Videos
|
Odisha

ମହିଳା ଜନ ପ୍ରତିନିଧିଙ୍କୁ ଅଫିସରଙ୍କ ଅପମାନ

Banajyotshna Ray
Browse all articles by Banajyotshna Ray
·2 years ago·2 min read
ମହିଳା ଜନ ପ୍ରତିନିଧିଙ୍କୁ ଅଫିସରଙ୍କ ଅପମାନ
  • ମହିଳା ଜନ ପ୍ରତିନିଧିଙ୍କୁ ଅଫିସରଙ୍କ ଅପମାନ
  • ବ୍ରଜରାଜନଗର ନଗରପାଳ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ନାଁରେ ଆଣିଲେ ସଂଙ୍ଗୀନ ଅଭିଯୋଗ
  • କାନ୍ଦି କାନ୍ଦି କହିଲେ ସହି ସହି ଆଉ କେତେ ସହିବି
  • ଦୁର୍ନିତୀର ପ୍ରତିବାଦ କରିବାରୁ ବାବୁ କରୁଛନ୍ତି କି ଦୁର୍ବବ୍ୟବାହର?
  • କିଛି ଦିନ ତଳେ ଆଉ ଜଣେ ନିର୍ବାଚିତ ମହିଳା ଜନପ୍ରତିନିଧି ବିଡିଓଙ୍କ ନାଁର ଆଣିଥିଲେ ଅଭିଯୋଗ
  • ମହିଳା ସମ୍ମାନର ନାରା ଦେଉଥିବା ରାଜ୍ୟ ସରକାରଙ୍କ  ଏ କେମିତିକା ସମ୍ମାନ?

ଅର୍ଗସ ବ୍ୟୁରୋ: ପୁଣି ଅଫିସରରାଜର ଅଭିଯୋଗ।ଜନ ପ୍ରତିନିଧିଙ୍କୁ ଭୂମିକାକୁ ଗୌଣ କରି ସର୍ବେ ସର୍ବା ସାଜିଛନ୍ତି ଅଫିସର। ବ୍ରଜରାଜନଗର ପୌରପାଳିକାର କାର୍ଯ୍ୟନିର୍ବାହୀ ଅଧିକାରୀ ଚନ୍ଦ୍ରମଣି ସ୍ବାଇଁଙ୍କ ବିରୋଧରେ ସଂଙ୍ଗୀନ ଅଭିଯୋଗ ଆଣିଲେ ନଗରପାଳ ଯାଜ୍ଞସେନୀ ଓରାମ। ଯାଜ୍ଞସେନୀଙ୍କ ଅଭିଯୋଗ, ବ୍ଲାଙ୍କ ଡକ୍ୟୁମେଣ୍ଟରେ ଦସ୍ତଖତ ନେଉଥିଲେ କାର୍ଯ୍ୟନିର୍ବାହୀ ଅଧିକାରୀ। ଏସ ଏଚଜିଙ୍କ ନାଁରେ ନିଜେ ଠିକା କାମ କରୁଥିଲେ। ତାଙ୍କୁ ଜାତିଆଣ ଆକ୍ଷେପ କରିବା ସହ ବିଭିନ୍ନ ସମୟରେ ଅଫିସରେ ଅପମାନିତ ବି କରୁଥିଲେ।

ଠିକାଦାରଙ୍କ ସହ ମଧୁଚନ୍ଦ୍ରିକା କରି  କାର୍ଯ୍ୟନିର୍ବାହୀ ଅଧିକାରୀ ସରକାରୀ କାମରେ ଦୁର୍ନୀତି କରୁଥିବା ଅଭିଯୋଗ ଆଣିଛନ୍ତି ଯାଜ୍ଞସେନୀ। ଯୋଗ୍ୟ ଲୋକଙ୍କୁ ରାସନ କାର୍ଡ ନ ଦେଇ ଅଯୋଗ୍ୟଙ୍କ ପାଖରୁ ଲାଞ୍ଚ ନେଇ ସେମାନଙ୍କୁ କାର୍ଡ ଦେଉଛନ୍ତି। ବିଜେଡିରୁ ନିର୍ବାଚିତ ହୋଇଥିଲେ ବି ଯାଜ୍ଞସେନୀଙ୍କ ପ୍ରତି ଅପମାନକୁ ବିରୋଧୀ ଦଳର ମହିଳା କାଉନସିଲର ବି ନିନ୍ଦା କରିଛନ୍ତି।

କିଛିଦିନ ପୂର୍ବରୁ ଲଖନପୁର ବ୍ଲକ ପଣ୍ଡରି ସମିତି ସଭ୍ୟା କ୍ଷୀରବତୀ ସାହୁ ବିଡିଓଙ୍କ ଦୁର୍ବ୍ୟବହାର ପ୍ରତିବାଦରେ ଇସ୍ତଫା ଦେଇଥିଲେ। ତେବେ ସରକାରୀ ଅଧିକାରୀ ଜନ ପ୍ରତିନିଧିଙ୍କୁ ଅପମାନିତ କରିବା ତାଲିକା ବେଶ ଲମ୍ବା। ଗତ ସପ୍ତାହରେ  ଏକ ସରକାରୀ କାର୍ଯ୍ୟକ୍ରମକୁ  ବାଲେଶ୍ବର ସାଂସଦଙ୍କୁ ନିମନ୍ତ୍ରଣ କରି କରି ମଞ୍ଚରେ ଚଉକି ଦେଇ ନ ଥିଲେ ଜିଲ୍ଲାପାଳ। ପୂର୍ବରୁ ଆମ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମରେ  ମାଲକାନାଗିର ବ୍ଲକ ଉପାଧ୍ୟକ୍ଷ ନିରଞ୍ଜନ ହାଲଦାରଙ୍କୁ ନିମନ୍ତ୍ରଣ କରି ଚଉକି ଦେଇ ନ ଥିଲେ ବିଡିଓ।

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:

ଅଧିକ ପଢ଼ନ୍ତୁ ଓଡିଶା ଖବର:

Officer's insult to female public representative | Argus News