Anti Corruption Drive / ଦୁର୍ନୀତି ବିରୋଧରେ ବଡ଼ ଆକ୍ସନ,ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ସରକାରୀ କର୍ମଚାରୀ
·15 mins ago·1 min read

Key Points
ଦୁର୍ନୀତି ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ
ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ୭୦୬ ସରକାରୀ ଅଧିକାରୀ ଓ କର୍ମଚାରୀ
ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

ଭୂବନେଶ୍ବର: ଦୁର୍ନୀତି ବିରୋଧରେ ଭିଜିଲାନ୍ସର ବଡ଼ କାର୍ଯ୍ୟାନୁଷ୍ଠାନ। ଅଢ଼େଇ ବର୍ଷରେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ୭୦୬ ସରକାରୀ ଅଧିକାରୀ ଓ କର୍ମଚାରୀ । ଏନେଇ ବିଧାନସଭାରେ ଲିଖିତ ଉତ୍ତର ରଖିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ।
ଭିଜିଲାନ୍ସ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ, ଅଢ଼େଇ ବର୍ଷ ମଧ୍ୟରେ ମୋଟ ୫୨୫ଟି ମାମଲା ରୁଜୁ ହୋଇଛି। ସେଥିମଧ୍ୟରୁ ୧୪୧ଟି ଆୟବହିର୍ଭୂତ ସମ୍ପତ୍ତି ଠୁଳ ମାମଲା ରହିଛି। ସେହିପରି ୨୩୭ଟି ଲାଞ୍ଚ ନେବା ବେଳେ ଧରାପଡ଼ିବା ବା ଟ୍ରାପ୍ ମାମଲା ଏବଂ ୧୪୭ଟି ଅର୍ଥ ତୋଷରପାତ ମାମଲା ରୁଜୁ କରିଛି ରାଜ୍ୟ ଭିଜିଲାନ୍ସ। ଧରାପଡ଼ିଥିବା ଅଧିକାରୀ ଓ କର୍ମଚାରୀଙ୍କ ମଧ୍ୟରେ ପ୍ରଥମ ଶ୍ରେଣୀ ଅଧିକାରୀଙ୍କ ସଂଖ୍ୟା ୧୩୫। ଦ୍ୱିତୀୟ ଶ୍ରେଣୀର ୧୧୪ ଜଣ ଅଧିକାରୀ ମଧ୍ୟ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି।
ପଢନ୍ତୁ ଏହି ଖବର: ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ମାମଲା, ସହକାରୀ ନିର୍ବାହୀ ଯନ୍ତ୍ରୀ ତପନ ସେଠି ଗିରଫ
ଏହାବ୍ୟତୀତ ସର୍ବାଧିକ ୩୮୪ ଜଣ ତୃତୀୟ ଶ୍ରେଣୀ କର୍ମଚାରୀ ଏବଂ ୧୪ ଜଣ ଚତୁର୍ଥ ଶ୍ରେଣୀ କର୍ମଚାରୀ ଧରାପଡ଼ିଛନ୍ତି। କେବଳ ମାମଲା ରୁଜୁ କିମ୍ବା ଗିରଫରେ ସୀମିତ ରହିନାହିଁ ଭିଜିଲାନ୍ସର କାର୍ଯ୍ୟାନୁଷ୍ଠାନ। ମୋଟ ୫୨୫ଟି ମାମଲାରେ ୫୫୦ ଜଣଙ୍କୁ ଗିରଫ କରାଯାଇଛି। ସେମାନଙ୍କ ମଧ୍ୟରୁ ୨୪୬ ଜଣ ସରକାରୀ ଅଧିକାରୀ ଓ କର୍ମଚାରୀ ଦୋଷୀ ସାବ୍ୟସ୍ତ ହୋଇଛନ୍ତି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories