Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
Education Next 2026Register now
|

Argus News - ନିଶା ବେପାରୀଙ୍କୁ ଛାଡ଼ ନାହିଁ,ନିଶା ମୁକ୍ତ ହେବ ଓଡିଶା

Odisha

Drug Free Odisha mission / ନିଶା ବେପାରୀଙ୍କୁ ଛାଡ଼ ନାହିଁ,ନିଶା ମୁକ୍ତ ହେବ ଓଡିଶା

Bikash Mohanty
Browse all articles by Bikash Mohanty
·2 months ago·3 min read
ନିଶା ବେପାରୀଙ୍କୁ ଛାଡ଼ ନାହିଁ,ନିଶା ମୁକ୍ତ ହେବ ଓଡିଶା
Drug

Key Points

ନିଶା ମୁକ୍ତ ହେବ ଓଡିଶା
ନିଶା ବେପାରୀଙ୍କ ବିରୋଧରେ ଦଣ୍ଡବିଧାନ ହାର ବଢ଼ିଛି
ଗଞ୍ଜେଇ ଚାଷ 50 ପ୍ରତିଶତ ହ୍ରାସ ପାଇଛି
ପୋଲିସ ଡିଜି ୱାଇ ଵି ଖୁରାନିଆଙ୍କ ସୁଚନା

ନିଶା ମୁକ୍ତ ହେବ ଓଡିଶା | ଓଡିଶା ପୋଲିସର ନିଶା କୁ ନା | ନିଶା ବିରୋଧରେ ପୋଲିସର ଶୂନ୍ୟ ସହନଶୀଳତା | ନିଶା ବେପାରୀଙ୍କ ବିରୋଧରେ ଦଣ୍ଡବିଧାନ ହାର ବଢ଼ିଛି | ନିଶାଦ୍ରବ୍ୟ ବିରୋଧରେ ଓଡ଼ିଶା ପୋଲିସର ଐତିହାସିକ ସଫଳତା | ଗଜପତି, ରାୟଗଡ଼ା ଓ କୋରାପୁଟରେ ଗଞ୍ଜେଇ ଚାଷ 50 ପ୍ରତିଶତ ହ୍ରାସ ପାଇଛି | ଜାନୁଆରୀ 2025 ରୁ 2026 ଫେବୃଆରି ମାସ ଶେଷ ସୁଦ୍ଧା 1 ହଜାର 444 କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ ସହ | 1346 କୋଟି ଟଙ୍କା ମୂଲ୍ୟର ଗଞ୍ଜେଇ ଜବତ କରିଛି ଓଡିଶା ପୋଲିସ | ସେହିପରି 41.7 କୋଟି ଟଙ୍କାର ବ୍ରାଉନ ସୁଗାର ଓ 10.17 କୋଟି ଟଙ୍କା ମୂଲ୍ୟର କଫ ସିରପ ଜବତ ମଧ୍ୟ ହୋଇଛି | 200 କୋଟି ଟଙ୍କା ମୂଲ୍ୟର 1862 ଲିଟର ଗଞ୍ଜେଇ ତେଲ ଜବତ ସହ ମୋଟ ୬୫୪ ଜଣ ଆନ୍ତଃରାଜ୍ୟ ନିଶା ବେପାରୀ ଗିରଫ କରିବାରେ ସଫଳ ହୋଇଛି ପୋଲିସ | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିଶାମୁକ୍ତ ଭାରତ ଆହ୍ଵାନ ତଥା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କ 15 ସୂତ୍ରୀ ମାର୍ଗଦର୍ଶୀକାକୁ ଆଧାର କରି ସାରା ଦେଶରେ ନିଶା ବିରୋଧୀ ଅଭିଯାନ ଜାରି ରହିଛି । ଏହା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ବଳିଷ୍ଠ ନେତୃତ୍ଵରେ ଓଡ଼ିଶା ପୋଲିସ ନିଶାଦ୍ରବ୍ୟ ବିରୋଧୀ ଅଭିଯାନରେ ଐତିହାସିକ ସଫଳତା ହାସଲ କରିଛି। ଓଡ଼ିଶା ପୋଲିସର ସୁନିୟୋଜିତ ଓ ସ୍ଵତନ୍ତ୍ର ରଣନୀତି ପାଇଁ ରାଜ୍ୟରେ ନିଶା ମାଫିଆଙ୍କ ସିଣ୍ଡିକେଟକୁ ଦୃଢ଼ ହସ୍ତରେ ଦମନ କରୁଛି ବୋଲି ପୋଲିସ ଡିଜି ୱାଇ ଵି ଖୁରାନିଆ କହିଛନ୍ତି। 

ରାଜ୍ୟରେ ଗଞ୍ଜେଇ ଚାଷ ଓ ଚୋରାଚାଲାଣ ପ୍ରାୟତଃ ନକ୍ସଲ ପ୍ରଭାବିତ ଅଞ୍ଚଳରେ ଦେଖିବାକୁ ମିଳୁଥିବା ବେଳେ ନକ୍ସଲମାନଙ୍କ ପାଇଁ ଏହା ସହଜ ରୋଜଗାରର ମାଧ୍ୟମ ହୋଇଥିଲା। ଘନ ଜଙ୍ଗଲ ଅଞ୍ଚଳରେ ବେଆଇନ ଗଞ୍ଜେଇ ଚାଷ କରି ଅସାମାଜିକ କାର୍ଯ୍ୟକଳାପକୁ ଜାରି ରଖୁଥିଲେ। ଓଡ଼ିଶା ପୋଲିସର ନିରନ୍ତର ଏବଂ ଦୃଢ଼ କାର୍ଯ୍ୟାନୁଷ୍ଠାନର ଫଳସ୍ୱରୂପ, ଯେଉଁ ନକ୍ସଲ ଗୋଷ୍ଠୀ ଏକଦା 12ଟି ଜିଲ୍ଲାରେ ସକ୍ରିୟ ଥିଲେ, ସେମାନେ ଏବେ ମାତ୍ର 2ରୁ 3 ଟି ଜିଲ୍ଲାରେ ସୀମିତ ଅଛନ୍ତି । ପୋଲିସର ଦୃଢ କାର୍ଯ୍ୟାନୁଷ୍ଠାନ ଯୋଗୁଁ ଗଜପତି, ରାୟଗଡ଼ା ଓ କୋରାପୁଟ ଭଳି ଜିଲ୍ଲାରେ ଗଞ୍ଜେଇ ଚାଷ 50 % ହ୍ରାସ ପାଇଛି। ଏହାସହ ନିଶା ବେପାରୀଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବା ପାଇଁ 10 କୋଟି ଟଙ୍କାରୁ ଅଧିକ ସମ୍ପତ୍ତି ବ୍ୟାଜପ୍ତି କରାଯାଇଛି। STF ଦ୍ୱାରା ପ୍ରଶିକ୍ଷିତ K-9 ସ୍ନାଇଫର ଡଗ ଙ୍କ ସହାୟତାରେ ରାଜ୍ୟର ପ୍ରମୁଖ ରେଳ ଷ୍ଟେସନ ଓ ବସଷ୍ଟାଣ୍ଡ ଗୁଡ଼ିକରେ କଡ଼ା ନଜର ରଖାଯାଇଛି।

ଦଣ୍ଡବିଧାନ ସହିତ ସଚେତନତା ଓ ସଂସ୍କାର ଉପରେ ଓଡ଼ିଶା ପୋଲିସ ଗୁରୁତ୍ୱ ଦେଉଛି। ଓଡ଼ିଶାରେ ବର୍ତ୍ତମାନ କେନ୍ଦ୍ର ସରକାରଙ୍କ ଆର୍ଥିକ ଅନୁଦାନରେ 29 ଟି ଜିଲ୍ଲାରେ 41 ଗୋଟି ଓ ରାଜ୍ୟ ସରକାରଙ୍କ ଆର୍ଥିକ ଅନୁଦାନରେ 11ଗୋଟି ନିଶା ନିବାରଣ କେନ୍ଦ୍ର , ମୋଟ 52ଟି ନିଶା ନିବାରଣ କେନ୍ଦ୍ର କାର୍ଯ୍ୟ କରୁଛି। କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ ନିଶା ନିବାରଣ କେନ୍ଦ୍ରରେ 15 ଜଣ ଓ ରାଜ୍ୟ ସରକାରଙ୍କ ଦ୍ଵାରା ପରିଚାଳିତ କେନ୍ଦ୍ରରେ 30 ଜଣ ଲେଖାଁଏ ନିଶାସକ୍ତ ବ୍ୟକ୍ତି ମାନଙ୍କ ପାଇଁ ମାଗଣାରେ ଏକମାସ ପର୍ଯନ୍ତ ରହିବା, ଖାଇବା, ଚିକିତ୍ସା ସହିତ ବୈଷୟିକ ତାଲିମ ଦିଆଯାଉଅଛି । ଏପର୍ଯ୍ୟନ୍ତ 19,395 ଜଣ ବ୍ୟକ୍ତି ନିଶାରୁ ନିବୃତ ହୋଇ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇଛନ୍ତି ବୋଲି କହିଛନ୍ତି ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ରଶ୍ମି ରଞ୍ଜନ ବ୍ରହ୍ମା

ରାଜ୍ୟବାସୀଙ୍କୁ ନିଶାମୁକ୍ତ ରଖିବା ପାଇଁ ବିଭିନ୍ନ ସ୍କୁଲ, କଲେଜ ଓ ସର୍ବସାଧାରଣ ସ୍ଥାନରେ ବ୍ୟାପକ ସଚେତନତା କାର୍ଯ୍ୟକ୍ରମ ଜାରି ରହିଛି। ଓଡ଼ିଶା ପୋଲିସ ରାଜ୍ୟବାସୀଙ୍କୁ ନିଶାମୁକ୍ତ ସମାଜ ଗଠନରେ ସହଯୋଗ କରିବାକୁ ଅନୁରୋଧ କରିଛି । ନିଶା କାରବାର ସମ୍ପର୍କିତ କୌଣସି ସୂଚନା ଥିଲେ ନିକଟସ୍ଥ ପୋଲିସ ଷ୍ଟେସନ କିମ୍ବା ହେଲ୍ପଲାଇନ ନମ୍ବରରେ ଜଣାଇବାକୁ ଆହ୍ୱାନ ଦିଆଯାଇଛି। ନିଶା ବ୍ୟବସାୟୀମାନଙ୍କ ଅର୍ଥନୈତିକ ମେରୁଦଣ୍ଡ ଭାଙ୍ଗିବାକୁ NSA ଭଳି ପଦକ୍ଷେପ ଗ୍ରହଣ କରୁଛି ପୋଲିସ

ଏଥିସହ ପଢ଼ନ୍ତୁ: କୋଟିଏ ଟଙ୍କାର ସମ୍ପତ୍ତି ଜବତ

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Drug Free Odisha | Drug Free Odisha | Drug Free Odisha | Odisha Drug Crackdown: Zero Tolerance Policy & Rising Convictions | Argus News