Argus News | Odisha News Today, ଓଡ଼ିଶା ଖବର , Odisha latest news

Videos
|
Odisha

ଅଧିକାରୀ ଚଳାଉଛନ୍ତି ରାଜ୍ୟ ସରକାର

Banajyotshna Ray
Browse all articles by Banajyotshna Ray
·2 years ago·1 min read
ଅଧିକାରୀ ଚଳାଉଛନ୍ତି ରାଜ୍ୟ ସରକାର

ଅର୍ଗସ ବ୍ୟୁରୋ: ପଦ୍ମପୁରବାସୀଙ୍କୁ ବିଜେପି ରାଷ୍ଟ୍ରୀୟ ସଭାପତିଙ୍କ ପ୍ରଶ୍ନ ଆପଣଙ୍କୁ କଣ ଏମିତି ସରକାର ଦରକାର ଯେଉଁଠି ଏମପି ଏମଏଲଏଙ୍କୁ ମଞ୍ଚରେ ବି ବସିବାକୁ ମିଳୁନି ଅଧିକାର ? ଯେଉଁଠି ସାଂସଦ, ବିଧାୟକଙ୍କ କଥା ଶୁଣାଯାଉନି ସେଠାରେ ଆପଣଙ୍କ ଭୋଟର କଣ ମତଲବ ?  ତେଣୁ ଏଭଳି ସରକାର ବଦଳାଇବାକୁ ଆହ୍ବାନ୍ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ସଭାପତି।ସେପଟେ ଝାରସୁଗୁଡ଼ାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ନବୀନଙ୍କ ମାଇକ୍ ଧରା ପ୍ରସଙ୍ଗରେ ବିଜେଡିକୁ କରିଛନ୍ତି ଯୋରଦାର ଆଟାକ୍। ଆଉ ପ୍ରଶ୍ନ କରିଛନ୍ତି ମୁଖ୍ୟମନ୍ତ୍ରୀଙ୍କ ମାଇକ୍ ଧରିବାରକୁ କଣ କୌଣସି ଓଡ଼ିଆ ନେତା ଯୋଗ୍ୟ ନୁହନ୍ତି ?

ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଧ୍ୟ ଓଡିଶାରେ ଖଣ୍ଡି ଓଡ଼ିଆ ସରକାର ଚାଲୁଛି କହି ବିଜେଡି ସରକାରକୁ କରିଥିଲେ କଟାକ୍ଷ। ମୁଖ୍ୟମନ୍ତ୍ରୀଙ୍କ ମାଇକ୍ କେବଳ ଜଣଙ୍କ ହାତରେ ଏଇଥି ପାଇଁ କାରଣ ସିଏ କେବଳ ମାଇକ୍ ଧରୁନି ଭାଷଣ ବି PROMPTING କରୁଛି। ସେପଟେ ଚର୍ଚ୍ଚାରେ ବରିଷ୍ଠ ଆଇନଜୀବୀ ତଥା ବିଜେପି ନେତା ପୀତାମ୍ବର ଆଚାର୍ଯ୍ୟ ଏକ୍ସରେ କରିଥିବା ପୋଷ୍ଟ। ଯେଉଁଥିରେ ସେ ପ୍ରଶ୍ନ କରିଛନ୍ତି ଟୁରିଷ୍ଟ କିଏ ? ବାହାର ରାଜ୍ୟର ଜଣେ ସରକାରୀ ତାକିରିଆ ନା ଦେଶର ମାନ୍ୟ ପ୍ରଧାନମନ୍ତ୍ରୀ ? ଜଣେ ଅଣ ଓଡ଼ିଆ ଆଗରେ ବିଜେଡି ସାଂସଦ, ବିଧାୟକଙ୍କ ଅସହାୟତା 24 ମହାଲଢେଇରେ ପାଲଟିଛି ବଡ଼ ପ୍ରସଙ୍ଗ। ପ୍ରଶ୍ନ ଉଠୁଛି ଓଡ଼ିଆ ନେତାଙ୍କୁ ଟେଣ୍ଟ ବାନ୍ଧିବା ଓ ଟ୍ରାଫିକ୍ ନିୟନ୍ତ୍ରଣ ପାଇଁ ଦିଆଯାଇଛି କି ଅଲିଖିତ ନିର୍ଦ୍ଦେଶ। ଏହି ପ୍ରସଙ୍ଗ 24 ମହାଲଢେଇରେ ବନିବ କି ଗେମ୍ ଚେଞ୍ଜର ?

ଅଧିକ ପଢ଼ନ୍ତୁ ଓଡିଶା ଖବର:

Argus News App

📱 Get Argus News App

📰 60 Word News🎬 Argus Podcast📺 Live TV and Breaking News🔔 Free Notification Alerts
Download Free:
Sponsored
Officials are running the state government | Argus News