Dharmendra Pradhan / ବିଜେପି ସରକାର ଆସିଲେ ଦୁର୍ନୀତି ଓ ଅରାଜକତାରୁ ମୁକ୍ତ ହେବ ପଶ୍ଚିମବଙ୍ଗ: ଧର୍ମେନ୍ଦ୍ର ପ୍ରଧାନ
·4 months ago·2 min read

Key Points
‘ଅକ୍ଷୟ ତୃତୀୟା’ ଅବସରରେ ଖଡ଼ଗପୁର ସ୍ଥିତ ମା’ ସମଲେଶ୍ୱରୀ ମନ୍ଦିରରେ କଲେ ଦର୍ଶନ
ଖଡ଼ଗପୁରରେ ଓଡ଼ିଆ ସଂସ୍କୃତିର ପ୍ରଚାର କରୁଥିବାରୁ ପ୍ରବାସୀ ଓଡ଼ିଆଙ୍କୁ ସାଧୁବାଦ ଜଣାଇଲେ
‘ମା, ମାଟି, ମନୁଷ’ର ନାରା ଦେଉଥିବା ସରକାରଙ୍କ ଶାସନରେ ମହିଳାମାନେ ସବୁଠୁ ଅସୁରକ୍ଷିତ

ଖଡ଼ଗପୁର: ବର୍ତ୍ତମାନର ଟିଏମସି ସରକାର ଅଧୀନରେ ପଶ୍ଚିମବଙ୍ଗ ଦୁର୍ନୀତି, ଅରାଜକତା ଓ ତୁଷ୍ଟିକରଣ ରାଜନୀତିରେ ଫସି ରହିଛି । ସିଣ୍ଡିକେଟ୍ ରାଜ୍ ; ଶାସନ ବ୍ୟବସ୍ଥାକୁ ଭିତରୁ ଖୋଳପା କରିଦେଇଛି । ତେବେ ଏଠାରେ ବିଜେପି ସରକାର ଆସିଲେ ଏ ସବୁର ଅନ୍ତ ଘଟିବ ବୋଲି ଆଜି ପଶ୍ଚିମବଙ୍ଗର ଖଡ଼ଗପୁରରେ ରହୁଥିବା ପ୍ରବାସୀ ଓଡ଼ିଆ ଭାଇ ଭଉଣୀମାନଙ୍କୁ ସମ୍ବୋଧିତ କରି କହିଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।
ପବିତ୍ର ‘ଅକ୍ଷୟ ତୃତୀୟା’ ଅବସରରେ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଖଡ଼ଗପୁର ସ୍ଥିତ ମା’ ସମଲେଶ୍ୱରୀ ମନ୍ଦିରରେ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଥିଲେ । ପରେ ଏକ ପଥପ୍ରାନ୍ତ ସଭାକୁ ସମ୍ବୋଧିତ କରି କହିଥିଲେ ଯେ, "ଖଡ଼ଗପୁରରେ ଦୀର୍ଘ ୫୦ ବର୍ଷରୁ ଅଧିକ ସମୟ ଧରି ବସବାସ କରୁଥିବା ଓଡ଼ିଆ ଭାଇଭଉଣୀମାନେ ନିଜର ଭାଷା, ସାହିତ୍ୟ ଓ ସଂସ୍କୃତିକୁ ଅକ୍ଷୁର୍ଣ୍ଣ ରଖିଛନ୍ତି । ଏହା ଆମ ଓଡ଼ିଆ ଅସ୍ମିତାର ଏକ ଗୌରବମୟ ପରିଚୟ ।"
ଏଥିସହ ପଢ଼ନ୍ତୁ: 'ପଶ୍ଚିମବଙ୍ଗର ବିକାଶରେ ବାଧକ ସାଜିଛି ଟିଏମସିର ନିର୍ମମ ଶାସନ'
ରାଜ୍ୟର ରାଜନୈତିକ ସ୍ଥିତି ଉପରେ ଚିନ୍ତା ପ୍ରକଟ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କହିଛନ୍ତି, "ସରକାରୀ ଦୁର୍ନୀତି ଯୋଗୁଁ ଯୋଗ୍ୟ ଯୁବକଯୁବତୀମାନେ ଚାକିରିରୁ ବଞ୍ଚିତ ହେଉଛନ୍ତି । 'ମାଆ, ମାଟି, ମନୁଷ’ର ନାରା ଦେଉଥିବା ସରକାରଙ୍କ ଶାସନରେ ମହିଳାମାନେ ଆଜି ସବୁଠାରୁ ଅସୁରକ୍ଷିତ । ଚାଷୀମାନେ ନିଜର ହକ୍ ପାଉନାହାନ୍ତି ଏବଂ ସେମାନଙ୍କ ସ୍ଥିତି ଦିନକୁ ଦିନ ବିପର୍ଯ୍ୟସ୍ତ ହେବାରେ ଲାଗିଛି ।"

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଭିଯୋଗ କରିଛନ୍ତି ଯେ, ମମତା ବାନାର୍ଜୀଙ୍କ ସରକାର କେବଳ ଭୋଟ୍ ବ୍ୟାଙ୍କ ରାଜନୀତି ପାଇଁ ବାହାର ଦେଶର ଅନୁପ୍ରବେଶକାରୀଙ୍କୁ ପ୍ରଶ୍ରୟ ଦେଉଛନ୍ତି, ଯାହା ସ୍ଥାନୀୟ ଲୋକଙ୍କ ଅଧିକାରକୁ କ୍ଷୁର୍ଣ୍ଣ କରୁଛି।
ଏଥିସହ ପଢ଼ନ୍ତୁ: 'କଂଗ୍ରେସ ଓ ସହଯୋଗୀଙ୍କ ସ୍ଵାର୍ଥପର ରାଜନୀତିର ପରିଣାମ ଭୋଗୁଛନ୍ତି ଦେଶର ମାତୃଶକ୍ତି': ପ୍ରଧାନମନ୍ତ୍ରୀ
ଜନସାଧାରଣଙ୍କୁ ଆହ୍ଵାନ ଦେଇ କହିଛନ୍ତି ଯେ, ଆଗାମୀ ନିର୍ବାଚନରେ ବିଜେପି ପ୍ରାର୍ଥୀ ଦିଲ୍ଲୀପ ଘୋଷଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେଇ ଜୟଯୁକ୍ତ କରନ୍ତୁ, ଯାହାଦ୍ୱାରା ବଙ୍ଗଳାରେ ପରିବର୍ତ୍ତନର ଲହର ଆସିପାରିବ ।
ପଶ୍ଚିମବଙ୍ଗର ଜନସାଧାରଣ ଏହି ଅନ୍ୟାୟ ଓ ଭୟର ଶାସନକୁ ସମାପ୍ତ କରିବା ପାଇଁ ମନସ୍ଥ କରିସାରିଛନ୍ତି । ଚଳିତ ନିର୍ବାଚନରେ ଜନତା ଭୋଟ୍ ମାଧ୍ୟମରେ ଏହାର ଉଚିତ୍ ଜବାବ ଦେବେ ବୋଲି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମତ ପ୍ରକାଶ କରିଛନ୍ତି ।

Related Topics
Explore more stories