Odisha World Champions / ବିଶ୍ୱ ବିଜୟନୀଙ୍କ ଘର ବାହୁଡ଼ା, ଖୁସିରେ ଫାଟି ପଡ଼ୁଛି ଗାଁ
·7 months ago·2 min read

Key Points
ଘରକୁ ଫେରିଲେ ବିଶ୍ବ ବିଜେତା
ଜନ୍ମମାଟିରେ ହେଲା ଭବ୍ୟ ସ୍ବାଗତ
ନେପାଳକୁ ହରାଇ ଜିତିଥିଲେ ବିଶ୍ବକପ୍
ଜନ୍ମମାଟିରେ ହେଲା ଭବ୍ୟ ସ୍ବାଗତ
ନେପାଳକୁ ହରାଇ ଜିତିଥିଲେ ବିଶ୍ବକପ୍
ଯାଇଥିଲେ ପାଠ ପଢିବା ପାଇଁ । ହେଲେ ପାଠ ପଢିବା ସମୟରେ ନିଜ ସ୍ୱପ୍ନ ଆଉ ଇଚ୍ଛା ପୂରଣ ପାଇଁ ଆରମ୍ଭ କରିଲେ ପ୍ରସ୍ତୁତି । ଆଉ ଆଜି ନିଜର ଅଦମ୍ୟ ଇଚ୍ଛାଶକ୍ତି ଓ କଠିନ ପରିଶ୍ରମ ବଳରେ ହେଲେ ବିଶ୍ୱ ବିଜେତା । ବିଶ୍ବରେ ଭାରତର ଟେକ ରଖିବା ପରେ ଏବେ ସେହି ବିଶ୍ୱ ବିଜେତାଙ୍କର ହୋଇଛି ଘର ବାହୁଡ଼ା ।
ଗାଁ ଦାଣ୍ଡରେ ବାଜୁଛି ମାଦଳ, ନାଚୁଛନ୍ତି ମହିଳା । ଘର ସାମ୍ନାରେ ପୋତା ଯାଇଛି କଦଳୀ ଗଛ । ଆଉ ହୋଇଛି ସୁସଜ୍ଜିତ ରଙ୍ଗୋଲି । କିଏ ହାତରେ ଧୂପ ଦୀପ ଓ ଆଳତି ଥାଳି ଧରି ଛିଡା ହୋଇଛି, ଆଉ କିଏ ହାତରେ ଧରିଛି ଫୁଲ । ବିଶ୍ବ ବିଜେତାଙ୍କ ଘର ବାହୁଡ଼ା ଚିତ୍ର ବେଶ୍ ମନଲୋଭା ହୋଇଛି । କାହିଁକି ନା ଆଜି ଘରକୁ ବାହୁଡ଼ିଛନ୍ତି ବିଶ୍ୱକପ୍ ବିଜେତା ଝିଅ ।
ଦୃଷ୍ଟି ବାଧିତ ଟି-୨୦ କ୍ରିକେଟର ବିଶ୍ୱକପ ଚମ୍ପିୟାନ ଦଳର ଦୁଇ ମୟୁରଭଞ୍ଜ ଝିଅ ବାସନ୍ତୀ ହାଁସଦା ଏବଂ ପାର୍ବତୀ ମାରାଣ୍ଡି ଘରକୁ ଫେରିଛନ୍ତି । ଆଦିବାସୀ ଗରିବ ଘରୁ ଯାଇ ବିଶ୍ୱ ବିଜେତା ହୋଇ ଫେରିବା ପରେ ଉଭୟଙ୍କୁ ନିଜ ଜନ୍ମମାଟିରେ ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦିଆଯାଇଛି । ଉଦଳା ବ୍ଲକ ସସକୁଲଗୀ ଗ୍ରାମର ବାସନ୍ତୀ ଆସି ଗାଁ ମୁଣ୍ଡରେ ପହଂଚିବା ପରେ ଗାଁ ରାସ୍ତାରେ ଚାଲି ଚାଲି ମାଦଳ ଧୁମୂସାର ତାଳେ ତାଳେ ଘରକୁ ଫେରିଥିବା ବେଳେ ସମ୍ପର୍କୀୟ ତାଙ୍କୁ କାଖେଇ ନେଇଛନ୍ତି । ଆଉ ଫୁଲ ପକାଇ ସ୍ୱାଗତ କରିଛନ୍ତି । ଗାଁ ଝିଅ ବିଶ୍ୱ ବିଜେତା ହୋଇ ଫେରିବା ପରେ ସମସ୍ତଙ୍କ ଓଠରେ ହସ ଖେଳିଯାଇଛି । ଏହା ସହ ବାସନ୍ତୀ ଓ ପାର୍ବତୀଙ୍କ ଏହି ସଫଳତା ପରେ ସେମାନେ ସ୍ଥାନୀୟ ଅଞ୍ଚଳର ଯୁବତୀମାନଙ୍କ ପାଇଁ ପ୍ରେରଣା ସାଜିଛନ୍ତି ।
ସୂଚନା ଅନୁସାରେ, ପ୍ରଥମ ଥର ପାଇଁ କଲମ୍ବୋରେ ଆୟୋଜିତ ହୋଇଥିଲା ଦୃଷ୍ଟିବାଧିତ ଟି-୨୦ ବିଶ୍ବକପ୍ । ଆଉ ପ୍ରଥମ ସିଜିନ୍ରେ ହିଁ ଭାରତ ଫାଇନାଲରେ ନେପାଳକୁ ହରାଇ ବିଶ୍ବବିଜୟୀ ହୋଇଥିଲା । ସବୁଠୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଦଳରେ ଚାରି ଓଡ଼ିଆ ଖେଳାଳି ରହିଥିଲେ । ସେମାନେ ହେଉଛନ୍ତି ଫୁଲ ଶୋରେନ, ବାସନ୍ତୀ ହାଁସଦା, ଜମୁନା ରାଣୀ ଟୁଡୁ ଏବଂ ପାର୍ବତୀ ମାରାଣ୍ଡି । ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀଙ୍କଠାରୁ ଆରମ୍ଭ କରି ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ପର୍ଯ୍ୟନ୍ତ ସମସ୍ତେ ଗେହ୍ଲା ଝିଅଙ୍କ ପାଇଁ ଗର୍ବିତ । ଏହାରି ଭିତରେ ସମସ୍ତ ଓଡ଼ିଆ ଖେଳାଳିଙ୍କୁ ରାଜ୍ୟ ସରକାରଙ୍କ କ୍ରୀଡ଼ା ବିଭାଗ ସମ୍ବର୍ଦ୍ଧିତ କରିବା ସହିତ ମୁଖ୍ୟମନ୍ତ୍ରୀ ବ୍ୟକ୍ତିଗତ ଭାବେ ସମସ୍ତଙ୍କୁ ଭେଟି ୧୧ ଲକ୍ଷ ଟଙ୍କା ଲେଖାଏ ଆର୍ଥିକ ସହାୟତା ଘୋଷଣା କରିଛନ୍ତି ।

📱 Get Argus News App
✨📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Related Topics
Explore more stories