Odisha News / ମିଥ୍ୟା ବିଲ୍ରେ ସରକାରୀ ତହବିଲରୁ ଠକିଥିଲେ ୩ କୋଟି; ବନ୍ଧାହେଲା ବରିଷ୍ଠ ରାଜସ୍ଵ ସହାୟକ
·1 hour ago·2 min read

Key Points
ମିଥ୍ୟା ବିଲ୍ ଦେଇ ସରକାରୀ ତହବିଲ୍ରୁ ୩ କୋଟି ୩ ଲକ୍ଷ ୬ ହଜାର ଟଙ୍କା ଆତ୍ମସାତ୍ । ଛକାପଞ୍ଝା ପରେ ବାବୁଙ୍କୁ ଗିରଫ କରି କଟକ ଭିଜିଲାନ୍ସ କୋର୍ଟରେ ହାଜର କରିଛି ଭିଜିଲାନ୍ସ ।
ଭୁବନେଶ୍ଵର: ମାତ୍ର ୨ ବର୍ଷର ଚାକିରି କାଳରେ ୩ କୋଟି ଟଙ୍କା ହଡ଼ପ । ମିଥ୍ୟା ବିଲ୍ ଦେଇ ସରକାରୀ ତହବିଲ୍ରୁ ବାବୁ ଆତ୍ମସାତ୍ କରିଛନ୍ତି ୩ କୋଟି ୩ ଲକ୍ଷ ୬ ହଜାର ଟଙ୍କା । ଆଉ ଛକାପଞ୍ଝା ପରେ ବାବୁଙ୍କୁ ଭିଜିଲାନ୍ସ ଗିରଫ କରି କଟକ ଭିଜିଲାନ୍ସ କୋର୍ଟରେ ହାଜର କରିଛି ।
କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଳକର ବରିଷ୍ଠ ରାଜସ୍ଵ ସହାୟକ (SRA) ଶଶିକାନ୍ତ ରଣାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଡିଜିଟାଲ୍ ଟ୍ରାକିଂ କରି ଶଶିକାନ୍ତଙ୍କୁ ଭିଜିଲାନ୍ସ ଅନୁଗୋଳରୁ ଗିରଫ କରିଛି । HRMS ପୋର୍ଟାଲରେ ଶଶିକାନ୍ତ ମିଥ୍ୟା ବିଲ୍ ଦେଇ ନିଜ ଓ ସମ୍ପର୍କୀୟଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୩ କୋଟି ୩ ଲକ୍ଷରୁ ଅଧିକ ଟଙ୍କା ସରକାରୀ ତହବିଲ୍ରୁ ଟ୍ରାନ୍ସଫର କରିଥିବା ଅଭିଯୋଗ ରହିଛି ।
୩ କୋଟିରୁ ଅଧିକ ଟଙ୍କା ଶଶିକାନ୍ତ ହଡ଼ପ କରିଥିବା ଅଭିଯୋଗ ପରେ ସେ ଫେରାର୍ ରହିଥିଲେ । ଭିଜିଲାନ୍ସ ତଦନ୍ତ ବେଳେ ଶଶିକାନ୍ତ ୩ କୋଟିରୁ ଅଧିକ ଟଙ୍କା ହଡ଼ପ କରିଥିବା ଜଣା ପଡ଼ିଥିଲା । କେନ୍ଦ୍ରାପଡ଼ାର ରାଜକନିକା ଓ ଡେରାବିଶରେ ଶଶିକାନ୍ତ ଏଷ୍ଟାବ୍ଲିସମେଣ୍ଟ୍ ସେକ୍ସନ ଦାୟିତ୍ଵରେ ରହି ଅନ୍ୟ କର୍ମଚାରୀଙ୍କ ଦରମା, ବକେୟା ଓ ଭତ୍ତା ବୁଝୁଥିଲେ ।
ଏଥିସହ ପଢ଼ନ୍ତୁ: କଟକ ଐତିହାସିକ ବାଲିଯାତ୍ରାର ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେବେ, କେତେ କୋଟି ହଡ଼ପ ?
ଆଉ ଦାୟିତ୍ଵରେ ଥିବାବେଳେ ମିଥ୍ୟା କାଗଜପତ୍ର ଦେଇ ହଡ଼ପ କରିଥିଲେ ଅର୍ଥ । ରାଜକନିକା ବ୍ଳକ ଦାୟିତ୍ଵରେ ଶଶିକାନ୍ତ ୨୦୨୩ ଅଗଷ୍ଟ ୩୦ରୁ ୨୦୨୪ ସେପ୍ଟେମ୍ବର ୪ ତାରିଖ ପର୍ଯ୍ୟନ୍ତ ଥିଲେ । ସେହି ସମୟରେ ଶଶିକାନ୍ତ ୧ କୋଟି ୪୬ ଲକ୍ଷ ୬୮ ହଜାର ୧୧୮ ଟଙ୍କା ହଡ଼ପ କରିଥିବା ତଦନ୍ତରୁ ଜଣାପଡ଼ିଛି ।
ସେହିଭଳି କେନ୍ଦ୍ରାପଡ଼ା ଜିଲ୍ଲାର ଡେରାବିଶ ବ୍ଳକ ଦାୟିତ୍ଵରେ ୨୦୨୫ ଜାନୁଆରୀ ୭ରୁ ୨୦୬ ଅକ୍ଟୋବର ୧୩ ପର୍ଯ୍ୟନ୍ତ ରହିଥିଲେ ଶଶିକାନ୍ତ ରଣା । ଏହି ସମଯ ଅବଧିରେ ସେ ୧ କୋଟି ୫୬ ଲକ୍ଷ ୯୭ ହଜାର ୭୨୫ ଟଙ୍କା ହଡ଼ପ କରିଥିଲେ । ଏଭଳି ଭାବେ ମୋଟ ୩ କୋଟି ୩ ଲକ୍ଷ ୬୫ ହଜାର ୮୪୩ ଟଙ୍କା ହଡ଼ପ କରିଥିବା ଜଣାପଡ଼ିଛି ।
ଅର୍ଥ ହଡ଼ପରେ ସମ୍ପର୍କୀୟଙ୍କ ସମ୍ପୃକ୍ତି
ଭିଜିଲାନ୍ସ ତଦନ୍ତରୁ ଜଣାପଡ଼ିଛି, ଶଶିକାନ୍ତ ରଣା ଅନ୍ୟ କର୍ମଚାରୀଙ୍କ କାଗଜପତ୍ର ଜାଲିଆତି କରୁଥିଲେ । ଦରମା, ବକେୟା, ଗ୍ରାଚୁଇଟି, ଅନ୍ୟ ଛୁଟି ଓ ଅବସରକାଳୀନ ଭତ୍ତା ଟଙ୍କା ଏବଂ ମୃତକଙ୍କ ତଥ୍ୟକୁ HRMS ପୋର୍ଟାଲରେ ଭରିବା ସମୟରେ ପ୍ରକୃତ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦେଉ ନଥିଲେ ।
ହିତାଧିକାରୀଙ୍କ ବଦଳର ଶଶିକାନ୍ତ ନିଜ ସମ୍ପର୍କୀୟଙ୍କ ବ୍ଯାଙ୍କ ଆକାଉଣ୍ଟ ତଥ୍ୟ ଦେଉଥିଲେ । କେନ୍ଦ୍ରାପଡ଼ାରେ ଥିବା ଏସବିଆଇ, ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଇଣ୍ଡିଆନ୍ ବ୍ୟାଙ୍କ ସହ ଘରୋଇ ବ୍ୟାଙ୍କ ଆକାଉଣ୍ଟ ତଥ୍ୟ ଦେଇ NEFT ମାଧ୍ୟମରେ ଟଙ୍କାକୁ ନିଜ ଆକାଉଣ୍ଟକୁ ଟ୍ରାନ୍ସଫର କରୁଥିଲେ ।

ଏନେଇ କଟକ ଭିଜିଲାନ୍ସ ପକ୍ଷରୁ ବରିଷ୍ଠ ରାଜସ୍ଵ ସହାୟକ ଶଶିକାନ୍ତ ରଣାଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । ଶଶିକାନ୍ତଙ୍କୁ କଟକର ସ୍ଵତନ୍ତ୍ର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଛି ।