Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|

Argus News - ଓଡ଼ିଶାରେ ନବୀନ ଗ୍ୟାରେଣ୍ଟି ଫେଲ୍, ମୋଦି ଗ୍ୟାରେଣ୍ଟି ପାସ୍ 

Odisha

ଓଡ଼ିଶାରେ ନବୀନ ଗ୍ୟାରେଣ୍ଟି ଫେଲ୍, ମୋଦି ଗ୍ୟାରେଣ୍ଟି ପାସ୍ 

Smruti Parija
Browse all articles by Smruti Parija
·2 years ago·3 min read
ଓଡ଼ିଶାରେ ନବୀନ ଗ୍ୟାରେଣ୍ଟି ଫେଲ୍, ମୋଦି ଗ୍ୟାରେଣ୍ଟି ପାସ୍ 

ଭୁବନେଶ୍ୱର: ଓଡ଼ିଶାରେ ନବୀନ ଗ୍ୟାରେଣ୍ଟି ଫେଲ୍, ମୋଦି ଗ୍ୟାରେଣ୍ଟି ପାସ୍ । ନବୀନ ବାବୁଙ୍କ କିଛି ଗ୍ୟାରେଣ୍ଟି କି ୱାରେଣ୍ଟି ନାହିଁ । ଓଡ଼ିଶାର ମୌଳିକ ସମସ୍ୟା ରାଜ୍ୟ ସରକାରଙ୍କ ପାଇଁ ପ୍ରାଥମିକତା ନୁହେଁ । ସାରା ଦେଶ ସମେତ ଓଡ଼ିଶାରେ ଲୋକଙ୍କର ମୋଦି ଗ୍ୟାରେଣ୍ଟି ଉପରେ ଭରସା ବଢିଛି । 

ଲୋକଙ୍କୁ ପକ୍କା ଘର ଯୋଗାଇବାରେ ବାଧକ ସାଜିଛନ୍ତି ରାଜ୍ୟ ସରକାର । ମୋଦି ସରକାର ଓଡ଼ିଶାକୁ 29 ଲକ୍ଷ 28 ହଜାର ପକ୍କା ଘର ପଠାଇଛନ୍ତି । ସେଥିରୁ 27 ଲକ୍ଷ  28  ହଜାର ଗ୍ରାମୀଣ ଏବଂ 2  ଲକ୍ଷରୁ ଅଧିକ ସହରାଞ୍ଚଳରେ ତିଆରି ହୋଇଛି ପକ୍କା ଘର । ମୋଦି ସରକାର ଏଥିପାଇଁ ଅର୍ଥ ଦେଇଛନ୍ତି । 

ନବୀନ ସରକାର ପକ୍କା ଘର ଯୋଜନା କ୍ରିୟାନ୍ୱୟନ କରିବାରେ ବିଫଳ ହୋଇଛନ୍ତି । 6 ଲକ୍ଷ 60 ହାଜର ପକ୍କା ଘର ତିଆରି କରିବାରେ ବିଫଳ ହୋଇଛନ୍ତି ରାଜ୍ୟ ସରକାର । ଏଥିରେ sc-st ଙ୍କୁ 4 ଲକ୍ଷ ପକ୍କା ଘର ମିଳିନାହିଁ । ଭୂମି ହୀନ ମାନଙ୍କୁ ରାଜ୍ୟ ସରକାର ପଟ୍ଟା ଦେଇ ନଥିବାରୁ 15 ଲକ୍ଷ 78 ହାଜର ଲୋକ ପକ୍କା ଘର ପାଇବାରୁ ବଞ୍ଚିତ ହୋଇଛନ୍ତି । 

ନବୀନ ବାବୁଙ୍କ ଗ୍ୟାରେଣ୍ଟି ଥିଲା ବିଜୁ ପକ୍କା ଘର ବା ମୋ କୁଡିଆ । ଏଥିରେ ମାତ୍ର 3 ହାଜର 300 ବିଜୁ ପକ୍କା ଘର ହୋଇଛି । ମୋ ଘର ଯୋଜନାରେ ଘର ପାଇଁ ଋଣ ଦେବେ କହିଥିଲେ ରାଜ୍ୟ ସରକାର । 4 ଲକ୍ଷ ଲୋକଙ୍କୁ ଋଣ ଦେବେ ବୋଲି କହିଥିଲେ ସରକାର । କିନ୍ତୁ ମାତ୍ର 1037 ଜଣ ଲୋକଙ୍କୁ ବ୍ୟାଙ୍କରେ ଋଣ ଦେଇଛନ୍ତି । ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନାରେ ଚାଉଳ କେନ୍ଦ୍ର ଦରକାର ଦେଉଛନ୍ତି । 3 କୋଟି 25 ଲକ୍ଷ ଲୋକଙ୍କୁ ମିଳୁଛି ମାଗଣା ରାସନ । 

ନବୀନ ସରକାର କହିଥିଲେ 32 ଲକ୍ଷ ଲୋକଙ୍କୁ ଦେବେ ଚାଉଳ । କିନ୍ତୁ ମାତ୍ର 8 ଲକ୍ଷ ଲୋକଙ୍କୁ ଦେଉଛନ୍ତି । ଏହି ସଂଖ୍ୟା 6 ଲକ୍ଷକୁ କମି ଗଲାଣି । ରାଜ୍ୟ ସରକାର ଲୋକଙ୍କୁ କେବଳ ଭୁଆଁ ବୁଲାନ୍ତି ବୋଲି ଅଭିଯୋଗ କରିଛି ବିଜେପି । ପିଇବା ପାଣି ମଧ୍ୟ ଏକ ବଡ଼ ସମସ୍ୟା । ମୋଦି ସରକାର ଜଳ ଜୀବନ ମିଶନ ଆରମ୍ଭ କଲେ । ତା ପୂର୍ବରୁ ମାତ୍ର 3 ପ୍ରତିଶତ ଲୋକଙ୍କ ପାଖରେ ଥିଲା ପାଣି ଟ୍ୟାପ୍ ସଂଯୋଗ । ଜଳ ଜୀବନ ମିଶନରେ 10 ହାଜର 200 କୋଟି ଓଡ଼ିଶାକୁ ମିଳିଛି । ଯେଉଁଥିପାଇଁ 60 ଲକ୍ଷ 75 ହାଜର ଲୋକଙ୍କ ପାଖରେ ଟ୍ୟାପ ଯୋଗେ ମିଳୁଛି । କିନ୍ତୁ ନବୀନ ସରକାରଙ୍କ ଡ୍ରିଙ୍କ ଗ୍ରାମ ଟ୍ୟାପ ଏବଂ ବସୁଧା ଯୋଜନା ଫେଲ୍ । 

ଜଳ ଜୀବନ ମିଶନ କ୍ରିୟାନ୍ଵୟନ କରିବାରେ ମଧ୍ୟ ରାଜ୍ୟ ସରକାର ଫେଲ୍ । ଜଳ ଜୀବନ ମିଶନର 207 ମେଗା ପାନୀୟ ପ୍ରକଳ୍ପ ହେବାର ଥିଲା । କିନ୍ତୁ ଏବେ ସୁଦ୍ଧା ମାତ୍ର 16 ଟି ପ୍ରକଳ୍ପର କାମ ସରିଛି । 189 ଟି ପ୍ରକଳ୍ପ ଏବେ ଯାଏଁ ସରିନି । ଯଦି ସରିଥାନ୍ତା ତେବେ 100 ପ୍ରତିଶତ ଲୋକଙ୍କ ପାଖରେ ଟ୍ୟାପ ପାଣି ପହଞ୍ଚି ପାରିଥାନ୍ତା । 189 ପ୍ରକଳ୍ପ ପାଇଁ ବାହାର ରାଜ୍ୟର ଠିକାଦାର କାମ କରୁଛନ୍ତି । ସେମାନେ ବିଲ୍ ନେଇ ସାରିଲେଣି । କିନ୍ତୁ କାମ ସରିନି । କେବଳ ବାହାର ଠିକାଦାରଙ୍କୁ ପୋଷିବା ପାଇଁ ନବୀନ ଗ୍ୟାରେଣ୍ଟି କାମ କରୁଛି । 

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ପ୍ରଧାନମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ମାନସ ଯୋଜନା । ଏହି ଯୋଜନାରେ ଗତ 5 ବର୍ଷ, 2018-2023 ମଧ୍ୟରେ 20,722 କିମି ରାସ୍ତା ଓଡ଼ିଶାରେ ତିଆରି ହୋଇଛି । କିନ୍ତୁ ରାଜ୍ୟ ସରକାରଙ୍କ ମୁଖ୍ୟମନ୍ତ୍ରୀ ଗ୍ରାମ୍ୟ ସଡ଼କ ଯୋଜନା କୁଆଡେ ଗଲା । 10 ହାଜର କିମି ରାସ୍ତା କରିବେ ବୋଲି କହିଥିଲେ । ମାତ୍ର 3 ହାଜର କିମି ରାସ୍ତା ତିଆରି କରିଛନ୍ତି ରାଜ୍ୟ ସରକାର । ସେଗୁଡିକ ମଧ୍ୟ ନିମ୍ନ ମାନର କାମ ହୋଇଛି । ଠିକାଦାର ପୋଷା ହେଉଛି ନବୀନ ବାବୁଙ୍କ ଗ୍ୟାରେଣ୍ଟି । 

ଦିନ ଦୟାଲ ଉପାଧ୍ୟାୟ ଗ୍ରାମ ଜ୍ୟୋତି ଯୋଜନାରେ ଓଡ଼ିଶାରେ 24 ଲକ୍ଷ 52 ହାଜର ପରିବାରକୁ ମାଗଣା ବିଜୁଳି । ସବୁ ରାଜସ୍ବ ଗାଁକୁ ବିଜୁଳି ପହଞ୍ଚିଛି । ତେବେ ଅଣ ରାଜସ୍ୱ ଗାଁ ବା ପଡ଼ା ଗାଁ ଗୁଡ଼ିକୁ ବିଜୁଳି ପାଇଁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା କରିଥିଲେ ରାଜ୍ୟ ସରକାର । କିନ୍ତୁ କେବଳ କାଗଜ ପତ୍ରରେ ସୀମିତ ରାଜ୍ୟ ସରକାରଙ୍କ ଯୋଜନା । ଏବେ ବି ଅନେକ ପଡ଼ା ଗାଁରେ ବିଜୁଳି ପହଞ୍ଚି ନାହିଁ ।  

2009ରେ ବର୍ଷକୁ 1 ଲକ୍ଷ ଚାକିରି ଦେବେ ବୋଲି କହିଥିଲେ ନବୀନ ସରକାର । 15 ବର୍ଷରେ 15 ଲକ୍ଷ ଚାକିରି କୁଆଡେ ଗଲା । 30 ଲକ୍ଷ ଲୋକ ଦାଦନ ଯାଉଛନ୍ତି । ମୋଦି ଗ୍ୟାରେଣ୍ଟିରେ କେନ୍ଦ୍ର ସରକାର ଓଡ଼ିଶାରେ 2ଟି କୌଶଳ ବିକାଶ ମେଣ୍ଟ ସେଣ୍ଟର୍ ଖୋଲିଛନ୍ତି । ପିଲାଙ୍କୁ ଟ୍ରେନିଂ ଦିଆଯାଉଛି । 

15 ଲକ୍ଷରୁ ଅଧିକ ବାଳିକାଙ୍କୁ ପ୍ରଧାନମନ୍ତ୍ରୀ ସୁକନ୍ୟା ସମୃଦ୍ଧି ଯୋଜନାରେ ମିଳୁଛି ସହାୟତା । କିନ୍ତୁ ରାଜ୍ୟ ସରକାରଙ୍କ ବିଜୁ କନ୍ୟା ରତ୍ନ ଯୋଜନା ହଜି ଗଲାଣି । ଓଡ଼ିଆରେ ଲୋକ ମନ ବଳାଇ ସାରିଲେଣି, ଡବଲ ଇଞ୍ଜିନ ସରକାର ହେବ । ବିଜେଡ଼ି ସରକାରର ଇଞ୍ଜିନ ପ୍ରଦୂଷଣ କରୁଛି । ଇଞ୍ଜିନ ଗତିଶୀଳ ନାହିଁ । 24 ବର୍ଷ ପୁରୁଣା ଇଞ୍ଜିନକୁ ଲୋକ ରିଜେକ୍ଟ କରିବେ ବୋଲି ପ୍ରେସ୍ ମିଟ୍ କରି କହିଛନ୍ତି ବିଜେପି ମୁଖପାତ୍ର ଅନିଲ ବିଶ୍ୱାଳ । 

ଆହୁରି ପଢନ୍ତୁ ରାଜନୀତି ଖବର...

Argus Whatsapp Channel Mobile Top
Sponsored
Odisha's fundamental problem is not a priority for the state government | Argus News