Odisha Municipal Election / ୱାର୍ଡ ସୀମା ପୁନଃନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପାଇଁ ସଂଶୋଧିତ କାର୍ଯ୍ୟସୂଚୀ ଜାରି
·45 mins ago·3 min read

Key Points
ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ୨୪ ସେପ୍ଟେମ୍ବର ୨୦୨୬ରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଖସଡ଼ା ବିଜ୍ଞପ୍ତି ପ୍ରକାଶ ପାଇବ । ସାଧାରଣ ଜନତାଙ୍କଠାରୁ ଆପତ୍ତି ଓ ପରାମର୍ଶ ଆହ୍ଵାନ କରାଯିବ ।
ଭୁବନେଶ୍ଵର: ରାଜ୍ୟରେ ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦ ଏବଂ ମହାନଗର ନିଗମଗୁଡ଼ିକର ଆଗାମୀ ସାଧାରଣ ନିର୍ବାଚନ ପାଇଁ ପ୍ରକ୍ରିୟା ଜାରି ରହିଛି । ନିର୍ବାଚନ ପୂର୍ବରୁ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ପ୍ରକ୍ରିୟା ସମ୍ପନ୍ନ କରିବା ନିମନ୍ତେ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ସଂଶୋଧିତ କାର୍ଯ୍ୟସୂଚୀ ଜାରି କରାଯାଇଛି ।
ପୂର୍ବରୁ ବିଭାଗ ପକ୍ଷରୁ ଜାରି ହୋଇଥିବା କାର୍ଯ୍ୟସୂଚୀର ଆଂଶିକ ସଂଶୋଧନ କରାଯାଇ ଏହି ସଂଶୋଧିତ କାର୍ଯ୍ୟସୂଚୀ ଜାରି ହୋଇଛି । ଯେଉଁଥିରେ ବୌଦ୍ଧ ଜିଲ୍ଲାକୁ ବାଦ ଦେଇ ସମସ୍ତ ସମ୍ପୃକ୍ତ ଜିଲ୍ଲାପାଳଙ୍କୁ ଅବଗତ କରାଯାଇଛି ।
ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ୨୪ ସେପ୍ଟେମ୍ବର ୨୦୨୬ରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଖସଡ଼ା ବିଜ୍ଞପ୍ତି ପ୍ରକାଶ ପାଇବ । ସାଧାରଣ ଜନତାଙ୍କଠାରୁ ଆପତ୍ତି ଓ ପରାମର୍ଶ ଆହ୍ଵାନ କରାଯିବ । ଆପତ୍ତି ଓ ପରାମର୍ଶ ଦାଖଲ କରିବାର ଶେଷ ତାରିଖ ୩ ଅକ୍ଟୋବର ୨୦୨୬ ରହିଛି ।
ଏହାପରେ, ୭ ଅକ୍ଟୋବର ୨୦୨୬ରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ପ୍ରାଥମିକ ବିଜ୍ଞପ୍ତି ପ୍ରକାଶ କରାଯିବ । ଏହି ବିଜ୍ଞପ୍ତି ବିରୋଧରେ ୭ ଅକ୍ଟୋବରରୁ ୨୧ ଅକ୍ଟୋବର ୨୦୨୬ ପର୍ଯ୍ୟନ୍ତ ଗୃହ ଓ ନଗର ଉନ୍ନୟନ ବିଭାଗ ନିକଟରେ ଆପତ୍ତି ଦାଖଲ କରାଯାଇପାରିବ ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ପ୍ରାପ୍ତ ଆପତ୍ତି ଗୁଡ଼ିକୁ ସମ୍ପୃକ୍ତ ଜିଲ୍ଲାପାଳମାନେ ନିଜର ସୁପାରିସ/ମତାମତ ସହ ୨୨ ଅକ୍ଟୋବର ୨୦୨୬ ସୁଦ୍ଧା ସ୍ୱତନ୍ତ୍ର ଦୂତ ମାଧ୍ୟମରେ ନିର୍ଦ୍ଦେଶକ, ପୌର ପ୍ରଶାସନଙ୍କ କାର୍ଯ୍ୟାଳୟରେ ପହଞ୍ଚାଇବେ । ପରବର୍ତ୍ତୀ ପର୍ଯ୍ୟାୟରେ ୨୬ ରୁ ୨୮ ଅକ୍ଟୋବର ୨୦୨୬ ମଧ୍ୟରେ ରାଜ୍ୟ ସରକାର, ଅପିଲେଟ୍ କର୍ତ୍ତୃପକ୍ଷ ଭାବେ, ଆପତ୍ତିଗୁଡ଼ିକର ଶୁଣାଣି କରି ଚୂଡ଼ାନ୍ତ ନିଷ୍ପତ୍ତି ନେବେ ।
ଏଥିସହ ପଢ଼ନ୍ତୁ: ଲୋକସେବା ଭବନ ହେଲା ‘ତମାଖୁମୁକ୍ତ ଅଞ୍ଚଳ’, ଜାରି ହେଲା ନୂଆ ନିୟମ
୩୧ ଅକ୍ଟୋବରରେ ଚୂଡ଼ାନ୍ତ ବିଜ୍ଞପ୍ତି
ସମଗ୍ର ପ୍ରକ୍ରିୟାର ଶେଷ ପର୍ଯ୍ୟାୟରେ ୩୧ ଅକ୍ଟୋବର ୨୦୨୬ରେ ସମ୍ପୃକ୍ତ ଜିଲ୍ଲାପାଳମାନଙ୍କ ଦ୍ୱାରା ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ଚୂଡ଼ାନ୍ତ ବିଜ୍ଞପ୍ତି ପ୍ରକାଶ କରାଯିବ । ଚୂଡ଼ାନ୍ତ ବିଜ୍ଞପ୍ତିର ଆବଶ୍ୟକ ସଂଖ୍ୟକ ନକଲ ରାଜ୍ୟ ନିର୍ବାଚନ ଆୟୋଗ, ରାଜ୍ୟ ସରକାର ଏବଂ ସମ୍ପୃକ୍ତ ପୌରପରିଷଦ/ଏନ୍.ଏ.ସିକୁ ପ୍ରଦାନ କରାଯିବ ।
ମହାନଗର ନିଗମ ପାଇଁ ସମୟସୀମା
ଅନ୍ୟପକ୍ଷରେ, ଭୁବନେଶ୍ୱର, କଟକ, ବ୍ରହ୍ମପୁର ଓ ରାଉରକେଲା ମହାନଗର ନିଗମରେ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣ ସମ୍ପର୍କିତ ପ୍ରକ୍ରିୟା ପାଇଁ ମଧ୍ୟ ସଂଶୋଧିତ ସମୟସୀମା ଧାର୍ଯ୍ୟ କରାଯାଇଛି । ୨୪ ସେପ୍ଟେମ୍ବର ୨୦୨୬ ସୁଦ୍ଧା ସମ୍ପୃକ୍ତ ମହାନଗର ନିଗମଗୁଡ଼ିକ ପକ୍ଷରୁ ୱାର୍ଡ ବିଭାଜନ ଓ ଆସନ ସଂରକ୍ଷଣ ସମ୍ବନ୍ଧୀୟ ସୂଚନା ନିର୍ଦ୍ଧାରିତ ଫର୍ମ-୧ ଓ ଫର୍ମ-୨ରେ, ୱାର୍ଡ ସୀମା ଦର୍ଶାଉଥିବା ସ୍କେଚ୍ ମାନଚିତ୍ର ଏବଂ ମହାନଗର ନିଗମର ସଂକଳ୍ପ ସହିତ ଗୃହ ଓ ନଗର ଉନ୍ନୟନ ବିଭାଗରେ ଦାଖଲ କରାଯିବ ।
ମହାନଗର ନିଗମଗୁଡ଼ିକ କ୍ଷେତ୍ରରେ ୫ ଅକ୍ଟୋବର ୨୦୨୬ରେ ସରକାରଙ୍କ ପକ୍ଷରୁ ପ୍ରସ୍ତାବିତ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କରେ ଚିଠା ବିଜ୍ଞପ୍ତି ପ୍ରକାଶ କରାଯାଇ ଆପତ୍ତି ଓ ପ୍ରସ୍ତାବ ଆହ୍ଵାନ କରାଯିବ । ଏ ସମ୍ବନ୍ଧରେ ଆପତ୍ତି ଓ ପ୍ରସ୍ତାବ ଦାଖଲ କରିବାର ଶେଷ ତାରିଖ ୧୪ ଅକ୍ଟୋବର ୨୦୨୬ ରହିଛି ।

ଭୁବନେଶ୍ୱର ମହାନଗର ନିଗମ , କଟକ ମହାନଗର ନିଗମ , ବ୍ରହ୍ମପୁର ମହାନଗର ନିଗମ ଏବଂ ରାଉରକେଲା ମହାନଗର ନିଗମର ମହାନଗର ନିଗମ କମିଶନରମାନଙ୍କୁ ଧାର୍ଯ୍ୟ ସମୟ ସୀମା ମଧ୍ୟରେ ସମସ୍ତ ଆବଶ୍ୟକ ସୂଚନା ଓ ଦଲିଲ ଦାଖଲ କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।
ସଂଶୋଧିତ କାର୍ଯ୍ୟସୂଚୀ ଅନୁଯାୟୀ, ସମ୍ପୃକ୍ତ ସମସ୍ତ ଜିଲ୍ଲାପାଳ ଓ ମହାନଗର ନିଗମ କମିଶନରମାନଙ୍କୁ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ୱାର୍ଡ ସୀମା ପୁନଃ ନିର୍ଦ୍ଧାରଣ ଓ ଆସନ ସଂରକ୍ଷଣ ସମ୍ପର୍କିତ ସମସ୍ତ ପ୍ରକ୍ରିୟା ସୁଚାରୁ ଓ ସମୟୋପଯୋଗୀ ଭାବେ ସମ୍ପନ୍ନ କରିବାକୁ ଗୃହ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Related Topics
Explore more stories