Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

'ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟନ ଶିଳ୍ପ ପାଇଁ ବେଶ ଉତ୍କୃଷ୍ଟ'

Smruti Parija
Browse all articles by Smruti Parija
·1 year ago·2 min read
'ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ ପର୍ଯ୍ୟଟନ ଶିଳ୍ପ ପାଇଁ ବେଶ ଉତ୍କୃଷ୍ଟ'

Key Points

ବିକଶିତ ଭାରତରେ ଓଡ଼ିଶାର ଗୁରୁତ୍ୱପୂର୍ଣ୍ଣ ଭୂମିକା

ଭୁବନେଶ୍ୱର: ଉତ୍କର୍ଷ ଓଡିଶା କନକ୍ଲେଭ୍ ରେ ଓଡିଶା ପର୍ଯ୍ୟଟନର କଥା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଭାରତକୁ ବୁଝିବାକୁ ହେଲେ ପ୍ରଥମେ ଓଡ଼ିଶାକୁ ଦେଖନ୍ତୁ । ଏଠାକାର ଆଧ୍ୟାତ୍ମିକ, ଜଙ୍ଗଲ, ପର୍ଯ୍ୟଟନ, ସମୁଦ୍ରକୁ ଦେଖିବାକୁ ହେବ । ଜି ୨୦ ସମ୍ମିଳନୀରେ ଆମେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଚକ୍ରକୁ ସ୍ଥାନିତ କରିଥିଲୁ । ଓଡ଼ିଶାର ପ୍ରାକୃତିକ ସୁନ୍ଦରତା ପର୍ଯ୍ୟଟନ ଶିଳ୍ପ ପାଇଁ ବେଶ ଉତ୍କୃଷ୍ଟ । କନଭେନସନ ଟୁରିଜିମ୍ ପାଇଁ ଓଡ଼ିଶାରେ ବି ପର୍ଯ୍ୟାପ୍ତ ସମ୍ଭାବନା ରହିଛି । ଆସନ୍ତା ମାସରେ ପ୍ରଥମ ଥର ପାଇଁ ଭାରତରେ ଅଡ଼ିଓ ଭିଯୁଆଲ ସମିଟ୍ ହେବ । ଓଡ଼ିଶାରେ ବି ଏଥିପାଇଁ ପର୍ଯ୍ୟାପ୍ତ ସମ୍ଭାବନା ରହିଛି ।



ବିକଶିତ ଭାରତରେ ଓଡ଼ିଶାର ବି ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ସମୃଦ୍ଧ ଓଡ଼ିଶା ନିର୍ମାଣ ପାଇଁ ଓଡିଶାବାସୀ ସଂକଳ୍ପ ନେଇଛନ୍ତି । କେନ୍ଦ୍ର ସରକାର ସମ୍ପୂର୍ଣ୍ଣ ସହଯୋଗ କରିବେ । କେନ୍ଦ୍ର ସରକାର ସବୁବେଳେ ଆପଣଙ୍କ ସହ ଛିଡା ହୋଇଛନ୍ତି । ପ୍ରଧାନମନ୍ତ୍ରୀ ହେବା ରେ ମୁଁ ଓଡ଼ିଶା ୩୦ ଥର ଆସି ସାରିଛି । ସ୍ୱାଧୀନତା ପରେ ଯେତେ ପ୍ରଧାନମନ୍ତ୍ରୀ ହୋଇଛନ୍ତି ସମସ୍ତେ ମିଶିକି ଯେତିକି ଥର ଓଡିଶା ଆସି ନାହାନ୍ତି ମୁଁ ଏକା ତା ଠୁ ଅଧିକ ଆସିଛି । ଏହା ହିଁ ଆପଣ ମାନଙ୍କ ଭଲ ପାଇବା ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।


Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ସେହିପରି ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ କହିଛନ୍ତି ଭାରତର ଟ୍ରେଣ୍ଡ ବଦଳୁଛି । ଓଡ଼ିଶାରେ ଯେଉଁ ସମ୍ପଦ ଅଛି ସେହି କ୍ଷେତ୍ରର ଶିଳ୍ପ ଓଡ଼ିଶାରେ ହେଉ ତାହା ପାଇଁ ଆମ ସରକାର କାମ କରୁଛି । ସମୟର ଓ ନିଜର ଆବଶ୍ୟକତା ଅନୁଯାୟୀ ଆମକୁ ପରିବର୍ତ୍ତନ ହେବାକୁ ପଡ଼ିବ । ରିନେବୁଲ ଏନର୍ଜି ଓ ଗ୍ରୀନ ହାଇଡ୍ରୋଜେନକୁ ନେଇ ଓଡ଼ିଶାରେ ପର୍ଯ୍ୟାପ୍ତ ସମ୍ଭାବନା ଅଛି । ଓଡ଼ିଶାରେ ପେଟ୍ରୋ ଓ ପେଟ୍ରୋ କେମିକାଲ ପାଇଁ ବି ସମ୍ଭାବନା ରହିଛି । ଓଡିଶାରେ ଶିଳ୍ପର ଲଜିଷ୍ଟିକ ଦାମ୍ କମ୍ କେମିତି ହେବ ସେଥିପାଇଁ ନୂଆ ପୋର୍ଟ ନିର୍ମାଣ କରାଯାଉଛି ।


ଓଡ଼ିଶାବାସୀଙ୍କ କୌଶଳ, ପରିଶ୍ରମ ଓ ସଚ୍ଚୋଟତା ଗୁଜରାଟରେ ଅନୁଭବ କରିଛି- ମୋଦି


ବ୍ଲୁ-ଇକୋନୋମିରେ ଦେଶର ଅଗ୍ରଣୀ ରାଜ୍ୟରେ ସାମିଲ ହେବ ଓଡ଼ିଶା । ଯେଉଁ କ୍ଷେତ୍ରରେ ରହିଛନ୍ତି ସେହି କ୍ଷେତ୍ରର ଅଣୁ କ୍ଷୁଦ୍ର ଉଦ୍ୟୋଗ ଓ ଯୁବ ଉଦ୍ୟୋଗୀଙ୍କୁ ସପୋର୍ଟ କରନ୍ତୁ । ଶିଳ୍ପପତି ଓ ଓଡିଶା ସରକାର ମିଳିତ ଭାବେ ଏଠି ଏକ ଆଧୁନିକ ଇକୋ ସିଷ୍ଟମ ପ୍ରସ୍ତୁତ କରନ୍ତୁ । ଏଠିକାର ଯୁବକଙ୍କୁ ଓଡ଼ିଶାରେ ହିଁ ନିଯୁକ୍ତି ଦିଅନ୍ତୁ । ଓଡିଶା ଶସକ୍ତ ହେବ, ସମୃଦ୍ଧ ହେବ ଓ ଉତ୍କର୍ଷ ହେବ ।

Sponsored
odishas-natural-beauty-is-an-excellent-base-for-tourism-industry-said-pm-modi | Argus News