Weather Alert / ବଡ଼ ସୂଚନା, ଜାଣନ୍ତୁ କେଉଁଠି ରହିଛି ବନ୍ୟା ସ୍ଥିତି

Key Points
ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀଙ୍କ ବଡ଼ ସୂଚନା
ଆଗକୁ ମହାନଦୀରେ ବନ୍ୟା ସମ୍ଭାବନା
୨୭ରେ ମୁଣ୍ଡୁଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ
ଫୁଲିବ ଶାଖା ନଦୀ, ଜିଲ୍ଲା ପ୍ରଶାସନ ସତର୍କ ରହିବାକୁ ନିର୍ଦ୍ଦେଶ
ବଙ୍ଗୋପସାଗରରେ ସକ୍ରିୟ ଲଘୁଚାପ ଯୋଗୁଁ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି । ବର୍ତ୍ତମାନ ହୀରାକୁଦରେ ୧୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ଜାରି ରହିଥିବା ବେଳେ ଆସନ୍ତା ୨୭ ତାରିଖ ସକାଳେ ମୁଣ୍ଡୁଳୀରେ ପହଞ୍ଚିବ ୭ ଲକ୍ଷ କ୍ୟୁସେକ ବନ୍ୟାଜଳ । ଫଳରେ ମହାନଦୀରେ ବନ୍ୟା ଆଶଙ୍କା ଥିବା ନେଇ ଜଳସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ସୂଚନା ଦେଇଛନ୍ତି ।
ଫଳରେ ଶାଖାନଦୀ କୁଆଖାଇ, ବିରୂପା, କାଠଯୋଡ଼ି, ଦେବୀ ନଦୀରେ ଜଳସ୍ତର ବୃଦ୍ଧି ପାଇବ । ସାମ୍ଭାବ୍ୟ ବନ୍ୟା ପାଇଁ ସମସ୍ତ ଜିଲ୍ଲାପାଳଙ୍କୁ ସୂଚନା ଦିଆଯିବା ସହ କ୍ଷେତ୍ର ଅଧିକାରୀ ମାନଙ୍କୁ ସତର୍କ କରାଯାଇଛି । କୌଣସି ପରିସ୍ଥିତିକୁ ସାମନା କରିବା ପାଇଁ ପ୍ରସ୍ତୁତ ଅଛୁ । ଭୟଭୀତ ହେବାର ଆବଶ୍ୟକତା ନାହିଁ କହିଛନ୍ତି ସର୍ବୋଚ୍ଚ ଯନ୍ତ୍ରୀ ।
ଏହାସହ ପଢ଼ନ୍ତୁ: ୯୯.୯୯ ପରସେଣ୍ଟାଇଲ ରଖିଥିଲେ, ତଥାପି ପରିବାର ଲୋକଙ୍କ ଚାପ ଆଗରେ ହାର ମାନିଲେ ଛାତ୍ର
📱 Get Argus News App
✨ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ତଳ ଡାବେରୀକୁ ସଂଯୋଗ କରୁଥିବା ରାସ୍ତାର ଗୋଟିଏ ପାର୍ଶ୍ଵ ଖାଇ ପୋଲଟି ସମ୍ପୂର୍ଣ୍ଣ ଧୋଇ ଯାଇଛି । ଫଳରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହେବା ପରିସ୍ଥିତି ସୃଷ୍ଟି ହୋଇଛି । ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକ ଧାଙ୍ଗରିଟାଲ ଗାଁରେ ଲଗାଣ ବର୍ଷାରେ ଭୁଶୁଡ଼ିଗଲା ଘର । କାସିରାମ ମାଝୀଙ୍କ ମାଟି ଘରର କାନ୍ଥ ସବୁ ଭାଙ୍ଗି ରୁଜି ଯାଇଛି l ଅଳ୍ପକେ ବର୍ତ୍ତିଛନ୍ତି ପରିବାର ଲୋକେ ।
ଏହାସହ ପଢ଼ନ୍ତୁ: ଜବରଦସ୍ତ ଝଟ୍କା ! ଭାରତୀୟ ନିୟମ ମାନିବାକୁ ବାଧ୍ୟ...
ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଗୋଟିଏ ଲଘୁଚାପ ସକ୍ରିୟ ଥିବା ବେଳେ ଆଜି ଆଉ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି । ଏହା ଧୀରେ ଧୀରେ ପଶ୍ଚିମ ଆଡକୁ ଗତି କରି ଆସନ୍ତାକାଲି ଲଘୁଚାପ କ୍ଷେତ୍ରରେ ପରିଣତ ହେବ । ୨୬ ତାରିଖରେ ନେବ ଅବପାତର ରୂପ । ପ୍ରଭାବରେ ରାଜ୍ୟରେ ଆସନ୍ତା ୪ ଦିନ ପ୍ରବଳ ବର୍ଷା ସମ୍ଭାବନା । ଆସନ୍ତା
୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କୋରାପୁଟ, ନବରଙ୍ଗପୁର ଓ ନୂଆପଡ଼ାକୁ ଅରେଞ୍ଜ ଓ ବାକି ସବୁ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି ।
୨୪ରୁ ୨୮ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ବାରଣ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସାରା ରାଜ୍ୟରେ ବିଜୁଳି ଘଡଘଡି ପାଇଁ ସତର୍କତା ଜାରି କରିଛି ପାଣିପାଗ ବିଭାଗ । ଉତ୍ତରପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ଥିବା ଲଘୁଚାପ ବର୍ତ୍ତମାନ ଉତ୍ତରର ଓଡିଶା ସଂଲଗ୍ନ ଗାଙ୍ଗେୟ ପଶ୍ଚିମବଙ୍ଗ ଉପରେ ରହିଛି । ଏହା ଆଗାମୀ ୧୨ ଘଣ୍ଟାରେ ଦୁର୍ବଳ ହେବାର ସମ୍ଭାବନା ରହିଛି ।
Related Topics
Explore more stories