୦୦୦ ଟଙ୍କା ପୈଠ ଭରିବାକୁ ପଡ଼ିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha RTO Launches Vehicle Check Drive | Argus News | Argus News