Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Weather Update / ରାଜ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟ; ବଜ୍ରପାତ ସହ ପ୍ରବଳ ବର୍ଷା ପବନ ସମ୍ଭାବନା

Debashree Debasmita Sahoo
Browse all articles by Debashree Debasmita Sahoo
·3 months ago·2 min read
ରାଜ୍ୟରେ ସକ୍ରିୟ ଘୂର୍ଣ୍ଣିବଳୟ; ବଜ୍ରପାତ ସହ ପ୍ରବଳ ବର୍ଷା ପବନ ସମ୍ଭାବନା
Weather Update

Key Points

ରାଜ୍ୟରେ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ
ଆସନ୍ତା ୫ ଦିନ ଯାଏଁ ବର୍ଷା ପବନ
୩୦ରୁ ୪୦ କିମି ଝଟକା ପବନ ସମ୍ଭାବନା
ବର୍ତ୍ତମାନ ରାଜ୍ୟରେ ଖରା, ଗରମ ଗୁଳୁଗୁଳି ଅନୁଭୂତ ସହ କାଁଭାଁ କୋହଲିଆ ପାଗ ରହିଛି । ରାଜ୍ୟରେ ଘୂର୍ଣ୍ଣିବଳୟ ସକ୍ରିୟ ଥିବାରୁ ଆହୁରି ୫ ଦିନ ବର୍ଷର ସମ୍ଭାବନା ଥିବା କହିଛି ଭୁବନେଶ୍ଵର ଆଞ୍ଚଳିକ ପାଣିପାଗ ବିଭାଗ । ଉତ୍ତର ଓଡ଼ିଶା ଓ ପାଶ୍ୱବର୍ତୀ ଅଞ୍ଚଳରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ୫ ଦିନ ଯାଏଁ ବଜ୍ରପାତ ସହ ପବନ ବର୍ଷା ସମ୍ଭାବନା ରହିଛି ।

ତେବେ ଆସନ୍ତା ୨୪ ଘଣ୍ଟା ପାଇଁ କୋରାପୁଟ, ମାଲକାନଗିରି, ମୟୂରଭଞ୍ଜ ଓ କେନ୍ଦୁଝର ଏହି ୪ ଜିଲ୍ଲାରେ ବିଜୁଳି ଘଡଘଡି ସହ ହାଲୁକାରୁ ମଧ୍ୟମ ଧରଣର ଵର୍ଷା ହୋଇପାରେ । ଏହାସହିତ ୩୦ରୁ ୪୦ କିମି ଝଟକା ପବନର ସମ୍ଭାବନାକୁ ନେଇ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏପ୍ରିଲ ୨ ତାରିଖ ଯାଏଁ ବିଜୁଳି ଘଡଘଡି ସହ ବର୍ଷା ବଜ୍ରପାତର ସମ୍ଭାବନା ଥିବା ବେଳେ କିଛି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ରହିଥିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ ।

ପଢନ୍ତୁ ଏହି ଖବର: ସଞ୍ଜ ନଇଁଲେ ବଦଳୁଛି ପାଗର ମିଜାଜ୍; ଆସନ୍ତାକାଲି କେମିତି ରହିବ ପାଗ ଜାଣନ୍ତୁ...

  • ଆହୁରି ବଢିବ ତାପମାତ୍ରା
ରାଜ୍ୟର ୩ ସହରରେ ୩୯ ଡିଗ୍ରୀ ତାପମାତ୍ରା ସହ ଟିଟିଲାଗଡରେ ତାପମାତ୍ରା ୪୦ ଡିଗ୍ରୀ ଟପିଥିବା ବେଳେ ତାତିର ତାଉରେ ସିଝୁଛି ପଶ୍ଚିମ ଓଡ଼ିଶା । ବର୍ଦ୍ଧିତ ତାପମାତ୍ରାକୁ ନେଇ ୨ ଦିନ ମଧ୍ୟରେ ତାପମାତ୍ରା ୪୨ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ । କାରଣ ୪୦ ଡିଗ୍ରୀ ଉପରେ ବର୍ତ୍ତମାନର ତାପମାତ୍ରା ରହିଥିବା ବେଳେ ଆଗାମୀ ୨ ଦିନରେ ଦିନର ତାପମାତ୍ରା ୨ରୁ ୩ ଡିଗ୍ରୀ ବଢିବାର ସମ୍ଭାବନା ରହିଛି । ଏହାକୁ ନେଇ ରାଜ୍ୟରେ ୨ ଦିନ ମଧ୍ୟରେ ତାପମାତ୍ରା ୪୨ରୁ ୪୩ ଡିଗ୍ରୀ ଛୁଇଁବ ବୋଲି ଆକଳନ କରିଛି ବିଭାଗ ।

  • ଆଜି କେଉଁଠି କେତେ ରହିପାରେ ତାପମାତ୍ରା ?
ଆଜି ଭୁବନେଶ୍ଵର, କଟକ, କେନ୍ଦ୍ରାପଡ଼ା, ବାଲେଶ୍ଵର, ଭଦ୍ରକ ପରି ଉପକୂଳ ସହରରେ ତାପମାତ୍ରା ୩୮ରୁ ୩୯ ଡିଗ୍ରି ଭିତରେ ରହିବ । ସେହିପରି ନବରଙ୍ଗପୁର, ଭବାନୀପାଟଣା, ଟିଟିଲାଗଡ଼, ନୂଆପଡ଼ା, ବଲାଙ୍ଗୀର, ସୋନପୁର, ବରଗଡ଼, ସମ୍ବଲପୁର, ଝାରସୁଗୁଡ଼ା, ଅନୁଗୁଳ, ସୁନ୍ଦରଗଡ଼, ରାଉରକେଲା ପରି ସହରର ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରି ଉପରେ ରହିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି । ଏଣୁ ଏହି ସବୁ ସ୍ଥାନମାନଙ୍କରେ ଖରା ଦାଉରୁ ରକ୍ଷା ପାଇବା ଲାଗି ସତର୍କ ରହିବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । 
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha Weather Alert: Thunderstorms, Lightning & Rain Likely for Next 5 Days | Argus News