Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News - କାଦୁଅ ପଚ ପଚ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

Odisha

କାଦୁଅ ପଚ ପଚ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

Banajyotshna Ray
Browse all articles by Banajyotshna Ray
·1 year ago·1 min read
କାଦୁଅ ପଚ ପଚ ରାସ୍ତାରେ ଧାନ ରୋଇଲେ ଗ୍ରାମବାସୀ

ଅର୍ଗସ ବ୍ୟୁରୋ:   କୋରାପୁଟ ଜିଲ୍ଲା କୁନ୍ଦୁରା ବ୍ଲକର ଡଙ୍ଗର ଠାରୁ ବେଡାପାଉଁଶୀକୁ ସଂଯୋଗ କରୁଥିବା 5 କିଲୋମିଟର ରାସ୍ତାର ଦୂରାବସ୍ଥା । ଏହି ରାସ୍ତା ଉପରେ କୁନ୍ଦୁରା ଓ କୋଟପାଡ଼ ବ୍ଲକର ପ୍ରାୟ 30ରୁ ଉର୍ଦ୍ଧ ଗ୍ରାମବାସୀ ନିର୍ଭର କରିଥାନ୍ତି । କିନ୍ତୁ ରାସ୍ତାର ଅବସ୍ଥା ଅତି ଶୋଚନୀୟ ।ବର୍ଷା ଦିନେ କଥା ସରିଲା । ଅସରାଏ ବର୍ଷା ହେଲେ ଗାଁ ରାସ୍ତା କାଦୁଅରେ ବୁଡିଯାଏ ।ଭାରିଯାନ ଯିବା ବି ମୁସ୍କିଲ୍ ହୋଇପଡ଼େ । ଏ ରାସ୍ତାର ଦୂରାବସ୍ଥା ନେଇ ଦୂର୍ଘଟଣା ବି ଘଟୁଛି । କାଦୁଅ ସର ସର ରାସ୍ତା ଦେଇ ନିତି ଯାଆସ କରଥିବା ଲୋକ ଅଭିନବ ଢଙ୍ଗରେ ପ୍ରତିବାଦ କରିଛନ୍ତି । ବାରମ୍ୱବାର ଅଭିଯୋଗ ପରେ ଅତିଷ୍ଠ ହୋଇ ଶେଷରେ ରାସ୍ତା ଉପରେ ଧାନ ରୋଇଲେ ଲୋକେ । ସେପଟେ ମେଗା ପାନୀୟ ଜଳ ପ୍ରକଳ୍ପ ପାଇଁ ରାସ୍ତା ପାର୍ଶ୍ୱରେ ପାଇପ ବିଛାଯାଉଥିବାରୁ ରାସ୍ତା ସମ୍ପୂର୍ଣ୍ଣ ଖରାପ ହୋଇଯାଇଛି । ଠିକାଦାର ଓ ବିଭାଗୀୟ ଅଧିକାରୀଙ୍କ ମନମୁଖୀ କାର୍ଯ୍ଯକୁ ବିରୋଧ କରିଛନ୍ତି ପଞ୍ଚାୟତ ବାସୀ ।

 ବର୍ଷା ଦିନ ଆସିବା ପୂର୍ବରୁ ଏହି ରାସ୍ତାର ମରାମତି କାର୍ଯ୍ୟ କରିବା ପାଇଁ ଠିକାଦାର, ବିଭାଗୀୟ ଅଧିକାରୀ, ବୁଦ୍ଧିଜୀବୀ, ଜନ ପ୍ରତିନିଧିଙ୍କ ମଧ୍ୟରେ ପଞ୍ଚାୟତ କାର୍ଯ୍ୟାଳୟରେ ଆଲୋଚନା ହୋଇଥିଲା l କିନ୍ତୁ ମାସେ ପରେ ମଧ୍ୟ କାମ ହୋଇନାହିଁ ।ଫଳରେ ଅଞ୍ଚଳବାସୀ ଅଭିନଵ ଢଙ୍ଗରେ ପ୍ରତିବାଦ କରି ଖୁବ ଶୀଘ୍ର ମରାମତି ପାଇଁ ଦାବି କରିଛନ୍ତି l ସେପଟେ ମେଗା ପ୍ରକଳ୍ପରେ କାର୍ଯ୍ୟ କରୁଥିବା ବିଭାଗୀୟ କର୍ମଚାରୀ ସୂଚନା ଦିଆଯାଇଛି, ଖୁବଶୀଘ୍ର ରାସ୍ତା ମରାମତି ହେବ ବୋଲି କହିଛନ୍ତି କୁନ୍ଦୁରା ବିଡ଼ିଓ । ଦେଖିବାକୁ ବାକି ରହିଲା ଖବର ପ୍ରସାରଣ ପରେ ରାସ୍ତାର ମରାମତି କେବେ ହେଉଛି ।

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Villagers Plant Paddy Saplings On Muddy Road | Argus News