Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Painting

Argus News - ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା; ରେଡ୍ ୱାର୍ଣ୍ଣିଂ ଜାରି, ୭ ପର୍ଯ୍ୟନ୍ତ ବର୍ଷିବ

Odisha

Rain Alert / ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା; ରେଡ୍ ୱାର୍ଣ୍ଣିଂ ଜାରି, ୭ ପର୍ଯ୍ୟନ୍ତ ବର୍ଷିବ

Sushanta Sahoo
Browse all articles by Sushanta Sahoo
·1 hour ago·2 min read
ଲଘୁଚାପ ବର୍ଷାରେ ଭିଜୁଛି ଓଡ଼ିଶା; ରେଡ୍ ୱାର୍ଣ୍ଣିଂ ଜାରି, ୭ ପର୍ଯ୍ୟନ୍ତ ବର୍ଷିବ
Low Pressure Triggers Heavy Rain in Odisha

Key Points

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି । ଏଭଳି ପାଗ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ରେଡ୍ ଆଲର୍ଟ ରହିଥିବା ବେଳେ ୯ ଜିଲ୍ଲାକୁ ରହିଛି ଅରେଞ୍ଜ ଆଲର୍ଟ । 
ଭୁବନେଶ୍ଵର: ଉତ୍ତରପଶ୍ଚିମ ବଙ୍ଗୋପସାଗର ଉପରେ ଲଘୁଚାପ ସକ୍ରିୟ ରହିଛି । ଏହା ସହ ସମୁଦ୍ର ପୃଷ୍ଠର ୭.୬ କିଲୋମିଟର ଉପରେ ରହିଛି ଏକ ଘୂର୍ଣ୍ଣିବଳୟ । ଯାହାକି ଆଗାମୀ ୨ ଦିନରେ ଆହୁରି ଘନୀଭୂତ ହେବ । ଯାହା ପ୍ରଭାବରେ ଏବେ ଲାଗି ରହିଛି ତୁହାକୁ ତୁହା ବର୍ଷା ।

ଲଘୁଚାପ ପ୍ରଭାବରେ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ହେଉଛି । ଏଭଳି ପାଗ ଆଗାମୀ ୭ ତାରିଖ ପର୍ଯ୍ୟନ୍ତ ଲାଗି ରହିବ । ଏନେଇ ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵର ପକ୍ଷରୁ ବିଭିନ୍ନ ଜିଲ୍ଲାକୁ ଆଲର୍ଟ ଜାରି କରାଯାଇଛି । ୨୪ ଘଣ୍ଟା ପାଇଁ ୪ ଜିଲ୍ଲାକୁ ରେଡ୍ ଆଲର୍ଟ ରହିଥିବା ବେଳେ ୯ ଜିଲ୍ଲାକୁ ରହିଛି ଅରେଞ୍ଜ ଆଲର୍ଟ । ଅନ୍ୟ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଦିଆଯାଇଛି ।

ଏଥିସହ ପଢ଼ନ୍ତୁ: ରାତିରେ ବଦଳିଗଲା ଦୃଶ୍ୟ, ସକାଳେ ଘର ଆଗରେ ସମୁଦ୍ର ପାଣି 

କେଉଁ ଜିଲ୍ଲାକୁ କେଉଁ ୱାର୍ଣ୍ଣିଂ ?

ଆଗାମୀ ୨୪ ଘଣ୍ଟାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ କଳାହାଣ୍ଡି, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂ ଜାରି କରାଯାଇଛି । ସେହିଭଳି ନବରଙ୍ଗପୁର, ନୂଆପଡ଼ା, ବଲାଙ୍ଗିର, ବରଗଡ଼, ସୋନପୁର, ବୌଦ୍ଧ, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲ୍ଲାକୁ ଦିଆଯାଇଛି ଅରେଞ୍ଜ ଆଲର୍ଟ । ଅବଶିଷ୍ଟ ଜିଲ୍ଲା ପାଇଁ ୟେଲୋ ଆଲର୍ଟ ଦିଆଯାଇଛି ।

ଶନିବାର ୫ ଜିଲ୍ଲାକୁ ରେଡ୍ ୱାର୍ଣ୍ଣିଂଜୁ

ଜୁଲାଇ ୪ ତାରିଖ ଶନିବାର ମଧ୍ୟ ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ । ଏଥିପାଇଁ ୫ ଜିଲ୍ଲା ସମ୍ବଲପୁର, ସୋନପୁର, ଅନୁଗୁଳ, ବୌଦ୍ଧ ଓ କନ୍ଧମାଳକୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି । ସେହିଭଳି ପ୍ରବଳ ବର୍ଷା ନେଇ କେନ୍ଦୁଝର, କଟକ, ଢେଙ୍କାନାଳ, ନୟାଗଡ଼, ଗଞ୍ଜାମ, ଗଜପତି, କଳାହାଣ୍ଡି ଓ ରାୟଗଡ଼ା ଜିଲ୍ଲାକୁ ଅରେଞ୍ଜ ଆଲର୍ଟ ରହିଥିବା ବେଳେ ଅବଶିଷ୍ଟ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି ।

ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ

ଲଘୁଚାପ ପାଇଁ ସମୁଦ୍ର ଅଶାନ୍ତ ରହିବ । ୩ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶା ଉପକୂଳ ସମୁଦ୍ର ପ୍ରବେଶ ନ କରିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି । ପାରାଦୀପ ଓ ଧାମରା ବନ୍ଦରରେ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

ଏଥିସହ ପଢ଼ନ୍ତୁ: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ,୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମନା 

ବିଗତ ୨୪ ଘଣ୍ଟାରେ ରାଜ୍ୟର ୩ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଥିବା ବେଳେ ୨୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ ହୋଇଛି । ବରଗଡ଼ର ଅମ୍ବାଭୋନାରେ ସର୍ବାଧିକ ୩୧୭ ମିଲିମିଟର ବର୍ଷା ହୋଇଥିବା ବେଳେ ବଲାଙ୍ଗିରରେ ୧୪୭ ମିମି, ବୌଦ୍ଧର କଣ୍ଟାମାଳରେ ୧୨୭ ମିମି, ସୋନପୁରର ବୀରମହାରାଜପୁରରେ ୧୧୭ ମିମି ବର୍ଷା ରେକର୍ଡ କରାଯାଇଛି ।
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Painting
Sponsored