Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Vigilance Raid / ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ୍‌ ବାବୁ, ୪୦ ହଜାର ଟଙ୍କା ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ

Santosh Kumar Sahoo
Browse all articles by Santosh Kumar Sahoo
·6 months ago
ଲାଞ୍ଚ ନେଇ ଧରାପଡ଼ିଲେ ପୋଲିସ୍‌ ବାବୁ, ୪୦ ହଜାର ଟଙ୍କା ନେଉଥିବା ବେଳେ ମାଡ଼ି ବସିଲା ଭିଜିଲାନ୍ସ
Vigilance Raid

Key Points

ଲାଞ୍ଚ ନେଇ ଧରାପଡ଼ିଲେ କଟକ CRRI ଆଇଆଇସି
୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ ମାଡ଼ି ବସିଲା ଭିଜିଲାନ୍ସ ଟିମ୍
ସମକାଳୀନ ଦୁଇଟି ଜାଗାରେ ତଲାସୀ ଜାରି ରଖିଛି ଭିଜିଲାନ୍ସ

ଲାଞ୍ଚ ନେଇ ଧରାପଡ଼ିଲେ IIC । ଜଣେ ମଦ ଦୋକାନୀଠୁ ୪୦ ହଜାର ଟଙ୍କା ଲାଞ୍ଚ ନେଉଥିଲା ବେଳେ CRRI, କଟକ ପୋଲିସ ଷ୍ଟେସନର IIC ଧରାପଡ଼ିଛନ୍ତି । ଏହାପରେ ସମକାଳୀନ ଦୁଇଟି ଜାଗାରେ ଭିଜିଲାନ୍ସ ତଲାସୀ ଜାରି ରଖିଛି । ତେବେ ଥାନା ଅଧିକାରୀ ବିଜୟ ବାରିକଙ୍କ ସରକାରୀ ବାସଭବନରୁ ୫ ଲକ୍ଷ ଟଙ୍କା ଜବତ ହୋଇଛି ।

ଭୁବନେଶ୍ୱର ୟୁନିଟ-୧ ସରକାରୀ ବାସଭବନରୁ ଏହି ନଗଦ ଟଙ୍କା ଜବତ ହୋଇଛି । ମାମଲାରେ ବିଜୟ ବାରିକଙ୍କୁ ଅଧିକ ପଚରାଉଚରା କରୁଛି ଭିଜିଲାନ୍ସ ଟିମ୍‌ । କେସ୍ ନଂ ୧/୨୦୨୬, ଧାରା-୭, ଦୁର୍ନୀତି ନିବାରଣ ଆଇନ ୨୦୧୮ ଅନୁଯାୟୀ IICଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Odisha Vigilance Catches Police IIC Taking ₹40,000 Bribe, ₹5 Lakh Seized | Argus News