Videos
|
Odisha

Lok Seva Bhawan / ଲୋକସେବା ଭବନ ହେଲା ‘ତମାଖୁମୁକ୍ତ ଅଞ୍ଚଳ’, ଜାରି ହେଲା ନୂଆ ନିୟମ

Santosh Kumar Sahoo
Browse all articles by Santosh Kumar Sahoo
·59 mins ago·1 min read
ଲୋକସେବା ଭବନ ହେଲା ‘ତମାଖୁମୁକ୍ତ ଅଞ୍ଚଳ’, ଜାରି ହେଲା ନୂଆ ନିୟମ
Lok Seva Bhawan

Key Points

ଲୋକସେବା ଭବନରେ ଏଣିକି ତମାଖୁ ମନା
ଉଲ୍ଲଂଘନ କଲେ ଦଣ୍ଡ
ଜାରି ହେଲା ନୂଆ ନିୟମ
ଏଣିକି ଲୋକସେବା ଭବନ ପରିସରରେ ଚାଲିବ ନାହିଁ ତମାଖୁ ସେବନ । ଜନସ୍ୱାସ୍ଥ୍ୟର ସୁରକ୍ଷା ସହ ଏକ ସ୍ୱଚ୍ଛ ଓ ସୁସ୍ଥ ପରିବେଶ ସୃଷ୍ଟି ଉଦ୍ଦେଶ୍ୟରେ ଲୋକସେବା ଭବନ ପରିସରକୁ ‘ତମାଖୁମୁକ୍ତ ଅଞ୍ଚଳ’ ଭାବେ ଘୋଷଣା କରାଯାଇଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ନୋଟିଫିକେସନ୍ ଜାରି ହୋଇଛି ।

ନୂଆ ନିୟମ ଅନୁଯାୟୀ, ଲୋକସେବା ଭବନ ପରିସରରେ ଧୂମପାନ, ତମାଖୁ ସେବନ ଏବଂ ତମାଖୁ ଛେପ ପକାଇବା ସମ୍ପୂର୍ଣ୍ଣ ନିଷିଦ୍ଧ କରାଯାଇଛି । ଏହି ନିୟମ ଉଲ୍ଲଂଘନ କଲେ ଆଇନ ଅନୁଯାୟୀ ଦଣ୍ଡର ବ୍ୟବସ୍ଥା ରହିଛି ।

ତମାଖୁ ବ୍ୟବହାରରୁ ବଢୁଛି ସ୍ୱାସ୍ଥ୍ୟ ସମସ୍ୟା

ନୋଟିଫିକେସନ୍‌ରେ ତମାଖୁ ବ୍ୟବହାରର କୁପ୍ରଭାବ ସମ୍ପର୍କରେ ମଧ୍ୟ ଉଲ୍ଲେଖ କରାଯାଇଛି । ତମାଖୁ ବ୍ୟବହାର କ୍ୟାନ୍‌ସର, ହୃଦ୍‌ରୋଗ ଓ ଫୁସଫୁସଜନିତ ରୋଗ ସମେତ ବିଭିନ୍ନ ଅଣସଂକ୍ରାମକ ରୋଗର ଏକ ପ୍ରମୁଖ କାରଣ । ଦେଶରେ ପ୍ରତିବର୍ଷ ପ୍ରାୟ ୧୩ ଲକ୍ଷ ଲୋକଙ୍କ ମୃତ୍ୟୁ ତମାଖୁ ବ୍ୟବହାର ଯୋଗୁଁ ହେଉଥିବା ନୋଟିଫିକେସନ୍‌ରେ କୁହାଯାଇଛି ।

ଅଧିକ ପଢ଼ନ୍ତୁ: ''ମୋଦିଜୀଙ୍କ ପାଇଁ ପଦବୀ ନୁହେଁ, ଜନସେବା ହିଁ ମୂଳ ଲକ୍ଷ୍ୟ'': ଧର୍ମେନ୍ଦ୍ର ପ୍ରଧାନ


କ’ଣ କହିଲେ ସ୍ୱାସ୍ଥ୍ୟମନ୍ତ୍ରୀ ?

ଏହି ପଦକ୍ଷେପ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ. ମୁକେଶ ମହାଲିଙ୍ଗ କହିଛନ୍ତି ଯେ, ଲୋକସେବା ଭବନକୁ ଏକ ସ୍ୱଚ୍ଛ, ସୁସ୍ଥ ଓ ତମାଖୁମୁକ୍ତ କାର୍ଯ୍ୟସ୍ଥଳ ଭାବେ ଗଢ଼ି ତୋଳିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ । ସେ କହିଛନ୍ତି, ‘ସ୍ୱଚ୍ଛ ଭାରତ, ସୁସ୍ଥ ଭାରତ’ ଏବଂ ‘ନିଶାମୁକ୍ତ ଭାରତ ଅଭିଯାନ’ର ଲକ୍ଷ୍ୟକୁ ଆହୁରି ସୁଦୃଢ଼ କରିବା ସହ ଆଗାମୀ ପିଢ଼ିକୁ ସୁସ୍ଥ ଜୀବନର ବାର୍ତ୍ତା ଦେବା ପାଇଁ ସରକାରଙ୍କ ପ୍ରୟାସ ଜାରି ରହିବ । ଲୋକସେବା ଭବନକୁ ତମାଖୁମୁକ୍ତ ଅଞ୍ଚଳ ଘୋଷଣା କରାଯିବା ପରେ ଏହି ନିୟମର କଡ଼ାକଡ଼ି ପାଳନ ଉପରେ ଗୁରୁତ୍ୱ ଦିଆଯିବ ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free: