Vigilance Trap / ଭିଜିଲାନ୍ସ ଜାଲରେ ପଶୁଧନ ନିରୀକ୍ଷକ, ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ
·2 months ago·2 min read

Key Points
ଭିଜିଲାନ୍ସ ଜାଲରେ ରାଇଘର ପଶୁଧନ ନିରୀକ୍ଷକ
ସବ୍ସିଡି ଟଙ୍କା ମୁକ୍ତ କରିବା ପାଇଁ ନେଉଥିଲେ ଲାଞ୍ଚ
୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ିବସିଲା ଭିଜିଲାନ୍ସ
ଗିରଫ ହେଲେ ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର

ରାଇଘର ୨୭/୦୬: ଭିଜିଲାନ୍ସ ଜାଲରେ ପଶୁଧନ ନିରୀକ୍ଷକ । ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ଦ୍ୱାରା ଗିରଫ ହୋଇଛନ୍ତି ନବରଙ୍ଗପୁର ଜିଲ୍ଲା ରାଇଘର ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର । ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ଅଧୀନରେ ସବ୍ସିଡି ଟଙ୍କା ମୁକ୍ତ କରିବା ପାଇଁ ୮୦ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ନବରଙ୍ଗପୁର ଜିଲ୍ଲାର ମୁଖ୍ୟ ଜିଲ୍ଲା ପଶୁ ଚିକିତ୍ସା ଅଧିକାରୀ ବା ସିଡିଭିଓ କାର୍ଯ୍ୟାଳୟ ଅଧୀନସ୍ଥ ରାଇଘରର ଏଲ୍.ଆଇ ପ୍ରଫୁଲ୍ଲ ହାଲଦାର ଭିଜିଲାନ୍ସ ଦ୍ୱାରା ଗିରଫ ହୋଛଇନ୍ତି ।
ଏହି ଯୋଜନାରେ ଦୁଗ୍ଧ ଚାଷୀ ମାନଙ୍କୁ ୧ରୁ ୫ଟି ଗାଈ ସହ ଦୁଗ୍ଧ ଉତ୍ପାଦନ ୟୁନିଟ୍ ସ୍ଥାପନ ପାଇଁ ସହାୟତା ଦିଆଯାଏ । ଯୋଜନାର ନିୟମାବଳୀ ଅନୁଯାୟୀ ଅଭିଯୋଗକାରୀ ଚାଷୀ ଜଣେ ହିତାଧିକାରୀ ଭାବେ ଚୟନ ହୋଇଥିଲେ । ଅଭିଯୁକ୍ତ ପଶୁଧନ ନିରୀକ୍ଷକ ପ୍ରଫୁଲ୍ଲ ହାଲଦାର ସବସିଡି ଟଙ୍କା ମୁକ୍ତ କରିବା ପାଇଁ ହିତାଧିକାରୀଙ୍କୁ ୮୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏପରିକି ଲାଞ୍ଚ ନଦେଲେ ତାଙ୍କ ସମେତ ଗାଁର ଅନ୍ୟ ହିତାଧିକାରୀଙ୍କ ସବସିଡି ମଧ୍ୟ ବନ୍ଦ କରିଦେବେ ବୋଲି ଧମକ ଦେଇଥିଲେ । ଅନ୍ୟ କୌଣସି ଉପାୟ ନ ପାଇ ହିତାଧିକାରୀ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ । ଭିଜିଲାନ୍ସ ଟିମ୍ ପ୍ରଫୁଲ୍ଲ ହାଲଦାରଙ୍କୁ ୮୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ମାଡ଼ି ବସିଥିଲା ।
ପଢନ୍ତୁ ଏହି ଖବରବାଲିଗୁଡ଼ା ITDAର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠଙ୍କ ଘରୁ ମିଳିଲାଣି ୧ କିଲୋରୁ ଊର୍ଦ୍ଧ୍ବ ସୁନା
ଏହାପରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋରେ ପ୍ରଫୁଲ୍ଲଙ୍କ ରାଇଘର ଡିଏନ୍କେ ସ୍ଥିତ ବାସଭବନ, ପାରୱେଲ ସ୍ଥିତ ପୈତୃକ ବାସଭବନ ଓ ସରକାରୀ କାର୍ଯ୍ୟାଳୟରେ ଏକକାଳୀନ ଚଢ଼ାଉ ଜାରି ରହିଛି ।
ଏହି ତଲାସି ବେଳେ ରାଇଘରସ୍ଥିତ ତାଙ୍କ ବାସଭବନରୁ ୮ ଲକ୍ଷ ୨୪ ହଜାର ଟଙ୍କା ନଗଦ ଜବତ କରାଯାଇଛି। ଭିଜିଲାନ୍ସ ପକ୍ଷରୁ ଏହି ତଦନ୍ତ ଜାରି ରହିଥିବା ବେଳେ ଆହୁରି ସମ୍ପତ୍ତି ଠାବ ହେବାର ସମ୍ଭାବନା ଥିବା ସୂଚନା ମିଳିଛି।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଗତ ୨ ବର୍ଷରେ ବନ୍ଧା ହେଲେଣି ୬ କୁବେର ବାବୁ। ଗଲା ଦୁଇ ବର୍ଷ ଭିତରେ ଭିଜିଲାନ୍ସ ଆୟବହିର୍ଭୂତ ସମ୍ପତ୍ତ କିମ୍ବା ଲାଞ୍ଚ ମାମଲାରେ ଚଢ଼ଉ ସମୟରେ ସର୍ବାଧିକ ନଗଦ ଅର୍ଥ ଜବତର ଏକ ତାଲିକା ସାମନାକୁ ଆସିଛି। ଓଡ଼ିଶା ଭିଜିଲାନ୍ସ ଦ୍ବାରା ଯେତେ ଦୁର୍ନୀତିଗ୍ରସ୍ତ ସରକାରୀ ବାବୁମାନେ ବନ୍ଧା ହେଉଛନ୍ତି।
ଦୁର୍ନୀତିଗ୍ରସ୍ତ ବାବୁ ଘରେ ସାଧାରଣତଃ ନଗଦ ଅର୍ଥରାଶି ବେଶି ପରିମାଣରେ ଗଚ୍ଛିତ ରଖନ୍ତି ନାହିଁ। ସର୍ବାଧିକ କୋଟିଏରୁ ଦୁଇ କୋଟି ଟଙ୍କା ସାଧାରଣତଃ ଜବତ ହୋଇଥାଏ। କିନ୍ତୁ ଓଡ଼ିଶା ଭିଜିଲାନ୍ସ ରେକର୍ଡରେ ମାଇନିଂର ଡେପୁଟି ଡାଇରେକ୍ଟର ଦେବବ୍ରତ ମହାନ୍ତି ରେକର୍ଡ ସୃଷ୍ଟି କରିଛନ୍ତି। ତାଙ୍କ ନିକଟରୁ ୪ କୋଟି ୨୮ ଲକ୍ଷ ୩୩ ହଜାର ୬୦୦ ଟଙ୍କା ଜବତ ହୋଇଥିଲା।
ଗତ ଜୁନ ୬ ତାରିଖରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ାରେ ସମନ୍ବିତ ଆଦିବାସୀ ଉନ୍ନୟନ ସଂସ୍ଥାର ସହକାରୀ ନିର୍ବାହୀ ଯନ୍ତ୍ରୀ ବୈକୁଣ୍ଠନାଥ ବେହେରାଙ୍କ ନିକଟରୁ ନଗଦ ୨ କୋଟି ୪ ଲକ୍ଷ ଟଙ୍କା ଜବତ ହୋଇଛି। ଫେବ୍ରୁଆରି ୨୫ ତାରିଖରେ କଟକ ସର୍କଲ୍ ମାଇନିଂର ଡେପୁଟି ଡାଇରେକ୍ଟର ଦେବବ୍ରତ ମହାନ୍ତିଙ୍କ ନିକଟରୁ ୪ କୋଟି ୨୮ ଲକ୍ଷ ୩୩ ହଜାର ୬୦୦ ଟଙ୍କା ଜବତ ହୋଇଛି। ଯାହାକି ଭିଜିଲାନ୍ସ ଇତିହାସରେ ସର୍ବାଧିକ ଥିଲା।

Related Topics
Explore more stories