Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

Sand Loot / ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ଚୋରା ବାଲି ଚାଲାଣ, ନିରବ ଜିଲ୍ଲା ପ୍ରଶାସନ

Bikash Mohanty
Browse all articles by Bikash Mohanty
·4 months ago·2 min read
ଓଡ଼ିଶାରୁ ପଶ୍ଚିମବଙ୍ଗକୁ ହେଉଛି ଚୋରା ବାଲି ଚାଲାଣ, ନିରବ ଜିଲ୍ଲା ପ୍ରଶାସନ
Sand Mafia

Key Points

ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଚାଲିଛି ବେଧଡ଼କ ବାଲି ଲୁଟ୍
ଭୋଗରାଇ ଅଞ୍ଚଳରୁ ବେଧଡ଼କ ବାଲି ଚାଲାଣ
ଓଡ଼ିଶାରୁ ପଶ୍ଚିମବଙ୍ଗ ଚାଲାଣ ହେଉଛି ବାଲି। 
ଓଡ଼ିଶା ପଶ୍ଚିମବଙ୍ଗ ସୀମାରେ ଚାଲିଛି ବେଧଡ଼କ ବାଲି ଲୁଟ୍। ଭୋଗରାଇ ଅଞ୍ଚଳରେ ଦିନ ହେଉକି ରାତି ଚାଲିଛି ବେଧକଡ଼ ବାଲି ଚାଲାଣ । ଭଦ୍ରକରୁ ଭୋଗରାଇ ପର୍ଯ୍ୟନ୍ତ ଲମ୍ବିଛି ବାଲି ମାଫିଆଙ୍କ ଚୋରା ଜାଲ । ଦିନ ରାତି ଭୋଗରାଇ ଦେଇ ଓଡିଶା ବଡ଼ର ସାହାବାଜିପୁର ପାର ହୋଇ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଶହ ଶହ ବାଲି ବୋଝେଇ ହାଇୱା । ହେଲେ ଜାଣି ଶୁଣି ଚୁପ ବସିଛି ପ୍ରଶାସନ ।

ସେପଟେ ସ୍ଥାନୀୟ ବାସୀ ସୀମାରେ ଗାଡି ଅଟକାଇ ପୋଲିସ ଓ ଖଣି ବିଭାଗକୁ ଖବର ଦେଲେ ବି ଘଟଣା ସ୍ଥଳକୁ ଆସୁ ନାହିଁନ୍ତି ଅଧିକାରୀ । ଗୋଟେ ପଟେ ସରକାର ଚୋରା ବାଲି ଉପରେ ଜିଲ୍ଲାପାଳ ମାନଙ୍କୁ ରୋକ ଲଗାଇବା ପାଇଁ ନିର୍ଦେଶ ଦେଇଥିବାବେଳେ ଏଠାରେ କେମିତି ଓଡିଶା ସୀମା ଡେଇଁ ପଶ୍ଚିମବଙ୍ଗ ବାଲି ଯାଉଛି ତାକୁ ନେଇ ପ୍ରଶ୍ନ । ତେବେ ମୁକୁଳା ସୀମା ଦେଇ ସନ୍ଧ୍ୟାରୁ ସକାଳ ଯାଏଁ  ଓଡିଶା ପଟୁ ପଶ୍ଚିମବଙ୍ଗକୁ ଚାଲାଣ ହେଉଛି ଶହ ଶହ ବାଲି ବୋଝଇ ଡମ୍ଫର ସହ ବିଭିନ୍ନ ଚୋରା ସାମଗ୍ରୀ । ହେଲେ ସୀମାରେ ନା କୁ ମାତ୍ର ପଡି ରହିଛି ପୋଲିସର ତାଲା ଝୁଲା ନାକା ପୋଷ୍ଟ । ସୀମା ସୁରକ୍ଷା ପାଇଁ ପୋଲିସ ପକ୍ଷରୁ ଭୋଗରାଇର ସାହାବାଜିପୁର ବୋର୍ଡରେ ରହିଛି ନାକା ପୋଷ୍ଟ । ହେଲେ ଗ୍ରାଉଣ୍ଡ ଜିରୋର ସ୍ଥିତି କହୁଛି ନା କୁ ମାତ୍ର ପଡ଼ି ରହିଛି ଏହି ନାକା ପୋଷ୍ଟ । ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଳକର ଅନେକ ସୀମା ପୋଡ଼ଶୀ ପଶ୍ଚିମବଙ୍ଗକୁ ଲାଗି ରହିଛି । ହେଲେ ସାହାବାଜିପୁର ବୋର୍ଡରକୁ ଛାଡ଼ି ଦେଲେ ଅନ୍ୟ କୌଣସି ସୀମାରେ ପୋଲିସର ନାକା ପୋଷ୍ଟ ନାହିଁ । ଆଉ ଏହାର ଫାଇଦା ନେଇ ବାଲି ମାଫିଆ ମାନେ ସକ୍ରିୟ ହୋଇ ଉଠିଛନ୍ତି । 

ସେପଟେ କଟକ ଜିଲ୍ଲା ପ୍ରଶାସନକୁ ବାଲି ମାଫିଆଙ୍କ ଖୋଲା ଚ୍ୟାଲେଞ୍ଜ। ରାତି ପାହିଲେ ଜେସିବି ଲଗେଇ ଉଠେଇ ନେଉଛନ୍ତି ବାଲି। ଜିଲ୍ଲା ପ୍ରଶାସନର ଲଗାତାର ଚଢ଼ାଉ ପରେ ବି ଥମୁନି ବାଲି ଲୁଟ। କେବଳ ଓଡ଼ିଶା ସୀମାରୁ ନୁହେଁ କଟକ ଜିଲ୍ଲାର ବାଙ୍କୀ, କିଶନନଗରରୁ ନିଆଳି, ଖଲର୍ଦାରୁ ତିଗିରିଆ। ସବୁଆଡେ ମାତିଛନ୍ତି ବାଲି ମାଫିଆ। ବାଲି ମାଫିଆମାନେ ଟ୍ରାକ୍ଟର ଓ ହାଇୱା ଲଗେଇ ଲୁଟି ନେଉଛନ୍ତି ଶହ ଶହ ଟ୍ରିପ ବାଲି। ସାଲେପୁର ବ୍ଲକ୍ ଅନ୍ତର୍ଗତ କିଶନନଗର ତହସିଲ ଚିତ୍ରୋତ୍ପଳା ନଦୀର ଦୃଶ୍ୟ। ଏଠି ବଡ଼ ବଡ଼ ଜେସିବି ଲଗେଇ ନିୟମ କାନୁନର ଆଖିରେ ଆଙ୍ଗୁଠି ଗେଞ୍ଜି ହାଇୱା ଲଗେଇ ଲୁଟ ହେଉଛି ଶହ ଶହ ଟ୍ରିପ୍ ବାଲି। ଏପରିକି ବାଲି ମାଫିଆ ପୋଲିସ ଉପରକୁ ମଧ୍ୟ ଆକ୍ରମଣ କରିବାକୁ ପଛାଉ ନାହାନ୍ତି।

ଏଥିସହ ପଢ଼ନ୍ତୁ: ସାବାଡ଼ ହେଉଛନ୍ତି ବାଲି ମାଫିଆ; ଅପରେସନ ବାଲୁବଜ୍ର ପ୍ରହାରରେ ଘାଇଲା ବାଲି ମାଫିଆ
Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Sand Loot | Illegal Sand Mining on Odisha–West Bengal Border | Bhograi Faces 24x7 Smuggling | Argus News