Rain Alert / ଅବପାତରେ ପରିଣତ ହେଲା ଲଘୁଚାପ; ଏବେ ବାଲେଶ୍ଵରଠୁ ୧୮୦ କିମି ଦୂରରେ
·1 hour ago·2 min read

Key Points
ଅବପାତଟି ଧିରେ ଧିରେ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରୁ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏବେ ଅବପାତଟି କୋଲକାତାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ ୮୦ କିମି ଦୂରରେ ରହିଥିବା ବେଳେ ବାଲେଶ୍ଵରରୁ ଉତ୍ତରପୂର୍ବରେ ୧୮୦ କିମି ଦୂରରେ ରହିଛି ।.
ଭୁବନେଶ୍ଵର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ କ୍ଷେତ୍ରଟି ସଦୃଶ ଲଘୁଚାପରୁ ଘନୀଭୂତ ହୋଇ ଅବପାତରେ ପରିଣତ ହୋଇଛି । ଏବେ ପଶ୍ଚିମବଙ୍ଗ ଉପକୂଳ ସଂଲଗ୍ନ ବାଲାଂଦେଶ ଓ ଉତ୍ତରପଶ୍ଚିମ ବଙ୍ଗୋପାସାଗର ଉପରେ ରହିଛି ଅବପାତ ।
ଅବପାତଟି ଧିରେ ଧିରେ ପଶ୍ଚିମବଙ୍ଗ-ଉତ୍ତର ଓଡ଼ିଶା ଉପକୂଳରୁ ଉତ୍ତରପଶ୍ଚିମ ଦିଗରେ ଗତି କରୁଛି । ଏବେ ଅବପାତଟି କୋଲକାତାରୁ ପଶ୍ଚିମ-ଦକ୍ଷିଣପଶ୍ଚିମରେ ୮୦ କିମି ଦୂରରେ ରହିଥିବା ବେଳେ ବାଲେଶ୍ଵରରୁ ଉତ୍ତରପୂର୍ବରେ ୧୮୦ କିମି ଦୂରରେ ରହିଛି । ସେହିଭଳି ପଶ୍ଚିମବଙ୍ଗର ବାଙ୍କୁରାରୁ ଦକ୍ଷିଣପୂର୍ବରେ ୧୬୦ କିମି ଦୂରରେ ରହିଛି ।
ଏଥିସହ ପଢ଼ନ୍ତୁ: ଶୋଇଥିବା ବେଳେ କାନ୍ଥ ଭୁଶୁଡ଼ି ଆଈ, ନାତି ମୃତ; ନାତୁଣୀ ଗୁରୁତର
ଏହା କ୍ରମଶଃ ଉତ୍ତରପଶ୍ଚିମ ଦିଗରେ ଗତି କରି ପରବର୍ତ୍ତୀ ୨୪ ଘଣ୍ଟାରେ ଝାଡ଼ଖଣ୍ଡ ଦେଇ ଗାଙ୍ଗେୟ ପଶ୍ଚିମବଙ୍ଗ ଅତିକ୍ରମ କରିବ । ପ୍ରଭାବରେ ରାଜ୍ୟରେ ୨୧ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ । ତେବେ ଆଉ ୪୮ ଘଣ୍ଟା ବଡ଼ ବର୍ଷା ହେବାର ସମ୍ଭାବନା ରହିଛି ।
ରେଡ୍ ଆଲର୍ଟ
ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ବାଲେଶ୍ଵର, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ରେଡ୍ ଆଲର୍ଟ ଦେଇଛି ପାଣିପାଗ କେନ୍ଦ୍ର । ସେହିଭଳି ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ ଓ ଢେଙ୍କାନାଳ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ଜାରି କରାଯାଇଛି ।
କାଳବୈଶାଖୀ ନେଇ ୱାର୍ଣ୍ଣିଂ
ସେହିଭଳି ବଜ୍ରପାତ ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ଏହି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।
ଏଥିସହ ପଢ଼ନ୍ତୁ: ବୈତରଣୀ-ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି; ରାଜ୍ୟର ଆଉ ଏକ ଜିଲ୍ଲାରେ ସ୍କୁଲ କଲେଜ ଛୁଟି ଘୋଷଣା
୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହି ସମୟରେ ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ରହିପାରେ ।

ବାଲେଶ୍ବର ରେ ଆଜି ସକାଳ 5ଟା 30 ସୁଦ୍ଧା 93.1ମିମି ରେକର୍ଡ pic.twitter.com/WGtCZLojVk
— usd (@usd0705) August 17, 2026
କାଳବୈଶାଖୀ ନେଇ ୱାର୍ଣ୍ଣିଂ
ସେହିଭଳି ବଜ୍ରପାତ ନେଇ ବାଲେଶ୍ଵର, ଭଦ୍ରକ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, କଟକ, ସୁନ୍ଦରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ଦେବଗଡ଼, ଅନୁଗୋଳ, ଢେଙ୍କାନାଳ, କେନ୍ଦୁଝର ଓ ମୟୂରଭଞ୍ଜ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ରହିଛି । ଏହି ଜିଲ୍ଲାରେ ୪୦ରୁ ୫୦ କିମି ବେଗରେ ପବନ ବହିପାରେ ।
ଏଥିସହ ପଢ଼ନ୍ତୁ: ବୈତରଣୀ-ବ୍ରାହ୍ମଣୀ ନଦୀରେ ବନ୍ୟା ସ୍ଥିତି; ରାଜ୍ୟର ଆଉ ଏକ ଜିଲ୍ଲାରେ ସ୍କୁଲ କଲେଜ ଛୁଟି ଘୋଷଣା
୧୮ ତାରିଖ ପର୍ଯ୍ୟନ୍ତ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି । ଏହି ସମୟରେ ଉପକୂଳରେ ଘଣ୍ଟାପ୍ରତି ୪୦ରୁ ୫୦ କିଲୋମିଟର ବେଗରେ ପବନ ସହ ଝଟ୍କା ପବନର ବେଗ ଘଣ୍ଟାପ୍ରତି ୬୦ କିଲୋମିଟର ରହିପାରେ ।
📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories