ଏଥର ନିର୍ବାଚନରେ ଇତିହାସ ରଚିବ ଓଡିଶା - ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ : କନ୍ଧମାଳ ଯିବା ପୂର୍ବରୁ ପୁଣି ଟ୍ବିଟ କଲେ ପ୍ରଧାନମନ୍ତ୍ରୀ । ଗତକାଲିର ମେଗୋ ରୋଡ୍ ସୋ ର ଭିଡିଓ ପୋଷ୍ଟ କରି ମୋଦି ଲେଖିଛନ୍ତି , ଚଳିତ ଥର ନିର୍ବାଚନରେ ଇତିହାସ ରଚିବ ଓଡିଶା । ଏଥରର ମୋଦିଙ୍କ ରୋଡ୍ ସୋ ର ଜନସମାଗମକୁ ଦେଖି ଏପରି ଲେଖିଛନ୍ତି ପ୍ରଧାନମନ୍ତ୍ରୀ । ଗତକାଲି ମୋଦିଙ୍କ ରୋଡ୍ ସୋ ରେ ଲକ୍ଷ ଲକ୍ଷ ଲୋକଙ୍କ ସମାଗମ ଦେଖିବାକୁ ମିଳିଥିଲା । ମୋଦି ମୋଦି ନାରାରେ କମ୍ପୁଥିଲା ପୁରା ପରିବେଶ । ଯାହାକୁ ନେଇ ଓଡିଶାରେ ବିଜେପିର ସମର୍ଥନ ପୁରା ବାରି ହୋଇ ପଡୁଥିଲା ।
ଅଧିକ ପଢନ୍ତୁ : ଫୁଲବାଣୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ତେବେ ଗତକାଲିର ରୋଡ ସୋ ପରେ ଆଜି ଫୁଲବାଣୀରେ ପହଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ । ପହଞ୍ଚିବା ପରେ ବିଜୟ ସଂକଳ୍ପ ସମାବେଶରେ ଯୋଗଦେଇଛନ୍ତି ମୋଦି । ଏହାପରେ ଆଉ ୨ଟି ଜନସଭାକୁ କରିବେ ସମ୍ବୋଧନ । ୧୨. ୧୫ରେ ବଲାଙ୍ଗିର , ୧.୪୫ରେ ବରଗଡ ଜନସଭାରେ ଯୋଗଦେବାର ରହିଛି କାର୍ଯ୍ୟକ୍ରମ ।