Videos
|
Odisha

Vigilance Raid / ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ABEOଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍

Bikash Mohanty
Browse all articles by Bikash Mohanty
·1 hour ago·1 min read
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ: ABEOଙ୍କ ୭ଟି ସ୍ଥାନରେ ଭିଜିଲାନ୍ସ ରେଡ୍
Jaydev jena

Key Points

ଭିଜିଲାନ୍ସ ଜାଲରେ ଧର୍ମଶାଳା ABEO
ଧର୍ମଶାଳା ABEO ଜୟଦେବ ଜେନାଙ୍କ ଘରେ ଭିଜିଲାନ୍ସ ରେଡ୍
ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ABEOଙ୍କ ୭ଟି ସ୍ଥାନରେ ଚଢ଼ାଉ

ଭୁବନେଶ୍ବର୧୨/୧୦:  ଆକ୍ସନ୍ ମୋଡ୍‌ରେ ଓଡ଼ିଶା ଭିଜିଲାନ୍ସ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଧର୍ମଶାଳା ବ୍ଲକ ABEO ଜୟଦେବ ଜେନାଙ୍କ ଘରେ ରେଡ୍ ମାରିଛି ଭିଜିଲାନ୍ସ।  ଆସିଷ୍ଟାଣ୍ଟ ବ୍ଲକ୍ ଏଜୁକେସନ୍ ଅଫିସର (ABEO)ଙ୍କ ସମ୍ପତ୍ତି ଯାଞ୍ଚ ପାଇଁ ଏକକାଳୀନ ୭ଟି ସ୍ଥାନରେ ଚଢ଼ାଉ କରାଯାଇଛି। ଭୁବନେଶ୍ୱର, ଗଞ୍ଜାମ ଓ ଯାଜପୁରର ବିଭିନ୍ନ ସ୍ଥାନରେ ଭିଜିଲାନ୍ସ ଟିମ୍ ପକ୍ଷରୁ ଜୋରଦାର ତଲାସୀ ଜାରି ରହିଛି।

ଏହି ଚଢ଼ାଉରେ ୩ ଜଣ ଅତିରିକ୍ତ ଏସ୍‌ପି, ୪ ଜଣ ଡିଏସ୍‌ପି, ୯ ଜଣ ଇନ୍ସପେକ୍ଟରଙ୍କ ସମେତ ଅନ୍ୟ ଭିଜିଲାନ୍ସ କର୍ମଚାରୀ ସାମିଲ ହୋଇଛନ୍ତି। ଅଧିକାରୀଙ୍କ ଘର, ସମ୍ପର୍କୀୟଙ୍କ ଘର ଓ କାର୍ଯ୍ୟାଳୟରେ ଚାଲିଛି ଖାନତଲାସୀ।

ପଢନ୍ତୁ ଏହି ଖବର: ଶେଷରେ ହଳଦୀ ଏବଂ ଲଙ୍କାଗୁଣ୍ଡ ବି ଅପମିଶ୍ରିତ: କାରଖାନାରେ ଚଢ଼ାଉ

ଭୁବନେଶ୍ୱରର ପାତ୍ରପଡ଼ାରେ ଥିବା ତିନି ମହଲା କୋଠା, ଗଞ୍ଜାମର ପି. ନୂଆଗାଁରେ ଥିବା ଦୁଇ ମହଲା କୋଠା ସମେତ ଅନ୍ୟ ଏକ କୋଠାରେ ଯାଞ୍ଚ କରୁଛି ଭିଜିଲାନ୍ସ ଟିମ୍।
ସେହିପରି ଗଞ୍ଜାମ ଜିଲ୍ଲାର ବୁରୁଝରିରେ ଥିବା ସମ୍ପର୍କୀୟଙ୍କ ଘର, ଭୁବନେଶ୍ୱରର ଖଣ୍ଡଗିରି ଜନନୀ ବିହାରରେ ଥିବା ସମ୍ପର୍କୀୟଙ୍କ ଘର, ଯାଜପୁର ଜିଲ୍ଲାର ଜାରକାରେ ଥିବା ଭଡ଼ା ଘର ଏବଂ ତାଙ୍କ ଅଫିସ୍ ଚାମ୍ବରରେ ମଧ୍ୟ ତଲାସୀ ଚାଲିଛି।
Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: