Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ଓଃ କି ଗରମ; ସକାଳ ୮ଟାରେ 34.4 ଡିଗ୍ରୀ ପାର୍ କଲାଣି ତାପମାତ୍ରା

Odisha

ଓଃ କି ଗରମ; ସକାଳ ୮ଟାରେ 34.4 ଡିଗ୍ରୀ ପାର୍ କଲାଣି ତାପମାତ୍ରା

Smruti Parija
Browse all articles by Smruti Parija
·2 years ago·1 min read
ଓଃ କି ଗରମ; ସକାଳ ୮ଟାରେ  34.4 ଡିଗ୍ରୀ ପାର୍ କଲାଣି ତାପମାତ୍ରା

ଭୁବନେଶ୍ୱର: ଖରାରେ ସିଝୁଛି ଓଡ଼ିଶା । ସକାଳ ୮ ଟାରୁ ଘରୁ ବାହାରିବା ମୁସ୍କିଲ ହୋଇପଡୁଛି । ସକାଳ 8ଟା 30 ସୁଦ୍ଧା 34.4 ଡିଗ୍ରୀ ରେକର୍ଡ ହୋଇଛି । ସର୍ବାଧିକ ବାଲେଶ୍ୱରରେ 34.4 ଡିଗ୍ରୀ, ଭୁବନେଶ୍ୱରରୁ 32.6 ଡିଗ୍ରୀ, ଚାନ୍ଦବାଲିରେ 32.6 ଡିଗ୍ରୀ, ପୁରୀରେ 32.4 ଡିଗ୍ରୀ, କେନ୍ଦୁଝରରେ 31.2 ଡିଗ୍ରୀ, ଝାରସୁଗୁଡାରେ 31.4 ଡିଗ୍ରୀ,ଗୋପାଳପୁରରେ 31.4 ଡିଗ୍ରୀ, ହିରାକୁଦରେ 31 ଡିଗ୍ରୀ, ପାରାଦୀପରେ 30.8 ଡିଗ୍ରୀ, ସମ୍ବଲପୁରରେ 30.4 ଡିଗ୍ରୀ, ରାଉରକେଲାଲେ 30 ଡିଗ୍ରୀ ସେଲସିୟସ ତାପମାତ୍ରା ରେକ୍ରଡ ହୋଇଛି ।   

ଆଗାମୀ 5 ଦିନ ମଧ୍ୟରେ ଦିନ ରାଜ୍ୟର ଅନେକ ସ୍ଥାନରେ ଆହୁରି ୨ରୁ  ୪ଡ଼ିଗ୍ରୀ ଯାଏଁ ବୃଦ୍ଧି ସମ୍ଭାବନା ରହିଛି। ତେଣୁ ପ୍ରବଳ ଖରାରେ କାମ ନ କରିବାକୁ କଡ଼ା ଭାବେ ବାରଣ କରାଯାଇଛି। ଏ ନେଇ ସବୁ ଜିଲାପାଳଙ୍କୁ ସ୍ବତନ୍ତ୍ର ରିଲିଫ କମିଶନର ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ।

ଦିନ ୧୧ଟାରୁ ୩ଟା ଭିତରେ ବାହାରେ କାମ ନ କରିବାକୁ କୁହାଯାଇଛି । ନିର୍ଦ୍ଦେଶ ଅବମାନନା ହେଲେ ସଂପୃକ୍ତ ଅଧିକାରୀଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ହେବ । ୧୭ ରୁ ୨୦ ତାରିଖ ମଧ୍ୟରେ କିଛି ଜିଲ୍ଲାରେ ୪୩ରୁ ୪୫ଡିଗ୍ରୀ ଯାଏ ତାପମାତ୍ରା ରେକର୍ଡ ହେବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଭଳି ପାଣିପାଗ ସ୍ଥିତିକୁ ଲକ୍ଷ୍ୟ କରି ବିଭାଗ ତରଫରୁ ଆଗାମୀ ୫ ଦିନ ଯାଏ ଗ୍ରୀଷ୍ମ ପ୍ରବାହ ପାଇଁ ଚେତାବନୀ ଜାରି କରାଯାଇଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଆହୁରି ପଢନ୍ତୁ ପାଣିପାଗ ଖବର

Sponsored
odisha-weather-update | Argus News