Videos
|
Odisha

ନିଘୋଡ଼ ନିଦ୍ରାରେ ପ୍ରଶାସନ, ଅଧିକାରୀ ବଦଳୁଛନ୍ତି କିନ୍ତୁ ବଦଳୁନି ରାସ୍ତା ଅବସ୍ଥା

Banajyotshna Ray
Browse all articles by Banajyotshna Ray
·2 years ago·1 min read
ନିଘୋଡ଼ ନିଦ୍ରାରେ ପ୍ରଶାସନ, ଅଧିକାରୀ ବଦଳୁଛନ୍ତି କିନ୍ତୁ ବଦଳୁନି ରାସ୍ତା ଅବସ୍ଥା

ଅର୍ଗସ ବ୍ୟୁରୋ: ମୟୁରଭଞ୍ଜ କରଞ୍ଜିଆ ପାଟିବିଲ ପଞ୍ଚାୟତ ବିଷପୁର ଗାଁକୁ ଏହି ରାସ୍ତା । ରାସ୍ତାଟି ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ଅନ୍ତଭୁକ୍ତ ହୋଇ 26 ଲକ୍ଷ ଟଙ୍କାରେ ନିର୍ମାଣ ହେବାପାଇଁ ଟେଣ୍ଡର ହୋଇଥିଲା। କଣ୍ଟ୍ରାକ୍ଟର କେବେଳ ମେଟାଲ ମୋରମ ପକାଇ ଥିବା ଗ୍ରାମବାସୀଙ୍କ ଠାରୁ ଆମେ ଜାଣିବାକୁ ପାଇଥିଲୁ । ତେବେ କୌଣସି କାରଣରୁ କଣ୍ଟ୍ରାକ୍ଟରଙ୍କ ମୃତ୍ୟୁ ଘଟିବାରୁ ରାସ୍ତାକାମ ଆରଡି ବିଭାଗ ନେଇଥିଲା । କିନ୍ତୁ ଆଜି ଯାଏଁ ବିତି ଗଲାଣି ୬ ରୁ ୭ ବର୍ଷ କିନ୍ତୁ ଏହି ଭଳି ଅବସ୍ଥାରେ ପଡ଼ି ରହିଛି ରାସ୍ତା ଯାହାର ଚିତ୍ର ଆପଣଙ୍କ ସାମ୍ନାରେ ।

କେନ୍ଦୁମୁଣ୍ଡି ରୁ ବିଷପୁର ଯିବା ରାସ୍ତାରେ କେବଳ ଏକ ସାଇନବୋର୍ଡ଼ ଲଗାଯାଇଛି, ତେବେ ଠିକାଦାର ବିଲ କେତେ ଉଠାଇଛନ୍ତି ଏବଂ 26 ଲକ୍ଷ୍ୟ ଟଙ୍କାର ଟେଣ୍ଡର ପ୍ରକ୍ରିୟା କ ଣ ରହିଛି ତାହା ଏବେ ପ୍ରଶ୍ନ ଘେରରେ । ଏସବୁ ଜାଣିବା ପାଇଁ ଆମେ ଗ୍ରାମ୍ୟ ଉନୟନ ବିଭାଗ ର ଏକଜୁଟିଭ ଇଂ ସଂଜୀବ ନାୟକ ଏବଂ ଗ୍ରାମ୍ୟ ନିର୍ମାଣ ବିଭାଜନର ଅଧିକ୍ଷଣ ଯନ୍ତ୍ରୀ ଅକ୍ଷୟ କୁମାର ନାୟକ ଙ୍କୁ ପଚାରିବାରୁ , 26 ଲକ୍ଷ୍ୟ କଥାକୁ ଏଡାଇ ଯାଇ ରାସ୍ତା କାମ ବାବଦକୁ ଉଚ୍ଚ କର୍ତ୍ତୃପକ୍ଷଙ୍କ ସହିତ ଆଲୋଚନା କରୁଛୁ ବୋଲି ସେ ପ୍ରକାଶ କରିଥିଲେ । ତେବେ ଖବର ପ୍ରସାରଣ ପରେ କେନ୍ଦୁମୁଣ୍ଡି ଠାରୁ ବିଷପୁର ଦୀର୍ଘ 7 କିଲୋମିଟର ରାସ୍ତାରେ ଯାତାୟାତ ପାଇଁ ଗ୍ରାମବାସୀ ବହୁ ହଇରାଣ ହେଉଥିବା ରାସ୍ତା ନିର୍ମାଣ କାମ କେବେ ସରିବ ତାହା ଦେଖିବାକୁ ବାକିରହିଲା

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Officials are changing but road conditions are not changing | Argus News