Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Cow Lover / କୁନି ବାଛୁରୀ ପାଇଁ ଧୁମଧାମରେ ଏକୋଇସିଆ ପୂଜା, ଗାଁରେ ଚାଲିଛି ଭୋଜିଭାତ...ପୂଜାର୍ଚ୍ଚନା

Santosh Kumar Sahoo
Browse all articles by Santosh Kumar Sahoo
·5 months ago·2 min read
କୁନି ବାଛୁରୀ ପାଇଁ ଧୁମଧାମରେ ଏକୋଇସିଆ ପୂଜା, ଗାଁରେ ଚାଲିଛି ଭୋଜିଭାତ...ପୂଜାର୍ଚ୍ଚନା
Cow

Key Points

କୁନି ବାଛୁରୀ ପାଇଁ ଧୁମଧାମରେ ଏକୋଇସିଆ ପୂଜା
ଗୋମାତା ପ୍ରେମୀ ପ୍ରଭାକରଙ୍କ ନିଆରା ଉଦାହରଣ
୫୦୦ ଲୋକଙ୍କୁ ଦେଲେ ଭୋଜି
ଗାଁରେ ଚାଲିଛି ଭୋଜିଭାତ ଆସର । ଚାଲିଛି ପୂଜାର୍ଚ୍ଚନା । ଆଉ ଗାଁ ମୁଣ୍ଡରେ ଲାଗିଛି ପୋଷ୍ଟର । ଏହା କେଉଁ ଉତ୍ସବ ଠାରୁ କମ୍‌ ନୁହେଁ । କିନ୍ତୁ ଏହି ଉତ୍ସବ କାହା ପାଇଁ ହେଉଛି ଶୁଣିଲେ ଆପଣ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇଯିବେ । ଗୋଟିଏ କୁନି ବାଛୁରୀର ଏକୋଇସିଆ ପାଇଁ ଏହି ଉତ୍ସବ ଅନୁଷ୍ଠିତ ହେଉଛି ।

ସାଧାରଣରେ ପିଲାଟିଏ ଜନ୍ମ ହେଲେ ଯେପରି ରୀତିନୀତିରେ ତାହାର ନାମ କରଣ ହୁଏ । ଏକୋଇସିଆ ପୂଜାର୍ଚ୍ଚନା ହେବା ସହ ଭୋଜିଭାତର ଆସର ଜମେ । ଠିକ୍‌ ସେହିପରି ଗାଁ ଦାଣ୍ତରେ ୫୦୦ ଲୋକଙ୍କ ପାଇଁ ରୋଷେଇ ହେବା ସହ ଭୋଜିଭାତର ଆସର ଜମିଛି । ଆଉ ଏସବୁ ହୋଇଛି କୁନି ବାଛୁରୀ ଲକିର ଏକୋଇସିଆ ଉତ୍ସବ ପାଇଁ । ଏହାକୁ କରିଛନ୍ତି ଜଣେ ଗୋମାତା ପ୍ରେମୀ ।

ଅଧିକ ପଢ଼ନ୍ତୁ: ଭୁବନେଶ୍ଵରରେ ପେଟ୍ରୋଲ ଓ ଡିଜେଲ ଦାମରେ ବଡ଼ ପରିବର୍ତ୍ତନ, ଜାଣନ୍ତୁ...


ଖୋର୍ଦ୍ଧା ଜିଲ୍ଲା ବେଗୁନିଆ ଥାନା କଡ଼ବ ଗ୍ରାମର ପ୍ରଭାକର ବାହୁବଳେନ୍ଦ୍ର । ପିଲା ଦିନୁ ଗୋମାତା ପାଇଁ ଥିବା ଅହେତୁକ ଦୁର୍ବଳତା ଏଭଳି ଉତ୍ସବ ପାଳନ କରିବାକୁ ବାଧ୍ୟ କରିଥିବା ସେ କହିଛନ୍ତି । ପ୍ରଭାକର ପାଠ ଅଧିକ ପଢି ନାହାନ୍ତି ସତ କିନ୍ତୁ ଗୋ ମାତାଙ୍କ ପ୍ରତି ଥିବା ଦାୟିତ୍ୱକୁ ସେ ସଠିକ ଭାବେ ନିଭାଉଛନ୍ତି । ଗୋମାତା ହେଉଛନ୍ତି ବିଶ୍ବରେ ଏକମାତ୍ର ପ୍ରାଣୀ ଯିଏକି ମଣିଷକୁ ବୁଝିପାରେ, ଜାଣିପାରେ ଏବଂ ତା'ର ସବୁକିଛି ମଣିଷ ପାଖରେ ସମର୍ପଣ କରିଦେଇଥାଏ । କିନ୍ତୁ ମଣିଷ ତାକୁ ସଠିକ ଢଙ୍ଗରେ ସେବା ନକରି କଂସେଇ ହାତରେ ଦେଇ କୁକୁର ପାଳିବା ପାଇଁ ବ୍ୟସ୍ତ ରହିଥାଏ ।

ଏ ସବୁ ମଧ୍ୟରେ ଜଣେ ରାଜମିସ୍ତ୍ରୀ ଭାବେ କାର୍ଯ୍ୟ କରି ପରିବାର ପ୍ରତିପୋଷଣ କରୁଥିବା ମଣିଷଟିଏ କୁନି ବାଛୁରୀ ପାଇଁ ବେଶ୍‌ ଧୁମଧାମରେ ଏକୋଇସିଆ ଉତ୍ସବ ପାଳନ କରୁଛନ୍ତି । ଏପରି ପଶୁ ପ୍ରେମୀ ପ୍ରଭାକର ବାହୁବଳେନ୍ଦ୍ରଙ୍କ କାର୍ଯ୍ୟ ଦେଖି ଅଚଂଳବାସୀ ବେଶ ଖୁସି ଥିବା ବେଳେ ତାଙ୍କ ଗୋମାତା ପ୍ରତି ଆସକ୍ତି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ତେବେ ଆଗକୁ ଗୋମାତାଙ୍କ ବଂଶ ରକ୍ଷା ପାଇଁ ସମସ୍ତ ପ୍ରତି ଘରେ ଗୋଟିଏ ଗୋଟିଏ ଗାଈ ରଖିବା ପାଇଁ ନିବେଦନ କରିଛନ୍ତି ସେ । ତେବେ ପ୍ରଭାକର ବାହୁବଳେନ୍ଦ୍ରଙ୍କ ଏହି ଭଳି ନିଆରା କାର୍ଯ୍ୟ ତାଙ୍କୁ ଅଞ୍ଚଳରେ ଚର୍ଚ୍ଚାକୁ ଆଣିଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

Related Topics

Explore more stories

Sponsored
Village Celebrates 21st Day Ceremony of Calf in Odisha, Feast for 500 People | Argus News