|
logo
Live

Argus News - ସରକାର ବଦଳିବା ପରେ ଆସନ୍ତାକାଲି ଓଡ଼ିଶାର ପ୍ରଥମ ବଜେଟ

Odisha

ସରକାର ବଦଳିବା ପରେ ଆସନ୍ତାକାଲି ଓଡ଼ିଶାର ପ୍ରଥମ ବଜେଟ

Swayangprajna Mishra
Browse all articles by Swayangprajna Mishra
·1 year ago·1 min read
ସରକାର ବଦଳିବା ପରେ ଆସନ୍ତାକାଲି ଓଡ଼ିଶାର ପ୍ରଥମ ବଜେଟ

ଅର୍ଗସ ବ୍ୟୁରୋ : ଆସନ୍ତା କାଲି ଆସିବ ସରକାର ବଦଳିବା ପରେ ଓଡ଼ିଶାର ପ୍ରଥମ ବଜେଟ। ଏହି ବଜେଟରୁ କଳାହାଣ୍ଡି ଜିଲ୍ଲାର ଚାଷୀଙ୍କ ଅନେକ ଅପେକ୍ଷା ରହିଛି। କଳାହାଣ୍ଡି ଜିଲ୍ଲାରେ ୮୦ ପ୍ରତିଶତରୁ ଉର୍ଦ୍ଧ୍ବ ଚାଷୀ ରହିଛନ୍ତି। ଓଡ଼ିଶାରେ ଧାନ ଚାଷରେ ଦ୍ବିତୀୟ ସ୍ଥାନରେ ରହିଛି କଳାହାଣ୍ଡି ଜିଲ୍ଲା। କଳାହାଣ୍ଡିରେ ଚାଷୀଙ୍କ ପାଇଁ ଅନେକ ସମସ୍ୟା ରହିଛି। ତେଣୁ ଆସିବାକୁ ଥିବା ଏହି ବଜେଟ ଉପରେ ଅନେକ ଆଶା ରଖିଛନ୍ତି କଳାହାଣ୍ଡି ର ଚାଷୀ। ଓଡ଼ିଶାରେ ନୂଆ ସରକାରର ପ୍ରଥମ ବଜେଟକୁ ନେଇ ଅନେକ ଆଶା. ଗତକାଲି ଆସିଥିବା କେନ୍ଦ୍ର ବଜେଟ ପରେ ଯୁବପିଢୀ ନିଯୁକ୍ତିକୁ ନେଇ ବେଶ ଆଶାବାଦୀ ଅଛନ୍ତି । 24ବର୍ଷ ସ୍ଥିର ସରକାର ପରେ ବି ଓଡ଼ିଶା ବାହାରେ ଚାକିରୀ ଖୋଜିବା କଥାକୁ ନେଇ ଅସନ୍ତୁଷ୍ଟ ଥିବା ଛାତ୍ରଛାତ୍ରୀ ନୂଆ ସରକାରଠୁ ଅନେକ ଆଶା ରଖିଛନ୍ତି ।

ଅଧିକ ପଢନ୍ତୁ : ନିଯୁକ୍ତିର ଭଣ୍ଡାର ଖୋଲିଦେଲେ ନିର୍ମଳା

ସେପଟେ  ମହଙ୍ଗା ବଜାରରେ ଏଥର ଦରଦାମ ନିୟନ୍ତ୍ରଣ ପାଇଁ ଆଶା  ରଖୁଛନ୍ତି ମଧ୍ୟବିତ୍ତ ପରିବାର । ଗତ ସରକାରର ବଜେଟର ଆକାର 2ଲକ୍ଷ 30ହଜାର କୋଟି ରହିଥିଲା । ଏଥର ବଜେଟ ପରିମାଣ ଭଲ ବଢ଼ିବ ବୋଲି ମତ ରଖିଛନ୍ତି ଅର୍ଥନୈତିକ ବିଶେଷଜ୍ଞ । ବିଶେଷ କରି msme ସେକ୍ଟର ଓ ମହିଳାଙ୍କ ପାଇଁ ମୋହନ ସରକାର ନିଶ୍ଚୟ କିଛି ବଡ଼ ପ୍ୟାକେଜ ଆଣିବେ ବୋଲି କହିଛନ୍ତି ଚାର୍ଟଡ଼ ଆକାଉଟେଣ୍ଟ ସତ୍ୟଜିତ ପାଣିଗ୍ରାହୀ 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
ସରକାର ବଦଳିବା ପରେ ଆସନ୍ତାକାଲି ଓଡ଼ିଶାର ପ୍ରଥମ ବଜେଟ | Argus News