Crime In Odisha / ମିଥ୍ୟା ପ୍ରତିଶ୍ରୁତି ଦେଇ ଠକେଇ ପୁଣି ଜୀବନରୁ ହଟାଇ ଦେବାକୁ ଧମକ; ରାଜା ଚକ୍ରକୁ ଘାଣ୍ଟିବ EOW
·1 hour ago·2 min read

Key Points
ସଂଗଠିତ ଅପରାଧ ମାମଲାରେ ଘାଣ୍ଟିବ କ୍ରାଇମବ୍ରାଞ୍ଚ EOW । ମୋଟ ୧ କୋଟି ୨୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ମାମଲାରେ EOW ରାଜା ଚକ୍ରକୁ ରିମାଣ୍ଡରେ ନେଇଛି ।
ଭୁବନେଶ୍ଵର: ରିମାଣ୍ଡରେ ବିଜେଡି ନେତା ରାଜା ଚକ୍ର । ସଂଗଠିତ ଅପରାଧ ମାମଲାରେ ଘାଣ୍ଟିବ କ୍ରାଇମବ୍ରାଞ୍ଚ EOW । ମୋଟ ୧ କୋଟି ୨୨ ଲକ୍ଷ ଟଙ୍କା ଠକେଇ ଅଭିଯୋଗ ମାମଲାରେ EOW ରାଜା ଚକ୍ରକୁ ରିମାଣ୍ଡରେ ନେଇଛି ।
ସୂଚନା ଅନୁସାରେ, ଠକେଇ ନେଇ ଅଞ୍ଜନ କୁମାର ବେଜଙ୍କ ପତ୍ନୀ ସସ୍ମିତା ବେଜଙ୍କ ଲିଖିତ ଅଭିଯୋଗ ଆଧାରରେ ଇଓଡବ୍ଲ୍ୟୁ ମାମଲା ରୁଜୁ କରି ତଦନ୍ତ କରିଥିଲା । ମାମଲାରେ ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା, ସଦାଶିବ ସାମଲ ଏବଂ ସେମାନଙ୍କ ସହଯୋଗୀଙ୍କ ବିରୋଧରେ ଠକେଇ, ଜାଲିଆତି ଓ ସଂଗଠିତ ଅପରାଧ ଅଭିଯୋଗ ରହିଛି ।
ଏଥିସହ ପଢ଼ନ୍ତୁ: ପେଟ ପାଇଁ ଦାଦନ ଖଟିବାକୁ ଯାଇଥିଲେ; ଚାଲିଗଲା ୨ ଓଡ଼ିଆ ଶ୍ରମିକଙ୍କ ଜୀବନ
ତଦନ୍ତରେ କ’ଣ ଜଣାପଡ଼ିଛି ?

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ତଦନ୍ତ ସମୟରେ ଜଣାପଡ଼ିଛି ଯେ, ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା, ସଦାଶିବ ସାମଲ ଏବଂ ଅନ୍ୟ ସହଯୋଗୀମାନେ କେନ୍ଦୁଝର ସମେତ ଓଡ଼ିଶାର ଅନ୍ୟ ଜିଲ୍ଲାରେ ରୁଜୁ ହୋଇଥିବା ୧୦ଟି ଅପରାଧିକ ମାମଲାରେ ଜଡ଼ିତ ଏବଂ ଅଭିଯୋଗ ଦାଖଲ ହୋଇଛି ।
ଏହି ମାମଲାଗୁଡ଼ିକରେ ଠକେଇ, ଜାଲିଆତି ଓ ଆର୍ଥିକ ଅନିୟମିତତା ଭଳି ଅଭିଯୋଗ ରହିଛି । ଅନ୍ୟ ମାମଲାରେ ସୌମ୍ୟ ଶଙ୍କର ଚକ୍ରଙ୍କୁ ଅର୍ଥନୈତିକ ଅପରାଧ ଶାଖା (EOW) ପୂର୍ବରୁ ଗିରଫ କରିଥିଲା ।
ରାଜା ଚକ୍ର ଓ ତାଙ୍କ ସହଯୋଗୀମାନେ ସଂଗଠିତ ଭାବରେ ଅପରାଧିକ କାର୍ଯ୍ୟକଳାପ ଚଳାଇ କେନ୍ଦୁଝର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ନିଜର ନେଟୱର୍କ ବିସ୍ତାର କରିଥିବା ତଦନ୍ତରୁ ଜଣାପଡ଼ିଛି ।
ଷ୍ଟୋନ୍ କ୍ରସର୍ ଓ ଜମିକୁ ନେଇ ଠକେଇ ଅଭିଯୋଗ
ଅଭିଯୋଗ ଅନୁସାରେ, ସୌମ୍ୟ ଶଙ୍କର ଚକ୍ର ଓରଫ ରାଜା ଏବଂ ତାଙ୍କ ସହଯୋଗୀମାନେ ନିଜର ପ୍ରଭାବ ଓ କ୍ଷମତା ବ୍ୟବହାର କରି କେନ୍ଦୁଝର ଜିଲ୍ଲାର ରଘୁନାଥପୁର ଗ୍ରାମପଞ୍ଚାୟତ ଅନ୍ତର୍ଗତ ନୁନୁଝରଣ ମୌଜାର ପ୍ଲଟ୍ ନମ୍ବର ୩୩୫ରେ ନିଜର ଷ୍ଟୋନ୍ କ୍ରସର୍ ୟୁନିଟ୍ ସ୍ଥାପନ କରିଥିଲେ ।
ଅଭିଯୋଗ ହୋଇଛି ଯେ, ପ୍ରଥମେ ଜମିକୁ ସଦାଶିବ ସାମଲଙ୍କ ନାମରେ ଚତୁରତାର ସହ ପଞ୍ଜୀକରଣ କରାଯାଇଥିଲା । ଏହାପରେ ଅଭିଯୋଗକାରିଣୀଙ୍କ ପୂର୍ବରୁ ସେଠାରେ ଥିବା ଷ୍ଟୋନ୍ କ୍ରସର୍ ୟୁନିଟ୍କୁ ହଟାଇ ଦିଆଯାଇଥିଲା ଏବଂ ସେହି ଜମିରେ ନିଜର ଷ୍ଟୋନ୍ କ୍ରସର୍ ୟୁନିଟ୍ ସ୍ଥାପନ କରାଯାଇଥିଲା ।

ଏଥିସହ ପଢ଼ନ୍ତୁ: ସରପଞ୍ଚ ଓ ନାଏବ ସରପଞ୍ଚଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା; ମିଳିବ ୬ ମାସର ବୋନସ୍
ଜମି ଓ ତାଙ୍କ ଷ୍ଟୋନ୍ କ୍ରସର୍ ୟୁନିଟ୍ ବାବଦରେ ଟଙ୍କା ଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ଅଭିଯୁକ୍ତମାନେ ଅଭିଯୋଗକାରିଣୀଙ୍କଠାରୁ ୧ କୋଟି ୨୨ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗ ହୋଇଛି । ଅଭିଯୋଗକାରିଣୀ ଟଙ୍କା ମାଗିବାରୁ ତାଙ୍କୁ ଗୁରୁତର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଧମକ ଦେଇଥିଲେ ।
ମାମଲାରେ ମିଳିଥିବା ପ୍ରାଥମିକ ତଥ୍ୟ ଆଧାରରେ ତଦନ୍ତକାରୀ ଅଧିକାରୀ ବାଲେଶ୍ୱରର OPID କୋର୍ଟରେ ଅଭିଯୁକ୍ତ ସୌମ୍ୟ ଶଙ୍କର ଚକ୍ର ଓରଫ ରାଜାଙ୍କୁ ରିମାଣ୍ଡରେ ନେବା ପାଇଁ ଆବେଦନ କରିଥିଲେ । କୋର୍ଟ ରିମାଣ୍ଡ ରେ ନେବା ପାଇଁ ଅନୁମତି ଦେଇଛନ୍ତି । ରାଜା ଚକ୍ରକୁ ରିମାଣ୍ଡ ରେ ଆଣି ଜେରା କରିବ EOW ।

Related Topics
Explore more stories