Videos
|
Odisha

Crime / ଯୁବତୀଙ୍କ ବେକ କାଟିଦେଲେ ଯୁବକ, ଥାନାରେ ଅଭିଯୁକ୍ତ

Banajyotshna Ray
Browse all articles by Banajyotshna Ray
·10 months ago·2 min read
ଯୁବତୀଙ୍କ ବେକ କାଟିଦେଲେ ଯୁବକ, ଥାନାରେ ଅଭିଯୁକ୍ତ

Key Points

ବ୍ଲେଡ୍ ରେ ଯୁବତୀଙ୍କ ବେକ କାଟିଲା ଯୁବକ
ମୟୂରଭଞ୍ଜ ଯଶିପୁର ଥାନା ଇଟାମୁଣ୍ଡି ଛକରେ ଅଭାବନୀୟ ଘଟଣା
ଯୁବତୀ ଫୋନ୍ କାଟିଦେବାରୁ ଯୁବକ ଜଣଙ୍କ ଏଭଳି କାଣ୍ଡ କରିଥିବା ସୂଚନା
ଗୁରୁତର ଅବସ୍ଥାରେ ଯୁବତୀ ଯଶିପୁର ମେଡିକାଲରେ ଭର୍ତ୍ତି
ଅଭିଯୁକ୍ତ ଯୁବକ କେନ୍ଦୁଝର ଆନନ୍ଦପୁରର କାର୍ତ୍ତିକ
ନିର୍ଦ୍ଦୟ ପ୍ରେମିକ। ବ୍ଲେଡ ସାହାଯ୍ୟରେ କାଟିଦେଲା ଯୁବତୀଙ୍କ ବେକ। ଯୁବତୀଙ୍କ ବେକ କାଟିଲା ଯୁବକ । ମୟୂରଭଞ୍ଜ ଜିଲ୍ଲା ଯଶିପୁର ଥାନା ଇଟାମୁଣ୍ଡି ଛକରେ ଅଭାବନୀୟ ଘଟଣା ଘଟିଛି । ଯୁବତୀ ଜଣଙ୍କ ଫୋନ୍ କାଟିଦେବାରୁ ଯୁବକ ଜଣଙ୍କ ଘରେ ପଶି ଏଭଳି ଉନ୍ମତ୍ତକାଣ୍ଡ ଘଟାଇଥିବା ସୂଚନା ରହିଛି । ବ୍ଲେଡ୍ ସାହାଯ୍ୟରେ ଯୁବତୀଙ୍କ ବେକ କାଟିଦେଇଥିଲା ଯୁବକ । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଯଶିପୁର ମେଡିକାଲରେ ଭର୍ତ୍ତି କରାଯାଇଛି । ଅଭିଯୁକ୍ତ ଯୁବକ କାର୍ତ୍ତିକ କର ବୋଲି ଜଣାପଡ଼ିଥିବାବେଳେ ତା ଘର କେନ୍ଦୁଝର ଜିଲ୍ଲା ଆନନ୍ଦପୁର ଅଞ୍ଚଳରେ । ଯଶିପୁର ପୋଲିସ ଯୁବକଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।କାହିଁକି ଯୁବକ ଜଣଙ୍କ ଏପରି କାଣ୍ଡ କଲେ ତାକୁ ନେଇ ପୋଲିସ ଖୋଳତାଡ ଆରମ୍ଭ କରୁଛି।

ସୂଚନାନୁସାରେ, ଯୁବକ ଏବଂ ଯୁବତୀଙ୍କର ଆଗରୁ ପ୍ରେମ ସମ୍ପର୍କ ଥିଲା। ସବୁଦିନ ଉଭୟ ଫୋନରେ କଥାବାର୍ତ୍ତା କରୁଥିଲେ। କିନ୍ତୁ ଘଟଣା ଘଟିଥିବା ଦିନ ଯୁବକ ଜଣଙ୍କ ଯୁବତୀଙ୍କୁ ସବୁଦିନ ପରି ଫୋନ କରିଥିଲେ। ହେଲେ ଯୁବତୀ କୌଣସି କାରଣ ବଶତଃ ଫୋନଟି କାଟି ଦେଇଥିଲେ । ଏଥିରେ ଯୁବକ ଜଣଙ୍କ ରାଗିଯାଇ ଆସି ଯୁବତୀଙ୍କ ଘରେ ପହଞ୍ଚିଥିଲେ। ଏହାସହ ସାଥିରେ ଆଣିଥିବା ବ୍ଲେଡ ସାହାଯ୍ୟରେ ଯୁବତୀଙ୍କ ବେକ କାଟି ଦେଇଥିଲେ।

ଏଥିସହ ପଢ଼ନ୍ତୁ: ଶାରୀରିକ ସମ୍ପର୍କ ରଖି ବିବାହ କଥା କହିବାରୁ ମାରିଦେଲା ପ୍ରେମିକ

ଏଖବର ପରେ ପରିବାରରେ ଅଶାନ୍ତି ଖେଳିଯାଇଛି। ଯୁବତୀଙ୍କ ପରିବାର ଲୋକେ ଯୁବକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଦାବି କରୁଛନ୍ତି। ତେବେ ପୋଲିସ ଘଟଣାର ଖୋଳତାଡ କରୁଥିବାବେଳେ ଯୁବକ ନିଜ ଭୁଲ ବୁଝିପାରି ଏସବୁ କାଣ୍ଡ ଭିଆଇଛନ୍ତି ବୋଲି ମାନିଛନ୍ତି। ଆଜିକାଲି ପୁଅ ଝିଅ ସାଙ୍ଗ ହେବା ଆଉ ତାପରେ ପ୍ରେମ କରିବା କିଛି ନୂଆ କଥା ନୁହେଁ। ହେଲେ ଏଭଳି ଘଟଣା ମଧ୍ୟ ରାଜ୍ୟର ବିଭିନ୍ନ ସ୍ଥାନରୁ ପ୍ରତିଦିନ ଆସୁଥିବା ଦେଖିବାକୁ ମିଳୁଛି। 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
ଅଧିକ ପଢ଼ନ୍ତୁ ଓଡ଼ିଶା ଖବର:

Related Topics

Explore more stories