Videos
|
Odisha

ଓଡ଼ିଶା ପ୍ରଶାସନ ଦ୍ଵାରା ନଳକୂପ ଖନନ ବନ୍ଦ କଲା ଆନ୍ଧ୍ରର ଦଳ

Manini Pattanayak
Browse all articles by Manini Pattanayak
·2 years ago·2 min read
ଓଡ଼ିଶା ପ୍ରଶାସନ ଦ୍ଵାରା ନଳକୂପ ଖନନ ବନ୍ଦ କଲା ଆନ୍ଧ୍ରର ଦଳ

କୋରାପୁଟ: କୋରାପୁଟ କୋଟିଆରେ ପୁଣି ଆନ୍ଧ୍ରର ଦାଦାଗିରି`ଓଡ଼ିଶା ପ୍ରଶାସନ ଦ୍ଵାରା ନଳକୂପ ଖନନ ବନ୍ଦ କଲା ଆନ୍ଧ୍ରର ଦଳ। ଓଡ଼ିଶା ସରକାର ବିରୋଧରେ ଲୋକଙ୍କୁ ଉତ୍ତେଜିତ କରିବାକୁ ଉଦ୍ୟମ। ଓଡ଼ିଶାର ସୀମା, ଭାଷା ଓ ସଂସ୍କୃତି ଉପରେ ବାରମ୍ବାର ହେଉଛି ଆକ୍ରମଣ। .ଗତ ଉତ୍କଳ ଦିବସରେ କୋଟିଆରେ ଆନ୍ଧ୍ର ଗୋ ବ୍ୟାକ୍ ନାରା ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ। ସବୁ ଦେଖି ଜାଣି କାହିଁକି ଓଡ଼ିଶା ସରକାର କରିଛନ୍ତି ଆତ୍ମସମର୍ପଣ।  

 ଓଡ଼ିଶା ଭିତରେ ପଶି ପୁଣି ହାକିମାତି ଦେଖାଇଛି ଆନ୍ଧ୍ର ପ୍ରଦେଶ। ଏଥର କୋରାପୁଟ କୋଟିଆରେ ପଶି ଦାଦାଗିରି କରିଛି ଆନ୍ଧ୍ରର ରାଜନୈତିକ ଦଳ ଓ ନେତା। ଲୋକଙ୍କୁ ମତାଇ ଜବରଦସ୍ତ ନଳକୂପ ଖୋଳା ବନ୍ଦ କରାଇଛନ୍ତି ଆନ୍ଧ୍ରର ସିପିଏମ୍ ନେତା। ଉପରସେମ୍ବି ଗାଁ ନିକଟରେ ବିଦ୍ୟୁତ୍ ସବଷ୍ଟେସନ ନିର୍ମାଣ ପାଇଁ ପାଣିର ଆବଶ୍ୟକତା ରହିଛି। ଏଥିପାଇଁ ବିଦ୍ୟୁତ୍ ବିଭାଗ ପକ୍ଷରୁ ନଳକୂଅ ଖୋଳାଯାଉଛି। ଏଥିପାଇଁ ଦୁଇଟି ଗାଡ଼ି ପହଞ୍ଚି ଖୋଳା କାମ ଆରମ୍ଭ ହୋଇଥିଲା। ଏତିକି ବେଳେ ପହଞ୍ଚିଥିଲେ ସାଲୁର ସିପିଏମ୍ ଦଳର ଆଦିବାସୀ ସଭାପତି ୱାନତାଲା ସୁନ୍ଦର ରାଓ। ସ୍ଥାନୀୟ ଧୂଳିପଦର୍, ଉପରସେମ୍ୱି ଗାଁ ଲୋକଙ୍କୁ ମିଛ କହି ମତାଇଥିଲେ। ଏହି ଅଞ୍ଚଳରେ ଥିବା ଖଣି ନେବାକୁ ଓଡିଶା ସରକାର ଏହି ଖନନ କରୁଥିବା ଲୋକଙ୍କୁ କହିଥିଲେ। ଲୋକଙ୍କୁ ଏକାଠି କରି ଶୋଭାଯାତ୍ରା କରିବା ସହ ଖୋଳା ବନ୍ଦ କରାଇ ଗାଡ଼ି ଦୁଇଟିକୁ ଫେରାଇ ଦେଇଥିଲେ। 
 
 ଦୁଇ ଦିନ ତଳେ କୋଟିଆ ପୁଞ୍ଜରେ ନିର୍ବାଚନ ପାଇଁ ଆନ୍ଧ୍ର ପ୍ରଦେଶର ପ୍ରସ୍ତୁତି ସମ୍ପର୍କରେ ସୂଚନା ଦେଇଥିଲେ ମାନ୍ୟମ ଜିଲ୍ଲାପାଳ। କେବଳ ନିର୍ବାଚନ ନୁହଁ, କୋଟିଆରେ ଆନ୍ଧ୍ରର ବିଦ୍ୟୁତ୍ ବିଭାଗ କର୍ମଚାରୀ ବି କରିଛନ୍ତି  ଅନୁପ୍ରବେଶ। ବିଦ୍ୟୁତ୍ ସେବା ଯୋଗାଇବା ପାଇଁ ତଳ ଗଞ୍ଜେଇପଦର ଓ ଉପର ଗଞ୍ଜେଇପଦର ଗାଁକୁ ମିଟର ବୋର୍ଡ଼ ଓ ତାର ସଂଯୋଗ କରିଛି ଆନ୍ଧ୍ର ବିଦ୍ୟୁତ୍ ବିଭାଗ। 
 ଗତ ଉତ୍କଳ ଦିବସରେ କୋଟିଆ ଯାଇଥିଲେ  କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ସେଠାକାର ଲୋକଙ୍କ ସମସ୍ୟା ଶୁଣିଥିଲେ, ସୁଖଦୁଃଖ ବୁଝିଥିଲେ । ଆନ୍ଧ୍ର ଅଧିକାରୀଙ୍କୁ ଗୋ ବ୍ୟାକ୍ ଆନ୍ଧ୍ର କହି ଘଉଡାଇ ଦେଇଥିଲେ । ତଥାପି ଚେତିଲେନି ଓଡ଼ିଶା ସରକାର।

 ଗତ କିଛି ଦିନ ଭିତରେ ବାରମ୍ବାର କୋଟିଆରେ ଅନୁପ୍ରବେଶ କରି ଦାଦାଗିରି କରୁଛି ଆନ୍ଧ୍ର। ଜନସମ୍ପର୍କ ଶିବିରରୁ ନେଇ ହେଲଥ କ୍ୟାମ୍ପ, ଦଳୀୟ ପ୍ରଚାରରୁ ନେଇ ଦଳୀୟ ପତାକା ଉଡ଼ାଯାଉଛି। ପୁଣି ବିଭିନ୍ନ ସରକାରୀ ଯୋଜନା ନାଁରେ ଓଡ଼ିଶାର ଲୋକଙ୍କୁ ପ୍ରଲୋଭିତ କରିବାକୁ ଉଦ୍ୟମ କରାଯାଉଛି । ୨୫ ବର୍ଷର ବିଜେଡି ସରକାରର ସ୍ଥାଣୁତା ଓ ଅପାରଗତା ଯୋଗୁଁ ମନମାନି ଚଳାଇଛି ପଡ଼ୋଶୀ ରାଜ୍ୟ । ଆଉ ସଂକଟରେ ପଡ଼ିଛି ଓଡ଼ିଶାର ସୀମା, ଭାଷା ଓ ସଂସ୍କୃତି ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢନ୍ତୁ ଓଡ଼ିଶା ଖବର 

Sponsored