Videos
|
Odisha

Odisha Yatri / ଅର୍ବାନ୍ ମୋବିଲିଟି ଇଣ୍ଡିଆ ୨୦୨୬ରେ ଓଡ଼ିଶାର ଦମ୍‌ଦାର ପ୍ରଦର୍ଶନ, ନୂଆ ମୋବିଲିଟି ମଡେଲ୍ ଦେଖାଇବ ‘ଓଡ଼ିଶା ଯାତ୍ରୀ’

Santosh Kumar Sahoo
Browse all articles by Santosh Kumar Sahoo
·1 hour ago·3 min read
ଅର୍ବାନ୍ ମୋବିଲିଟି ଇଣ୍ଡିଆ ୨୦୨୬ରେ ଓଡ଼ିଶାର ଦମ୍‌ଦାର ପ୍ରଦର୍ଶନ, ନୂଆ ମୋବିଲିଟି ମଡେଲ୍ ଦେଖାଇବ ‘ଓଡ଼ିଶା ଯାତ୍ରୀ’
Odisha Yatri

Key Points

ଦେଶ ସାମ୍ନାରେ ଓଡ଼ିଶାର ଡିଜିଟାଲ୍ ମୋବିଲିଟି ମଡେଲ୍
ଅର୍ବାନ୍ ମୋବିଲିଟି ଇଣ୍ଡିଆରେ ‘ଓଡ଼ିଶା ଯାତ୍ରୀ’
୨୦୨୬ ସମ୍ମିଳନୀରେ ପ୍ରଦର୍ଶିତ ହେବ ‘ଓଡ଼ିଶା ଯାତ୍ରୀ’
ସହରୀ ଯାତାୟାତକୁ ଅଧିକ ସୁଗମ, ସୁରକ୍ଷିତ ଓ ଡିଜିଟାଲ୍ କରିବା ଦିଗରେ ଓଡ଼ିଶା ଆଉ ଏକ ପଦକ୍ଷେପ ନେଇଛି । ରାଜ୍ୟର ପ୍ରଯୁକ୍ତିନିର୍ଭର ମୋବିଲିଟି ପ୍ଲାଟଫର୍ମ ‘ଓଡ଼ିଶା ଯାତ୍ରୀ’ ୧୯ତମ ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ଏକ୍ସପୋ ୨୦୨୬ରେ ନିଜର ବିକଶିତ ମୋବିଲିଟି ଇକୋସିଷ୍ଟମ୍ ଏବଂ ନାଗରିକକୈନ୍ଦ୍ରିକ ଡିଜିଟାଲ୍ ସେବା ପ୍ରଦର୍ଶନ କରିବ ।

‘ଅର୍ବାନ୍ ଆକ୍ସେସିବିଲିଟି ଆଣ୍ଡ୍ ଲାଇଭାବିଲିଟି ଇନ୍ ଦି ଡିଜିଟାଲ୍ ଏଜ୍’ ବିଷୟବସ୍ତୁକୁ ନେଇ ଏହି ସମ୍ମିଳନୀ ଭୁବନେଶ୍ୱରରେ ଆୟୋଜିତ ହେବ । ଅର୍ବାନ୍ ମୋବିଲିଟି ଇଣ୍ଡିଆ ସମ୍ମିଳନୀ ଓ ଏକ୍ସପୋ ଆୟୋଜନ କରିବାରେ ଓଡ଼ିଶା ପୂର୍ବ ଭାରତର ପ୍ରଥମ ରାଜ୍ୟ ହେବ ।

ନାଗରିକ ସୁରକ୍ଷାକୁ ଗୁରୁତ୍ୱ

‘ଓଡ଼ିଶା ଯାତ୍ରୀ’ରେ ଆରମ୍ଭ ହୋଇଥିବା ସେଫ୍ଟି ମଡ୍ୟୁଲ୍ ଏହି ପ୍ଲାଟଫର୍ମର ଏକ ପ୍ରମୁଖ ଆକର୍ଷଣ । ଯାତାୟାତ ସେବା ସହ ନାଗରିକ ସୁରକ୍ଷା ସୁବିଧାକୁ ଏକାଠି କରିବା ଦିଗରେ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ।

ଓଡ଼ିଶା ପୋଲିସ ଏବଂ ଜାତୀୟ ଜରୁରୀକାଳୀନ ପ୍ରତିକ୍ରିୟା ବ୍ୟବସ୍ଥା ୧୧୨ ସହିତ ଏହି ସେଫ୍ଟି ମଡ୍ୟୁଲ୍‌ର ସମନ୍ୱୟ କରାଯାଇଛି । iOS ଏବଂ Android ଉଭୟ ପ୍ଲାଟଫର୍ମରେ ଏହି ସୁବିଧା ଉପଲବ୍ଧ ରହିଛି ।

Argus News App

📱 Get Argus News App

✨
📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଏଥିରେ Shake to Alert, ଆଲାର୍ମ, ଲୋକେସନ୍ ସେୟାରିଂ, ଜରୁରୀକାଳୀନ ସମ୍ପର୍କ ଭଳି ୧୧ଟି ସୁରକ୍ଷା ବୈଶିଷ୍ଟ୍ୟ ରହିଛି । ଏହା ସହିତ One-Tap SOS ମାଧ୍ୟମରେ ବ୍ୟବହାରକାରୀ ସିଧାସଳଖ ୧୧୨ ଜରୁରୀକାଳୀନ ହେଲ୍ପଲାଇନ୍‌ ସହ ଯୋଗାଯୋଗ କରିପାରିବେ । ଏପର୍ଯ୍ୟନ୍ତ ପ୍ରାୟ ୧.୮୬ ୟୁଜର୍ସଙ୍କ ନିକଟରେ ଏହି ସେଫ୍ଟି ମଡ୍ୟୁଲ୍ ପହଞ୍ଚିଛି ।

୧୦ ଲକ୍ଷ ଯାତ୍ରା ସମ୍ପନ୍ନ

ମୋବିଲିଟି ସେବା କ୍ଷେତ୍ରରେ ମଧ୍ୟ ‘ଓଡ଼ିଶା ଯାତ୍ରୀ’ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଛି । ପ୍ଲାଟଫର୍ମ ମାଧ୍ୟମରେ ଏପର୍ଯ୍ୟନ୍ତ ୧୦ ଲକ୍ଷ ଯାତ୍ରା ସମ୍ପନ୍ନ ହୋଇଛି ।
ବର୍ତ୍ତମାନ ପ୍ଲାଟଫର୍ମରେ ୬.୩୪ ଲକ୍ଷ ପଞ୍ଜୀକୃତ ୟୁଜର୍ସ ଏବଂ ୧୮.୬ ହଜାର ସକ୍ରିୟ ଡ୍ରାଇଭର ଯୋଡ଼ି ହୋଇଛନ୍ତି । ୫ଟି ସହରରେ ଏହି ସେବା ଉପଲବ୍ଧ ରହିଛି ।
ଡ୍ରାଇଭରମାନଙ୍କ ଆୟକୁ ମଧ୍ୟ ପ୍ଲାଟଫର୍ମ ଗୁରୁତ୍ୱ ଦେଇଛି । ‘ଓଡ଼ିଶା ଯାତ୍ରୀ’ ମାଧ୍ୟମରେ ଡ୍ରାଇଭରମାନେ ମୋଟ ୧୫.୫ କୋଟି ଟଙ୍କା ଆୟ କରିଛନ୍ତି । ୧୦୦ ପ୍ରତିଶତ ପାସ୍-ଥ୍ରୁ ମଡେଲ୍ ଅନୁସାରେ ଯାତ୍ରୀଙ୍କ ଦେୟର ସମ୍ପୂର୍ଣ୍ଣ ରାଶି ଡ୍ରାଇଭରଙ୍କ ପାଖକୁ ଯାଉଛି ଏବଂ ପ୍ଲାଟଫର୍ମ କୌଣସି କମିଶନ୍ ରଖୁନାହିଁ ।

ଜାନୁଆରୀରେ ସର୍ବୋଚ୍ଚ ପ୍ରଦର୍ଶନ

୨୦୨୬ ଜାନୁଆରୀରେ ‘ଓଡ଼ିଶା ଯାତ୍ରୀ’ ସର୍ବୋଚ୍ଚ ମାସିକ ପ୍ରଦର୍ଶନ ରେକର୍ଡ କରିଥିଲା । ଏହି ମାସରେ ୩.୨୮ ଲକ୍ଷ ରାଇଡ୍ ସର୍ଚ୍ଚ ହୋଇଥିବା ବେଳେ ପ୍ରାୟ ୬୦ ହଜାର ଯାତ୍ରା ସମ୍ପନ୍ନ ହୋଇଥିଲା । ଏହା ରାଜ୍ୟରେ ପ୍ରଯୁକ୍ତିନିର୍ଭର ମୋବିଲିଟି ସେବା ପ୍ରତି ଲୋକଙ୍କ ବଢ଼ୁଥିବା ଆଗ୍ରହ ଓ ଗ୍ରହଣୀୟତାକୁ ଦର୍ଶାଉଛି ।

କ୍ୟାବ୍‌ଠାରୁ ବସ୍‌, ବୋଟ୍ ପର୍ଯ୍ୟନ୍ତ

‘ଓଡ଼ିଶା ଯାତ୍ରୀ’ କେବଳ ରାଇଡ୍-ହେଲିଂ ସେବାରେ ସୀମିତ ନରହି ଏକ ବ୍ୟାପକ ମୋବିଲିଟି ଇକୋସିଷ୍ଟମ୍ ଗଠନ ଦିଗରେ ଆଗେଇ ଚାଲିଛି । ବର୍ତ୍ତମାନ ପ୍ଲାଟଫର୍ମ ୪ଟି ସହରରେ ‘ଆମ ବସ୍’ ସେବାକୁ ସୁବିଧା ଯୋଗାଇ ଦେଉଛି । ଏହା ସହିତ ସାତପଡ଼ାରେ ଡଲଫିନ୍ ବୋଟ୍ ଆସୋସିଏସନ୍‌ ସହଭାଗିତାରେ ନୌକା ସେବା ମଧ୍ୟ ଉପଲବ୍ଧ କରାଯାଉଛି ।

ଅର୍ଥାତ୍, କ୍ୟାବ୍ ଓ ଅଟୋଠାରୁ ଆରମ୍ଭ କରି ବସ୍ ଏବଂ ନୌକା ପର୍ଯ୍ୟନ୍ତ—ବିଭିନ୍ନ ପ୍ରକାରର ଯାତାୟାତ ସେବାକୁ ଗୋଟିଏ ଡିଜିଟାଲ୍ ପ୍ଲାଟଫର୍ମରେ ଯୋଡ଼ିବା ଦିଗରେ ‘ଓଡ଼ିଶା ଯାତ୍ରୀ’ ଆଗକୁ ବଢ଼ୁଛି ।

ଜାତୀୟ ସ୍ତରରେ ପ୍ରଦର୍ଶିତ ହେବ ଓଡ଼ିଶାର ମଡେଲ୍

ଅର୍ବାନ୍ ମୋବିଲିଟି ଇଣ୍ଡିଆ ୨୦୨୬ ଓଡ଼ିଶାକୁ ନିଜର ଡିଜିଟାଲ୍ ମୋବିଲିଟି ସମାଧାନକୁ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରର ବିଶେଷଜ୍ଞ, ନୀତି ନିର୍ଦ୍ଧାରକ ଏବଂ ଅଂଶୀଦାରଙ୍କ ସମ୍ମୁଖରେ ପ୍ରଦର୍ଶନ କରିବାର ସୁଯୋଗ ଦେବ ।

ନାଗରିକ ସୁରକ୍ଷା, ସୁଗମ ଯାତାୟାତ ଓ ଡିଜିଟାଲ୍ ପ୍ରଯୁକ୍ତିକୁ ଏକାଠି କରି ‘ଓଡ଼ିଶା ଯାତ୍ରୀ’ ରାଜ୍ୟରେ ଏକ ନୂଆ ମୋବିଲିଟି ମଡେଲ୍ ଗଠନ କରୁଛି। ଆଗାମୀ ଦିନରେ ଏହି ପ୍ଲାଟଫର୍ମ ଅଧିକ ସହର ଓ ଅଧିକ ନାଗରିକଙ୍କ ପାଖରେ ପହଞ୍ଚିବା ସହ ଓଡ଼ିଶାର ଡିଜିଟାଲ୍ ଓ ସ୍ମାର୍ଟ ମୋବିଲିଟି ଯାତ୍ରାକୁ ଆହୁରି ମଜବୁତ କରିବ ବୋଲି ଆଶା କରାଯାଉଛି ।