Vigilance Raid / ରାତିରେ AG ଛକରେ ମାଡ଼ି ବସିଲା ଭିଜିଲାନ୍ସ; ଅଧୀକ୍ଷଣ ଯନ୍ତ୍ରୀଙ୍କ ଗାଡ଼ିରୁ ମିଳିଲା ବିଡ଼ା ବିଡ଼ା ଟଙ୍କା
·1 hour ago·2 min read

Key Points
ରାତି ଅଧିଆ ଚଢ଼ାଉରେ ମିଳିଲା ସଫଳତା । ମହାନଦୀ ନର୍ଦର୍ଣ୍ଣ ଡିଭିଜନ୍ର ସୁପରିଟେଣ୍ଡିଂ ଇଞ୍ଜିନିୟର ପ୍ରସନ୍ନଜିତ ଦାସଙ୍କ ଗାଡ଼ିରୁ ଭିଜିଲାନ୍ସ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଜବତ କରିଛି ।
ଭୁବନେଶ୍ଵର: ପାର୍ବଣ ପୂର୍ବରୁ ଭିଜିଲାନ୍ସର ବଡ଼ ରେଡ୍ । ରାତି ଅଧିଆ ଚଢ଼ାଉରେ ମିଳିଲା ସଫଳତା । ମହାନଦୀ ନର୍ଦର୍ଣ୍ଣ ଡିଭିଜନ୍ର ସୁପରିଟେଣ୍ଡିଂ ଇଞ୍ଜିନିୟର ପ୍ରସନ୍ନଜିତ ଦାସଙ୍କ ଗାଡ଼ିରୁ ଭିଜିଲାନ୍ସ ୭ ଲକ୍ଷ ୨୮ ହଜାର ୬୨୦ ଟଙ୍କା ଜବତ କରିଛି । ଶୁକ୍ରବାର ବିଳମ୍ବିତ ରାତିରେ AG ଛକରେ ଭିଜିଲାନ୍ସ ଚଢ଼ାଉ ବେଳେ ଏହି ସଫଳତା ମିଳିଛି ।
ନର୍ଦର୍ଣ୍ଣ ଡିଭିଜନ୍ର ସୁପରିଟେଣ୍ଡିଂ ଇଞ୍ଜିନିୟର ପ୍ରସନ୍ନଜିତ ଦାସଙ୍କ ବୋଲେରୋରୁ ୭ ଲକ୍ଷରୁ ଅଧିକ ନଗଦ ଜବତ ପରେ ଭିଜିଲାନ୍ସ ତାଙ୍କ ବାସଭବନରେ ଚଢ଼ାଉ କରିଥିଲା । ଘାଟିକିଆ ସ୍ଥିତ ଭଡ଼ା ଘରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ ହୋଇଛି ।
ଏଥିସହ ପଢ଼ନ୍ତୁ: ଆସୁଛନ୍ତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀ; ଭୁବନେଶ୍ଵର ଓ ମୟୂରଭଞ୍ଜରେ କାର୍ଯ୍ୟକ୍ରମ
ରାତି ଅଧିଆ ଚଢ଼ାଉରେ ମିଳିଲା ୭ ଲକ୍ଷ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଭିଜିଲାନ୍ସଙ୍କ ବିଶ୍ଵସ୍ତ ସୂତ୍ରରୁ ଖବର ମିଳିଥିଲା, ଠିକାଦାରଙ୍କଠାରୁ ଲାଞ୍ଚ ଟଙ୍କା ସଂଗ୍ରହ କରି ନର୍ଦର୍ଣ୍ଣ ଡିଭିଜନ୍ର ସୁପରିଟେଣ୍ଡିଂ ଇଞ୍ଜିନିୟର ପ୍ରସନ୍ନଜିତ ଦାସ ଏଜି ଛକ ଦେଇ ଯାଉଛନ୍ତି । ଭିଜିଲାନ୍ସ ରାତିରେ ପ୍ରସନ୍ନଜିତଙ୍କ ବୋଲେରୋ ଅଟକାଇ ଯାଞ୍ଚ କରିବାରୁ ୭ ଲକ୍ଷରୁ ଅଧିକ ଟଙ୍କା ମିଳିଥିଲା । ଯାହାପରେ ଅଧୀକ୍ଷଣ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କ ସହ ବୋଲେରୋ ଡ୍ରାଇଭରକୁ ଅଟକ ରଖି ଭିଜିଲାନ୍ସ ଛାନଭିନ୍ କରୁଛି ।
ଫ୍ଲାଟ୍ରୁ ମିଳିଲା ଆଉ ନଗଦ ୧୪ ଲକ୍ଷ
ଟଙ୍କାର ଉତ୍ସ ନେଇ ଭିଜିଲାନ୍ସର ଖୋଳତାଡ଼ ଜାରି ରହିଛି । ଶନିବାର ସକାଳୁ ପ୍ରସନ୍ନଜିତଙ୍କ ଘାଟିକିଆସ୍ଥିତ ଭଡ଼ା ଘର ଏବଂ ବରଗଡ଼ାସ୍ଥିତ ପୈତୃକ ଘରେ ଏକକାଳୀନ ଚଢ଼ାଉ କରାଯାଇଛି । ଘାଟିକିଆର ଟ୍ରାଇଡେଣ୍ଟ ଗାଲାକ୍ସି ଫ୍ଲାଟ୍ରୁ ଆଉ ୧୪ ଲକ୍ଷ ୬୦ ହଜାର ଟଙ୍କା ଜବତ କରାଯାଇଛି ।
ଏଭଳି ଭାବେ ମୋଟ ୨୧ ଲକ୍ଷ ୮୮ ହଜାର ୬୨୦ ଟଙ୍କା ଜବତ କରାଯାଇଛି । ତେବେ ଜବତ ଟଙ୍କାର ହିସାବ ଦେଇ ନପାରିବାରୁ ଟଙ୍କାକୁ ଜବତ କରିଛି ଭିଜିଲାନ୍ସ । ଟଙ୍କା କେଉଁଠୁ ଆସିଲା, ଏହାର ଉତ୍ସ କ’ଣ ଏବଂ ଏହାର ଲାଞ୍ଚ ସହ କୌଣସି ସମ୍ପର୍କ ଅଛି କି ନାହିଁ, ସେନେଇ ଅଧିକ ତଦନ୍ତ ଚାଲିଛି ।
ଏଥିସହ ପଢ଼ନ୍ତୁ: ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ ପୁଣି ଜୀବନରୁ ହଟାଇ ଦେବାକୁ ଧମକ; ରାଜା ଚକ୍ରକୁ ଘାଣ୍ଟିବ EOW
ଏନେଇ ଭୁବନେଶ୍ୱର ଭିଜିଲାନ୍ସ ଥାନାରେ ମାମଲା ରୁଜୁ ହୋଇଛି । ଅଭିଯୁକ୍ତ ଯନ୍ତ୍ରୀ ପ୍ରସନ୍ନଜିତ ଦାସଙ୍କୁ ଅଟକ ରଖି ପଚରାଉଚରା କରୁଛି ଭିଜିଲାନ୍ସ । ସରକାରୀ ଅଧିକାରୀଙ୍କ ପାଖରେ ଏତେ ଟଙ୍କା ଆସିଲା କେଉଁଠୁ ? ଲାଞ୍ଚ ଟଙ୍କା ନା ଆଉ କିଛି ? ଏବେ ଭିଜିଲାନ୍ସ ତଦନ୍ତ ଉପରେ ନଜର ।

Related Topics
Explore more stories