Argus News | Odisha News Today, ଓଡ଼ିଶା ଖବର , Odisha latest news

|
logo
Live

Argus News -  ଓଡ଼ିଶାରେ ରାଜ କରିବେ ଓଡିଆ ପୁଅ କିମ୍ବା ଝିଅ : ନଡ୍ଡା

Odisha

 ଓଡ଼ିଶାରେ ରାଜ କରିବେ ଓଡିଆ ପୁଅ କିମ୍ବା ଝିଅ : ନଡ୍ଡା

Manini Pattanayak
Browse all articles by Manini Pattanayak
·1 year ago·1 min read
 ଓଡ଼ିଶାରେ  ରାଜ କରିବେ ଓଡିଆ ପୁଅ କିମ୍ବା ଝିଅ : ନଡ୍ଡା

 ମୟୂରଭଞ୍ଜ: ମୟୂରଭଞ୍ଜର କରଞ୍ଜିଆ ବିଜୟ ସଂକଳ୍ପ ସମାବେଶରେ ନୀବନ ସରକାରଙ୍କ ଉପରେ ଗର୍ଜିଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା। କହିଲେ ନବୀନ ବାବୁଙ୍କୁ ଆରାମ ଦେବେ, ବିଜେପିକୁ କାମ ଦେବେ ଓଡ଼ିଶାବାସୀ। ଏ ସରକାର ଆଉଟସୋର୍ସ ହୋଇଯାଇଛି ଏହାକୁ  ହଟାଇବା ଦରକାର।   ନଡ୍ଡା ଏହା ମଧ୍ୟ କହିଛନ୍ତି  କିଏ ସେ ବ୍ୟକ୍ତି  ଯିଏ ଆଉଟସୋର୍ସରେ ଚଳାଉଛି ରାଜ୍ୟ ଶାସନ ?  ଯିଏ ବାହାରର ତାକୁ ବାହାରକୁ  ପଠାନ୍ତୁ  ଓଡ଼ିଆକୁ ସୁଯୋଗ ଦିଅନ୍ତୁ।  

ଓଡ଼ିଶାରେ ଯିଏ ଲକ୍ଷ୍ମୀ ବସ୍‌ ଚଳାଉଛି  ତାକୁ ବାହାର କରନ୍ତୁ ବୋଲି କହିଛନ୍ତି ନଡ୍ଡା। ୧୦ ବର୍ଷରେ ଭାରତ  ରାଜନୀତିର ପରିଭାଷା  ବଦଳାଇଦେଇଛନ୍ତି ମୋଦି। ଜନଜାତିର  ଗୌରବ  ବଢାଇଛନ୍ତି ପ୍ରଧାନମନ୍ତ୍ରୀ । ଏକଲବ୍ୟ  ଆବାସିକ  ସ୍କୁଲର ବଜେଟ ୨୧ ଗୁଣ ବଢିଛି। ସାରା ବିଶ୍ୱ ପରିବର୍ତ୍ତିତ  ଭାରତ ଦେଖୁଛି।  ୟୁରୋପ, ଚୀନ, ଆମେରିକାର ଅର୍ଥନୀତି ଖସୁଛ । ଗତ ୫ ବର୍ଷରେ  ଭାରତର ଅର୍ଥନୀତି ସୁଦୃଢ ହୋଇଛି ବୋଲି କହିଛନ୍ତି  ନଡ୍ଡା।  
 

ଅଧିକ ପଢନ୍ତୁ ଓଡ଼ିଶା ଖବର 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Odisha will be ruled by an Odisha boy or girl: Nadda | Argus News