Odisha Vigilance / ଦେଢ଼ ବର୍ଷରେ ଦୁର୍ନୀତିଗ୍ରସ୍ତ ବାବୁଙ୍କ ବିରୋଧରେ ଭିଜିଲାନ୍ସରେ ୩୧୮ ମାମଲା; ୨୦୮.୨୪ କୋଟିର ସମ୍ପତ୍ତି ଜବତ
·9 months ago·2 min read

Key Points
୨୦୨୪ ଜୁନ୍ ୧୨ରୁ ଏବେ ସୁଦ୍ଧା ନୂଆ ସରକାରରେ ଭିଜିଲାନ୍ସ ୩୧୮ଟି ମାମଲା ରୁଜୁ କରିବା ସହ ରେଡ୍ କରିଛି । ୧୭ ମାସରେ ଭିଜିଲାନ୍ସ ପକ୍ଷରୁ ୩୧୮ଟି ମାମଲା ହୋଇଥିବା ବେଳେ ଏଥିରେ ଧରାପଡ଼ିଛନ୍ତି ୨୬୬ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ।
ଭୁବନେଶ୍ଵର: ରାଜ୍ୟରେ ବିଜେପି ସରକାର ଗଢ଼ିବା ପରେ ଛାନିଆ ହୋଇ ପଡ଼ିଛନ୍ତି ଲାଞ୍ଚୁଆ ଓ ଦୁର୍ନୀତିଗ୍ରସ୍ତ ଅଧିକାରୀ । ଖବର ମାତ୍ରେ ଭିଜିଲାନ୍ସ ଚଢ଼ାଉ କରୁଛି । ୨୦୨୪ ଜୁନ୍ ୧୨ରୁ ଏବେ ସୁଦ୍ଧା ନୂଆ ସରକାରରେ ଭିଜିଲାନ୍ସ ୩୧୮ଟି ମାମଲା ରୁଜୁ କରିବା ସହ ରେଡ୍ କରିଛି ।
ସେଥିରୁ ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ୮୨ ଜଣ ସରକାରୀ କର୍ମଚାରୀଙ୍କ ଉପରେ ରେଡ୍ କରିଛି ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ । ଯେଉଁଥିରେ ୨୦୮ କୋଟି ୨୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ଭିଜିଲାନ୍ସ । ଏନେଇ ବିଧାୟକ ପବିତ୍ର ସାଉଁନ୍ତାଙ୍କ ପ୍ରଶ୍ନରେ ବିଧାନସଭାରେ ଲିଖିତ ଉତ୍ତର ରଖିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
ଏଥିସହ ପଢ଼ନ୍ତୁ: ବର୍ଷକରେ ରାଜ୍ୟରୁ ୨୪୬୨ ଜଣ HIV ସଂକ୍ରମିତ ଚିହ୍ନଟ; ଚିନ୍ତା ବଢ଼ାଉଛି ୩ ଜିଲ୍ଲା
୧୭ ମାସରେ ଭିଜିଲାନ୍ସ ପକ୍ଷରୁ ୩୧୮ଟି ମାମଲା ହୋଇଥିବା ବେଳେ ଏଥିରେ ଧରାପଡ଼ିଛନ୍ତି ୨୬୬ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ । ୧୨ ଜଣ ଅନ୍ୟ ଲୋକସେବକ ଏବଂ ୩୮ ଜଣ ସାଧାରଣ ବ୍ୟକ୍ତିଙ୍କୁ ଭିଜିଲାନ୍ସ ତଦନ୍ତ ବେଳେ ଗିରଫ କରିଛି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
୩୧୮ ମାମଲା ମଧ୍ୟରୁ ରାଜ୍ୟ ଦୁର୍ନୀତି ନିବାରଣ ବିଭାଗ ୬୭ଟି ମାମଲାର ଅଭିଯୋଗ ଫର୍ଦ୍ଦ ଦାଖଲ କରିଛି । ଅବଶିଷ୍ଟ ମାମଲାର ତଦନ୍ତ ଚାଲୁ ରହିଥିବା ବିଧାନସଭାକୁ ଅବଗତ କରାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।
୨୦୨୪ ଜୁନ୍ ୧୨ ଠାରୁ ୨୦୨୫ ନଭେମ୍ବର ୨୧ ମଧ୍ୟରେ ରାଜ୍ୟରେ ୨୭୦ ଜଣ ସରକାରୀ ଓ ଚୁକ୍ତି ଭିତ୍ତିକ କର୍ମଚାରୀ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି । ୩୧ ଜଣ ସରକାରୀ ଅଧିକାରୀଙ୍କ ଉପରେ ଏକାଧିକ ବାର ଭିଜିଲାନ୍ସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି । ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି ୧୮୭ ଜଣ ସରକାରୀ କର୍ମଚାରୀ । ଦଣ୍ଡିତ ପରେ ୩୪ ଜଣ ସରକାରୀ କର୍ମଚାରୀଙ୍କୁ ଚାକିରିରୁ ବରଖାସ୍ତ କରାଯାଇଛି । ୬୫ ଜଣ ସରକାରୀ କର୍ମଚାରୀଙ୍କ ପେନସନ୍ ବନ୍ଦ କରାଯାଇଛି ।
ଏଥିସହ ପଢ଼ନ୍ତୁ: ନୂଆ ସରକାର ଆସିବା ପରେ ଓଡ଼ିଶାରେ ୫୧ ଜଣ ବାଂଲାଦେଶୀ ଚିହ୍ନଟ; ୪୯ ଜଣଙ୍କୁ କରାଯାଇଛି ଦେଶାନ୍ତରୀକରଣ
ଗତ ମେ ୩୧ରେ ଅବସର ଦିନ ଗିରଫ ହୋଇ ଜେଲ୍ ଯାଇଥିଲେ କୁବେର ମୁଖ୍ୟ ଯନ୍ତ୍ରୀ ବୈକୁଣ୍ଠ ନାଥ ଷଡ଼ଙ୍ଗୀ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲାରେ କୁବେର ମୁଖ୍ୟ ଯନ୍ତ୍ରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା ଓଡ଼ିଶା ଭିଜିଲାନ୍ସ । ତାଙ୍କ ନିକଟରୁ ମୂଳ ଆୟ ଠାରୁ ୪୮୩ ପ୍ରତିଶତ ଅଧିକ ସମ୍ପତ୍ତି ଜବତ ହୋଇଥିଲା । ନଗଦ ୨ କୋଟି ୫୬ ଲକ୍ଷ ଟଙ୍କା, ୨ ତୁ ବହୁ ମହଲା ବିଲଡିଂ, ୨ ଟି ଫ୍ଲାଟ, ୭ ଟି ମୂଲ୍ୟବାନ ପ୍ଲଟ ଠାବ କରିଥିଲା ଭିଜିଲାନ୍ସ ।
୧ କୋଟି ୫ ଲକ୍ଷ ଜମା ସହ ୨ କୋଟି ୭ ଲକ୍ଷ ଟଙ୍କାର ଶେୟାର ଓ ମ୍ୟୁଚୁଆଲ ଫଣ୍ଡ ନିବେଶ, ୧ କେଜି ୪୦୦ ଗ୍ରାମ ସୁନା, ୧୫ ଟି ବିଦେଶୀ ମହଙ୍ଗା ହାତଘଣ୍ଟା ମିଳିଥିଲା । ବୈକୁଣ୍ଠ ନାଥ ଷଡ଼ଙ୍ଗୀ କାହା କାହା ଠାରୁ ବେଆଇନ ଭାବେ ଟଙ୍କା ନେଉଥିଲେ, ଏତେ ସମ୍ପତ୍ତିର ମାଲିକ କିପରି ହେଲେ ସେ ନେଇ ଭିଜିଲାନ୍ସ ନିକଟରେ ବଳିଷ୍ଠ ପ୍ରମାଣ ଅଛି ବୋଲି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ ଭିଜିଲାନ୍ସ କଟକ ଡିଭିଜନ ଏସପି କେ ଭେଣୁଗୋପାଳ ଆଚାର୍ଯ୍ୟ ।

Related Topics
Explore more stories